• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Niraj Chopra
Tokyo Olympics: ଇତିହାସ ରଚିଲା ଭାରତ, ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା ।

Pakistan temple vandalism
ମନ୍ଦିର ଆକ୍ରମଣ ମାମଲାରେ ୨୦ ଗିରଫ

ପାକିସ୍ତାନ ପଞ୍ଜାବର ସୁଦୂରବର୍ତ୍ତୀ ସହରରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୫୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ସାମ୍ନାନୁ ଆସିଛି ଯେତେବେଳେ ଦେଶର ସୁପ୍ରିମକୋର୍ଟ ଏଭଳି ଆକ୍ରମଣକୁ ରୋକିବାରେ ବିଫଳ ହେବାରୁ ଅଧିକାରୀମାନଙ୍କୁ ଟାଣି ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ ଏଭଳି ଘଟଣା ବିଶ୍ୱରେ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି।

Bajrang Punia
Tokyo Olympics: ଭାରତକୁ ଆଉ ଏକ ବୋଞ୍ଜ ପଦକ ଉପହାର ଦେଲେ ପୁନିଆ

ଭାରତକୁ ଆଉ ଏକ ପଦକ ଉପହାର । ରେସଲିଂରେ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ । ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । ୬୫ କେଜି ବର୍ଗରେ କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି ।

Independence Day 2021
ଆମେ କ’ଣ ପ୍ରକୃତ ସ୍ୱାଧୀନ!

ଦେଶ ପାଳନ କରିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। ଯେଉଁ ସ୍ୱାଧୀନତାକୁ ଆମେ ଆଜି ଉପଭୋଗ କରୁଛେ, ସେହି ସ୍ୱାଧୀନତାର ସ୍ୱପ୍ନ କ’ଣ ଆମ ମନୀଷିମାନେ ଦେଖିଥିଲେ, ଯେଉଁମାନେ ହସି ହସି ବର୍ବର ବ୍ରିଟିଶ ଗୁଳି ଆଗରେ ଛାତି ପାତି ଦେଇଥିଲେ? “ସ୍ୱାଧୀନତା ଏକ ଜନ୍ମ ପରି। ଯେପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ସ୍ୱାଧୀନତା ପାଇନେ ସେପର୍ଯ୍ୟନ୍ତ ଆମେ ଦାସ ଅଟୁ।” ପୂର୍ଣ୍ଣ ସ୍ୱାଧୀନତାର ସ୍ୱପ୍ନ ଦେଖି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିନେ ମହାତ୍ମା ଗାନ୍ଧୀ ଏହି ଆହ୍ୱାନ ଦେଇଥିଲେ। ମହାତ୍ମାଙ୍କ ସେହି ଆହ୍ୱାନକୁ ଆଜି ବି ଯଦି ବିଶ୍ଳେଷଣ କରାଯାଏ ତେବେ ତାହା ସାକାର ହୋଇନି ବୋଲି ମନେହୁଏ।

Mumbai
‘ମୁମ୍ବାଇର ୪ ସ୍ଥାନରେ ହେବ ବୋମା ମାଡ଼’, ପୋଲିସକୁ ଆସିଲା ଫୋନ୍‌ କଲ୍‌ !

‘ମୁମ୍ବାଇର ୪ ସ୍ଥାନରେ ହେବ ବୋମା ମାଡ଼’ । ଏଭଳି ଏକ  ଫୋନ୍‌ କଲ୍‌ ଆସିଥିଲା ମୁମ୍ବାଇ ପୋଲିସକୁ । ଆଉ ତାପରେ ଚାରିଆଡ଼େ ଖେଳିଯାଇଥିଲା ଆତଙ୍କ । ଗତକାଲି ରାତିରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଥିଲା । 

Johnson & Johnson
ଭାରତକୁ ମିଳିଲା ପଞ୍ଚମ ଟିକା : ଜନସନ ଆଣ୍ଡ୍ ଜନସନର ସିଙ୍ଗିଲ୍ ଡୋଜ ଟିକାକୁ ଅନୁମୋଦନ

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକକ-ଡୋଜ କୋଭିଡ -19 ଟିକାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଭାରତରେ ପାଞ୍ଚଟି EUA ରହିଛି । ଏହା ' କୋଭିଡ -19 ବିରୋଧରେ ଭାରତର ମିଳିତ ଲଢ଼େଇକୁ ଆଗକୁ ବଢ଼ାଇବ।

Sonu Sood
ରାସ୍ତାକଡ ଚପଲ ଦୋକାନକୁ ପ୍ରମୋଶନ କଲେ ସୋନୁ

କରୋନା ଭାଇରସ କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଥିବା ବଲିଉଡ ଅଭିନେତା ସୋନୁ ସୁଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ। ସୋନୁ ସୁଦ ପୁଣିଥରେ ତାଙ୍କର ମହାନ କାର୍ଯ୍ୟ ପାଇଁ ଶୀର୍ଷକ ସ୍ଥାନରେ ରହିଛନ୍ତି। ସୋନୁ ବର୍ତ୍ତମାନ ସମୟରେ ଶ୍ରୀନଗରରେ ଅଛନ୍ତି। ଜାମ୍ମୁ କାଶ୍ମୀର ପ୍ରଶାସନର ସଂଶୋଧିତ ଚଳଚ୍ଚିତ୍ର ନୀତି ପାଇଁ ସେ ଶ୍ରୀନଗରରେ ପହଞ୍ଚିଛନ୍ତି। କିନ୍ତୁ, ସେ ସେଠାରେ ଏପରି କିଛି କରିଛନ୍ତି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ନିଜକୁ ଅଟକାଇ ପାରିବେ ନାହିଁ। ଏଠାରେ ଅଭିନେତା ସୋନୁ ସୁଦ୍ ରାସ୍ତା କଡ଼ରେ ଜଣେ ଜୋତା ବିକ୍ରେତାଙ୍କୁ ପ୍ରୋତ୍ସାହିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

Bell Bottom
‘ବେଲ୍‌ ବଟମ୍‌’ର 'ମର୍‌ଜାୱାଁ' ଉପରେ ଚୋରି ଅଭିଯୋଗ

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବାଣୀ କପୁରଙ୍କ ବହୁ ଅପେକ୍ଷିତ ଫିଲ୍ମ ‘ବେଲ୍‌ ବଟମ୍‌’କୁ ନେଇ ଲୋକଙ୍କ ଉତ୍ସାହ ବଢିଯାଇଛି। ନିକଟରେ ଫିଲ୍ମର ପ୍ରଥମ ଗୀତ 'ମର୍‌ଜାୱାଁ'ର ରିଲିଜ ହୋଇଛି। ଗୀତରେ ଅକ୍ଷୟ ଏବଂ ବାଣୀଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। କିନ୍ତୁ ପରିତାପର ବିଷୟ ଯେ ରୋମାନ୍ସରେ ପରିପୂର୍ଣ୍ଣ ଏହି ଗୀତଟି ରିଲିଜ୍ ହେବା ମାତ୍ରେ ବିବାଦ ଘେରକୁ ଚାଲିଯାଇଛି। ଏହି ଫିଲ୍ମ ଉପରେ ଚୋରିର ଅଭିଯୋଗ ଲାଗିଛି।

sherlyn chopra on porn film shooting
ଅଭିନେତ୍ରୀ ଶର୍ଲିନଙ୍କ ଚାଞ୍ଚଲ୍ୟକର ଖୁଲାସା- ‘ଶିଳ୍ପା ମୋ ଭିଡିଓ ପସନ୍ଦ କରୁଥିଲେ’

ସାକ୍ଷାତକାରରେ ଶର୍ଲିନ ଚୋପ୍ରା ରାଜ୍‌ କୁନ୍ଦ୍ରାଙ୍କୁ ନେଇ ଅନେକ କିଛି ଖୁଲାସା କରିଛନ୍ତି। ଶିଳ୍ପାଙ୍କୁ ତାଙ୍କ ଭିଡିଓ ଓ ଫଟୋ ଭଲ ଲାଗେ ବୋଲି କହି ରାଜ୍‌ କୁନ୍ଦ୍ରରା ତାଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଶର୍ଲିନ କହିଛନ୍ତି।

Independence Day
Independence Day 2021 : ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫ ଦିନକୁ ଚୟନ କରିବାର କାରଣ କ’ଣ ?

ସ୍ୱାଧୀନତା ଏକ କ୍ଲାନ୍ତିକାରୀ ଅନୁଭୂତି । ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ । ସ୍ୱାଧୀନତା ଏକ ମୁକ୍ତ ଉଡାଣର ନାଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।

TN postmaster
ପୋଷ୍ଟ ମାଷ୍ଟରଙ୍କୁ ସଲାମ୍ : ନଦୀ, ନାଳ ପାହାଡ଼ ପାର କରି ୧୧୦ ବର୍ଷୀୟ ବୃଦ୍ଧାଙ୍କୁ ପେନସନ୍ ଦେବାକୁ ଯାଆନ୍ତି ଏସ୍ କ୍ରିଷ୍ଟୁରାଜା

ସ୍ମାର୍ଟଫୋନ୍ ଫୋନ୍ ଯୁଗରେ ନିସ୍ୱାର୍ଥପର ଭାବେ ଡାକେସବା ଜାରି ରଖିଛନ୍ତି । ଦୁର୍ଗମ ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ପେନସନ୍ ପହଞ୍ଚାଇବା ପାଇଁ ପ୍ରତି ମାସ ରବିବାର କଲକ୍କଡ ମୁଣ୍ଡନଥୁରାଇ ଟାଇଗର ରିଜର୍ଭ ଜଙ୍ଗଲ ଦେଇ ବିପଦପୂର୍ଣ୍ଣ ଯାତ୍ରା କରନ୍ତି । ନଦୀ, ନାଳ ପାହାଡ଼ ପାର କରି ତାଙ୍କୁ ବୃଦ୍ଧାଙ୍କ ଗାଁରେ ପହଞ୍ଚିବାକୁ ପଡ଼େ । ଜଙ୍ଗଲରେ ଜୀବଜନ୍ତୁଙ୍କ ଭୟ ଥିଲେ ସୁଦ୍ଧା କେବେ ବି ସେ କର୍ତ୍ତବ୍ୟରେ ହେଳା କରିନାହାନ୍ତି ।

 bluetooth earphone device explodes
କଥା ହେବାବେଳେ ଫାଟିଗଲା ବ୍ଲୁ ଟୁଥ ଇୟରଫୋନ, ଚାଲିଗଲା ଯୁବକଙ୍କ ଜୀବନ

କାନରେ ଇୟରଫୋନ ଦେଇ କଥା ହେବା, ଗୀତ ଶୁଣିବା ଆଜିକାଲି ଯୁବପିଢିଙ୍କର ଭାରି ପସନ୍ଦ। ରାସ୍ତାରେ ଚାଲିବା ବେଳେ, ଗାଡି ଚଲାଇବା ବେଳେ ଅଧିକାଂଶ ଯୁବକଯୁବତୀଙ୍କ କାନରେ ଇୟରଫୋନ ଲାଗିଥିବା ଦେଖିବାକୁ ମିଳେ। ହେଲେ ସାବଧାନ...

Amitabh Bachchan
ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଉଡେଇଦେବାକୁ ଧମକ

ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରତି ରହିଛି ବିପଦ। ତାଙ୍କ ବଙ୍ଗଳାକୁ ବମ୍‌ରେ ଉଡେଇଦେବା ନେଇ ମିଳିଛି ଧମକ। ଏହି ଖବର ପାଇ ବଚ୍ଚନ ପରିବାର ଆତଙ୍କିତ ହୋଇପଡିଥିବା ବେଳେ ମୁମ୍ବାଇ ପୋଲିସ୍ ଚଳଚଞ୍ଚଳ ହୋଇଉଠିଛି। ସୂଚନା ମୁତାବକ ମୁମ୍ବାଇର ତିନୋଟି ବଡ ରେଳ ଷ୍ଟେସନ ଏବଂ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବମ୍‌ ପକେଇ ଉଡ଼ାଇଦେବା ନେଇ ପୋଲିସ୍ ଏକ ଧମକ ଭରା ଫୋନ୍ କଲ ପାଇଛି।

vaccination
ଦେଶରେ ଟିକାକରଣ ୫୦ କୋଟି ପାର୍ : ଟ୍ୱିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରାଯାଇଛି । ଆଉ ଏଥିମଧ୍ୟରୁ କେବଳ ଶୁକ୍ରବାର ଦିନ ୪୩. ୨୯ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

twitter complied with new it rules
ନରମିଲା ଟ୍ୱିଟର: ନୂଆ ଆଇଟି ନିୟମ ମାନିବା ସହ ସ୍ଥାୟୀ ଅଧିକାରୀ ନିଯୁକ୍ତ କଲା

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ମାନି ନେଇଛି। ଏଥିସହିତ କମ୍ପାନୀ ଭାରତରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ।

court
’ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ’

ଜୀବନସାଥୀର ଇଚ୍ଛା ବିରୁଦ୍ଧରେ ଯୌନ ସମ୍ପର୍କ ରଖିବା ବୈବାହିକ ଦୁଷ୍କର୍ମ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଛାଡ଼ପତ୍ର ମଞ୍ଜୁର କରିବାକୁ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ତାଙ୍କର ବ୍ୟକ୍ତିଙ୍କ ଦୁଇଟି ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ।

LPG Gas Cylinder
ପୂର୍ବରୁ ଗ୍ୟାସ୍‌ କନେକ୍ସନ ନେଇଥିଲେ ମିଳିବ ଏହି ସୁବିଧା

ଗ୍ୟାସ୍‌ କନେକ୍ସନ ପାଇଁ ଅନ୍‌ଲାଇନ୍‌ ସୁବିଧା ମଧ୍ୟ ଉପଲ୍ଲବ୍ଧ ରହିଛି। ଯଦି ପୂର୍ବରୁ ଆପଣ ଗ୍ୟାସ୍‌ କନେକ୍ସନ ନେଇ ସାରିଛନ୍ତି, ତା’ହେଲେ ଏହି ଆଧାରରେ ଆପଣ ଦ୍ୱିତୀୟ ଥର ପାଇଁ ମଧ୍ୟ ଗ୍ୟାସ୍‌ କନେକ୍ସନ ନେଇ ପାରିବେ। 

Indian Women Hockey Team coach shored Marine
ମହିଳା ହକି ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ପାଇଁ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଦଳ।  ଏହା ପରେ ଇସ୍ତଫା ଦେଇଛନ୍ତି ଟିମ୍‌ର କୋଚ୍‌ ସୋର୍ଡ ମାରିନ।

vaccination
ଖୁବ୍‌ ଶୀଘ୍ର ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ

ଆସନ୍ତା ଅକ୍ଟୋବରରୁ ଭାରତରେ ଉପଲ୍ଲବ୍ଧ ହୋଇପାରେ ଆଉ ଏକ କରୋନା କବଚ କୋଭାଭାକ୍ସ ଟିକା। ଅକ୍ଟୋବର ସୁଦ୍ଧା କୋଭାଭାକ୍ସ ଟିକା ଦେଶରେ ଉପଲ୍ଲବ୍ଧ ନେଇ ଆଶାବାଦୀ ଥିବା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି। 

Ravi Dhaiya
ଅଲିମ୍ପିକ୍ସରେ ରବିଙ୍କ ସହ ଘଟିଥିଲା ଏମିତି କିଛି, ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେଲା

ଅଲିମ୍ପିକ୍ସର ଏମିତି କିଛି ଦୃଶ୍ୟ । ଯାହା ବିଚଳିତ କରିଛି ସାରା ଦେଶବାସୀଙ୍କୁ । ପୁରୁଷ କୁସ୍ତି ସେମିଫାଇନାଲ୍ ମୁକାବିଲାରେ କାଜକିସ୍ତାନର କୁସ୍ତି ଯୋଦ୍ଧା ନୁରିସ୍ଲାମ ସାନାୟେଭ ଏବଂ ଭାରତର କୁସ୍ତି ଯୋଦ୍ଧା ରବି ଦହିୟା ମୁହଁମୁହିଁ ହୋଇଥିଲେ ।

Lottery
ବିମାନ ବାତିଲ ହେବାରୁ ଭାଗ୍ୟ ଖୋଲିଲା; ୭ କୋଟିର ମାଲିକ

ଆମେରିକାର ମିସୌରୀରେ ବିମାନ ବାତିଲ ହେବା ପରେ ଜଣେ ମହିଳାଙ୍କ ଭାଗ୍ୟ ଖୋଲିଗଲା। ସୂଚନା ମୁତାବକ ଏହି ମହିଳା ନୂଆ ବିମାନକୁ ଅପେକ୍ଷା କରିଥିବାବେଳେ କିଛି ଲଟେରୀ ଟିକେଟ୍ କିଣିଥିଲେ। ଏହି ଟିକେଟ୍ ମଧ୍ୟରୁ ଗୋଟିଏରେ ତାଙ୍କୁ ୧୦ ଲକ୍ଷ ଡଲାର (୭କୋଟି ୪୧ ଲକ୍ଷ ୫୫ ହଜାର ୬୫୦) ପୁରସ୍କାର ମିଳିଛି। ତେବେ ସେ ଟାଇମ୍ ପାସ୍ କରିବାକୁ କିଣିଥିବା ଲଟେରୀ ଟିକେଟ୍ ଯେ ତାଙ୍କ ପାଇଁ ଅର୍ଥ ଭଣ୍ଡାର ଖୋଲିଦେବ ତାହା ସେ ଜଣି ନ ଥିଲେ। ଏହି ଖବର ବର୍ତ୍ତମାନ ଅଧିକ ଭାଇରାଲ ହେବାରେ ଲାଗିଛି।

Naveen Patnaik
ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ । 

India Hockey Team
ହକି ଦଳର ପରଦା ପଛର ନାୟକ; କୋଚ୍-ସପୋର୍ଟ ଷ୍ଟାଫ୍

ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ୪୧ ବର୍ଷର ପଦକ ମରୁଡ଼ିକୁ ଶେଷ କରିଛି। ଦଳର ସଫଳତା ପାଇଁ, କେବଳ ଯେ ଖେଳାଳିମାନେ ଦିନରାତି ଏକାଠି କରିଥିଲେ ତାହା ନୁହେଁ, ସପୋର୍ଟ ଷ୍ଟାଫ୍ ମଧ୍ୟ ସେମାନଙ୍କ ସହ କଠିନ ପରିଶ୍ରମ କରିଥିଲେ। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଥିବାବେଳେ ଦଳକୁ ସହାୟତା ଏବଂ ସମର୍ଥନ କରିବାକୁ ୬ ଜଣ କର୍ମଚାରୀ ମଧ୍ୟ ରହିଥିଲେ।

Indian Railways
ଅନ୍ଧାର ରାତିରେ ୭ କିମି ଚାଲିଲେ ରେଳବାଇ କର୍ମଚାରୀ, ବଂଚାଇଲେ ହଜାର ହଜାର ଲୋକଙ୍କ ଜୀବନ

ରାଜସ୍ଥାନରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରେଳବାଇରେ ରାହୁଲ ନାମକ ଜଣେ ବ୍ୟକ୍ତି କାମ କରନ୍ତି। ରାହୁଲ କୋଟା ଡିଭିଜନର ଲାଖେରୀରେ ଏମସିଏଫ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍‌ ପୂରା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ଯାଇଥିଲେ ରାହୁଲ

Covid-19 Vaccine
ଭାରତକୁ ଖୁବ ଶୀଘ୍ର ମିଳିପାରେ ସିଙ୍ଗଲ୍-ଡୋଜ୍ ଟିକା

ଆମେରିକା ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଭାରତରେ କରୋନା ବିରୋଧରେ ସିଙ୍ଗଲ୍ -ଡୋଜ୍‌ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମାଗିଛି। ଯଦି ଏହାକୁ ସରକାର ମଞ୍ଜୁର କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ, ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେଇ ଚାଲିଛି। ପ୍ରକାଶଥାଉ ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ଋଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିରାଟ ଟିକାକରଣ ଅଭିଯାନ ଚାଲିଛି। କୋଭାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟନିକ୍-ଭି, ଏହି ତିନୋଟି ହେଉଛି ଡବଲ୍-ଡୋଜ୍ ଟିକା।