• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଏ ଟଙ୍କା କାହାର?

  • ପଡ଼ିରହିଛି ୯୫ ହଜାର କୋଟି!

  • ଟଙ୍କା ନେବାକୁ ଜମାକାରୀଙ୍କ କେହି ଦାବିଦାର ନାହାନ୍ତି

     

  • ଦେଶର ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ପଡ଼ିରହିଛି

  • ଦାବିଦାର ବିହୀନ ବ୍ୟାଙ୍କ୍ ଆକାଉଣ୍ଟ ଓ ନିବେଶରେ ପଡ଼ିଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବ୍ୟାଙ୍କ, ବୀମା କମ୍ପାନୀ, ସରକାରଙ୍କ ଭବିଷ୍ୟନିଧି ପାଣ୍ଠି, ମ୍ୟୁଚୁଆଲଫଣ୍ଡ ଓ ଷ୍କକ୍ ମାର୍କେଟ ଭଳି ସଂସ୍ଥାରେ ପଡ଼ିରହିଛି ଦାବିଦାର ବିହୀନ ୯୫ ହଜାର କୋଟିରୁ ଅଧିକ ଟଙ୍କା। ଏହାର କେହି ଦାବିଦାର ନାହାନ୍ତି। ହୁଏତ ଜମାକାରୀଙ୍କ ମୃତ୍ୟୁ ପରେ ତାଙ୍କର କେହି ଦାବିଦାର ନାହାନ୍ତି, କିମ୍ବା ତାଙ୍କର ଜମା ବିଷୟରେ ପରିବାର ଲୋକେ କିଛି ଜାଣିନାହାନ୍ତି। ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ସତ୍ୱେ, ପଡ଼ିରହିଛି ଏଭଳି ବିପୁଳ ପରିମାଣର ଦାବିଦାର ବିହୀନ ଅର୍ଥରାଶି।

ଦାବିଦାର ବିହୀନ ବ୍ୟାଙ୍କ୍ ଆକାଉଣ୍ଟ୍ ଓ ଅନ୍ୟ ନିବେଶରେ ବର୍ଷ ବର୍ଷ ଧରି ପଡ଼ିରହିଛି ୯୫ ହଜାର କୋଟିରୁ ଅଧିକ ଟଙ୍କା। ଏତେ ପରିମାଣର ଟଙ୍କା, ହେଲେ ନେବାକୁ କେହି ଦାବିଦାର ନାହାଁନ୍ତି। ବ୍ୟାଙ୍କ, ବୀମା, ଭବିଷ୍ୟନିଧି ପାଣ୍ଠି ଓ ମ୍ୟୁଚୁଆଲ୍ ଫଣ୍ଡ୍ ଆଦିରେ ଏଭଳି ୯୫ ହଜାର ୪୧୯ କୋଟି ଟଙ୍କା ପଡ଼ି ରହିଛି। ୨୦୨୧-୨୨ ବଜେଟ୍ ଉପସ୍ଥାପନ ବେଳେ ମନରେଗା ପାଇଁ ୭୪ ହଜାର କୋଟିର ବ୍ୟୟବରାଦ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଥିଲେ ଯେ, ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ, ବୀମା କମ୍ପାନୀ, ଭବିଷ୍ୟନିଧି ପାଣ୍ଠି ଭଳି ଅନେକ ଫଣ୍ଡରେ ମନରେଗା ବ୍ୟୟବରାଦ ଅର୍ଥ ଠାରୁ ବହୁ ଅଧିକ ଦାବିଦାର ବିହୀନ ଟଙ୍କା ପଡ଼ି ରହିଛି। ସେଥିରୁ ମନରେଗାରେ ଅର୍ଥ ବିନିଯୋଗ କଲେ, ଆହୁରି କିଛି ଅର୍ଥ ବଳି ପଡିବ। ବାର୍ଷିକ ୬ ପ୍ରତିଶତ ହାରରେ ଏହାର ସୁଧର ପରିମାଣ ବର୍ଷକୁ ପ୍ରାୟ ୫ ହଜାର ୭୨୫ କୋଟି ହେଉଛି। ତେଣୁ ଦିନକୁ ପ୍ରାୟ ୧୫ କୋଟି ଟଙ୍କା କ୍ଷତି ସହୁଛନ୍ତି ଜମାକାରୀ। ଗତ ୩ ବର୍ଷ ମଧ୍ୟରେ ଏଭଳି ଦାବିଦାର ନଥିବା ଆକାଉଣ୍ଟର ଚିହ୍ନଟ କରାଯାଇ, ପ୍ରାୟ ୧୮ ହଜାର କୋଟି ଟଙ୍କା ଫେରାଇବାକୁ ବ୍ୟବସ୍ଥା ହୋଇଥିବା ସୀତାରମଣ ସୂଚନା ଦେଇଥିଲେ।

ଅନେକେ ସମୟରେ ଲୋକମାନେ ସେମାନଙ୍କ ଉପାର୍ଜିତ ଅର୍ଥକୁ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା, ଯେପରିକି ବ୍ୟାଙ୍କ, ବୀମା, ପ୍ରୋଭିଡେଣ୍ଟ ଫଣ୍ଡ୍, ମ୍ୟୁଚୁଆଲ୍ ଓ ସେୟାର ବଜାର ଆଦିରେ ସଂଚୟ ବା ନିବେଶ ତ କରିଥାନ୍ତି ହେଲେ ସେମାନଙ୍କ ବ୍ୟତୀତ ଏହାର କେହି ଦାବିଦାର ନଥାନ୍ତି। ଅଥବା କୌଣସି କାରଣ ବଶତଃ ଏହା ପରିବାର ଲୋକଙ୍କ ଅଜ୍ଞାତରେ ରହିଯାଇଥିଲେ ଓ ଜମାକାରୀଙ୍କ ଅକାଳ ବିୟୋଗ ଘଟିଲେ ଏହାକୁ ନେବାକୁ କେହି ଦାବି କରିନଥାନ୍ତି। ସୂଚନା ଅନୁସାରେ, ବ୍ୟାଙ୍କ ଆକାଉଣ୍ଟରେ ୨୪ ହଜାର ୩୫୬ କୋଟି, ବୀମା ୨୪ ହଜାର ୫୮୬ କୋଟି, ପ୍ରୋଭିଡେଣ୍ଟ୍ ଫଣ୍ଡରେ ୨୪ ହଜାର ୪୯୭ କୋଟି, ମ୍ୟୁଚୁଆଲ୍ ଫଣ୍ଡରେ ୧୭ ହଜାର ୮୮୦ କୋଟି ଏବଂ ସେୟାର ଓ ଡିଭିଡେଣ୍ଡରେ ୪ ହଜାର ୧୦୦ କୋଟି ମୋଟ ୯୫ ହଜାର ୪୧୯ କୋଟି ଟଙ୍କା।

ପ୍ରୋଭିଡେଣ୍ଟ୍ ଫଣ୍ଡ୍ ବା ଭବିଷ୍ୟନିଧି ପାଣ୍ଠି ନିୟମ ଅନୁସାରେ, ଯଦି କୌଣସି ଆକାଉଣ୍ଟର ଶେଷ ଜମାର ୩ ବର୍ଷ ମଧ୍ୟରେ କୌଣସି ଅର୍ଥ ଉଠା ଯାଇ ନାହିଁ ତେବେ ଏହି ଆକାଉଣ୍ଟ ବନ୍ଦ ହୋଇ ଯାଇଥାଏ। ୭ ବର୍ଷ ପର୍ଯ୍ୟନ୍ତ ପଡ଼ିରହିଲେ ଆକାଉଣ୍ଟର ସମସ୍ତ ଟଙ୍କା ବରିଷ୍ଠ ନାଗରିକ ୱେଲଫେୟାର ଫଣ୍ଡକୁ ଚାଲିଯାଏ। ବୀମା ଟଙ୍କା ମଧ୍ୟ ମାଚ୍ୟୁୟୁରିଟିର ୧୦ ବର୍ଷ ଭିତରେ କ୍ଲେମ୍ କରାନଗଲେ ବରିଷ୍ଠ ନାଗରିକ ୱେଲଫେୟାର ଫଣ୍ଡକୁ ଯାଏ। ସେହିପରି ବ୍ୟାଙ୍କ୍ ଆକାଉଣ୍ଟରେ ଯଦି ୧୦ ବର୍ଷ ପର୍ଯ୍ୟନ୍ତ କାରବାର ବନ୍ଦ ରହେ, ତେବେ ଜମା ଥିବା ଅର୍ଥ ଇନଭେଷ୍ଟର୍ ଏଜୁକେଶନ ଫଣ୍ଡକୁ ଚାଲିଯାଏ। ବ୍ୟାଙ୍କ ପାଖରେ ଏଭଳି ଜମା ଆକାଉଣ୍ଟରେ ପ୍ରାୟ ୫ ହଜାର କୋଟି ଓ ଫିକ୍ସଡ୍ ଜିପୋଜିଟ୍ ଭାବେ ମାଚ୍ୟୁରିଟି ପାଇଥିବା ପ୍ରାୟ ୪ ହଜାର ୮୨୦ କୋଟି ଟଙ୍କା ପଡି ରହିଛି। ଷ୍ଟକ୍ ମାର୍କେଟରେ ଥିବା ଜମା ଟଙ୍କାର ଦାବିଦାର ନଥିଲେ ୭ ବର୍ଷ ପରେ ଏହା ବି ଇନଭେଷ୍ଟର ଏଜୁକେଶନ ଫଣ୍ଡକୁ ଚାଲିଯାଏ । ତେବେ ନିବେଶକ ଆଇନ ମୁତାବକ ସମସ୍ତ ଦସ୍ତାବିଜ୍ ପ୍ରଦାନ କରି ଏହି ଅର୍ଥ ପାଇବାକୁ ଦାବି କରିପାରିବେ।