IAC-1 Vikrant
ଶତ୍ରୁଙ୍କୁ ମାତ୍ ଦେବାକୁ ଆସୁଛି ଦେଶୀ ବିକ୍ରାନ୍ତ । ଭାରତର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର IACର ବହୁ ପ୍ରତୀକ୍ଷିତ ସି-ଟ୍ରାଏଲ ବା ସମୁଦ୍ର ପରୀକ୍ଷଣ ହୋଇଛି । INS ବିକ୍ରାନ୍ତର ଏହା ପୁନର୍ଜୀବିତ ରୂପ । ଆସନ୍ତା ବର୍ଷ ଅଗଷ୍ଟରେ ଏହାର ଜଳାବତରଣ କରାଯିବ । ଏହା ପରେ INS ବିକ୍ରାନ୍ତ ନାମରେ ଏହା କାର୍ଯ୍ୟକ୍ଷମ ହେବ । ଏହା ହେବ ଭାରତରେ ନିର୍ମିତ ଓ ବିକଶିତ ସବୁଠାରୁ ବଡ ଯୁଦ୍ଧଯାହଜ । ଏଥି ସହ ଭାରତ ସ୍ୱଦେଶୀ ଜ୍ଞାନ କୌଶଳଦ୍ୱାରା ବିକଶିତ, ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର । ସେନାରେ ସାମିଲ କରିବାରେ ବିଶ୍ୱର ଅଳ୍ପ କିଛି ରାଷ୍ଟ୍ରରେ ତାଲିକାରେ ସାମିଲ ହୋଇଯାଇଛି ଭାରତ । ୫୦ ବର୍ଷ ପୂର୍ବେ ୧୯୭୧ଯୁଦ୍ଧରେ ଏହାର ନାମଧାରୀ ଏକ ଜାହାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ​​।
୪୦ ହଜାର ଟନ ବିଶିଷ୍ଟ ଏହି IACର ପ୍ରଥମ ସମୁଦ୍ର ପରୀକ୍ଷଣର ଶୁଭାରମ୍ଭକୁ ଏକ ଐତିହାସିକ ଓ ଗୌରବମୟ ମୂହୂର୍ତ୍ତ ଭାବେ ବର୍ଣ୍ଣନା କରିଛି ଭାରତୀୟ ନୌସେନା । କୋଚିନ ସିପୟାର୍ଡରେ ପ୍ରାୟ ୨୩ ହଜାର କୋଟି ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଏହି ଏୟାରକ୍ରାଫ୍ଟ କ୍ୟାରିୟରରେ MiG-29K ସୁପରସୋନିକ ଫାଇଟର ଜେଟ୍, MH-60R ମଲ୍ଟି ରୋଲ ହେଲିକେପଟର ଭଳି ଯୁଦ୍ଧବିମାନ । ଏହାର ଡେକରେ ଉଡାଣ ପରୀକ୍ଷା ପରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ।
Also Read
ଭାରତୀୟ ନୌସେନାର ପ୍ରବକ୍ତା କମାଣ୍ଡର ବିବେକ ମାଧୱାଲ କହିଛନ୍ତି, ୧୯୭୧ ଯୁଦ୍ଧରେ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିଜର ପୂର୍ବବର୍ତ୍ତୀ ଜାହଜର ୫୦ ତମ ବର୍ଷରେ ସମୁଦ୍ରରେ ପରୀକ୍ଷଣରେ ବାହାରିଛି ଦେଶୀ ବିକ୍ରାନ୍ତ ।ଭାରତରେ ନିର୍ମିତ ସବୁଠାରୁ ବଡ ଏବଂ ଜଟିଳ ଯୁଦ୍ଧ ଜାହାଜ ଅଟେ ବିକ୍ରାନ୍ତ । । 'ଆତ୍ମନିର୍ଭର ଭାରତ' ଏବଂ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପରେ ଏହା ଏକ ଐତିହାସିକ ମୁହୂର୍ତ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)