• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

afghanistan-army-airstrike
ତାଲିବାନୀ ଉପରେ ଆଫ୍‌ଗାନିସ୍ତାନର ବଡ଼ ଧରଣର ଏୟାରଷ୍ଟ୍ରାଇକ୍‌। ୨୫୪ ଆତଙ୍କୀ ନିପାତ୍‌

କାରଣ ପୂର୍ବରୁ ତାଲିବାନୀ ଉପରେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା। ଆକ୍ରମଣର ମାତ୍ର ଏତେ ପ୍ରଚଣ୍ଡ ଥିଲା କି, ଆତଙ୍କୀଙ୍କ କେତେକ ଗାଡ଼ି ବିସ୍ଫୋରଣରେ ଉଡ଼ିଯାଇ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଆଫ୍‌ଗାନିସ୍ତାନ ସେନା ଆତଙ୍କୀଙ୍କ ୧୩ ଟି ଆଇଇଡ଼ିକୁ ମଧ୍ୟ ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି। ଗତକାଲି ମଧ୍ୟ କନ୍ଧାରରେ ତାଲିବାନୀ ଆତଙ୍କୀଙ୍କର ବଙ୍କର୍‌ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଦେଇଥିଲେ। ଏହାଦ୍ୱାରା ୧୦ ରୁ ଅଧିକ ଆତଙ୍କୀ ପ୍ରାଣ ମଧ୍ୟ ହରାଇଥିଲେ।

fatehabad
ସ୍କୁଲ ଖୋଲୁ ଖୋଲୁ ବଢ଼ିଲା ସଂକ୍ରମଣ : ଫତେହାବାଦରେ ୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ସ୍କୁଲ ଖୋଲିଲା, ସଂକ୍ରମଣ ବଢ଼ିଲା । ହରିୟାଣାରେ ସ୍କୁଲ ଖୋଲାବା ମାତ୍ରେ ପଶିଲା କରୋନା

Ayushmann Khurrana
ବଲିଉଡ୍‌ରୁ ଦିନେ ମୁହଁ ମୋଡି ନେଇଥିଲେ ଆୟୁଷ୍ମାନ ଖୁରାନା, ଜାଣନ୍ତୁ କାହିଁକି...

ଆଜି ଆୟୁଷ୍ମାନ ଖୁରାନାଙ୍କ ଗଣନା ବଡ ତାରକାମାନଙ୍କ ମଧ୍ୟରେ କରାଯାଉଛି। ତେବେ ଏହି ଜାଗା ଯେ ତାଙ୍କୁ ସହଜରେ ପ୍ରାପ୍ତ ହୋଇଛି ତାହା ନୁହେଁ। ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଛି। ବଲିଉଡରେ ତାଙ୍କର ପ୍ରଥମ ଦିନଗୁଡିକ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ଆୟୁଷ୍ମାନଙ୍କୁ ଆଜି ଲକ୍ଷ ଲକ୍ଷ ଯୁବକ ଅନୁସରଣ କରୁଛନ୍ତି, କିନ୍ତୁ ତାଙ୍କ ଜୀବନରେ ମଧ୍ୟ ଏପରି କିଛି ସମୟ ଆସିଥିଲା, ଯେତେବେଳେ ସେ ଏହି ସବୁ ଜିନିଷରୁ ଦୂରେଇ ଯିବାକୁ ଚାହୁଁଥିଲେ।

Jammu
ସାବଧାନ! ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କଲେ ଆଉ ମିଳିବ ନାହିଁ ସରକାରୀ ଚାକିରି

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ଏପରି କାମରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଡ଼ିଜିଟାଲ ଜ୍ଞାନକୌଶଳ ବଳରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହାସହ ସେମାନଙ୍କର ପୋଲିସ ରେକର୍ଡର ଯାଂଚ ମଧ୍ୟ ହେବ। ଠିକ୍‌ ସେହିପରି କେନ୍ଦ୍ର-ଶାସିତ ଅଂଚଳରେ ପ୍ରଚଳିତ ଥିବା ଆଇନର ମଧ୍ୟ ସଂଶୋଧନ କରାଯାଇଛି।

nia
ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ NIAର ଚଢ଼ଉ

ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ National Investigative Agency (NIA) ଚଢ଼ଉ କରିଛି। ଆତଙ୍କବାଦୀ ଲିଙ୍କ୍ ନେଇ ଏନ୍‌ଆଇଏ ପକ୍ଷରୁ ଶନିବାର ଏହି ରେଡ୍‌ କରାଯାଇଥିଲା।

Mirabai chanu
ନିର୍ମାଣ ହେବାକୁ ଯାଉଛି ମୀରାବାଇ ଚାନୁଙ୍କ ବାୟୋପିକ୍

ଅଲମ୍ପିକରେ ରୈପ୍ୟ ବିଜେତା ମୀରାବାଇଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । ଅଲିମ୍ପିଆନସ୍ ମୀରାବାଇ ଦିନରାତି କିପରି ପରିଶ୍ରମ କରିଥିଲେ ଏବଂ ବହୁ ଅସୁବିଧାକୁ ଏଡ଼ାଇ କିପରି ଏହି ସ୍ଥାନରେ ପହଞ୍ଚିଲେ ତାହା ଏହି ଫିଲ୍ମ ମାଧ୍ୟମରେ ଦେଶବାସୀଙ୍କୁ ଦର୍ଶାଯିବ । ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ଇଂରାଜୀ ଏବଂ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ଫିଲ୍ମ ନିର୍ମାତା ମାନୋବ ଏମ୍ ଏମ୍ କହିଛନ୍ତି।

Arjun Kapoor and Jahnavi Kapoor
ସାବତ ଭାଇ ଅର୍ଜୁନଙ୍କୁ ବେଷ୍ଟ ଭାଇ କହିଲେ ଜାହ୍ନଭୀ

ଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କ ଧରମ ଭଉଣୀ ଜାହ୍ନଭୀ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କରେ କିପରି ପରିବର୍ତ୍ତନ ହୋଇଛି। ଅର୍ଜୁନ ଓ ଜାହ୍ନଭୀ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପିଲା। ଅର୍ଜୁନ ଏବଂ ଅଂଶୁଲା ବୋନିଙ୍କ ପ୍ରଥମ ପତ୍ନୀ ମୋନାଙ୍କ ପିଲା ହୋଇଥିବାବେଳେ ଜାହ୍ନଭୀ ଓ ତାଙ୍କ ଭଉଣୀ ଖୁସି କପୁର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପିଲା।

third wave
’ଯେଉଁ ଜିଲ୍ଲାରେ ଦ୍ୱିତୀୟ ଲହରୀ ତାଣ୍ଡବ ରଚିଥିଲା, ସେଠାରେ କମ୍ ମାରାତ୍ମକ ହେବ ତୃତୀୟ ଲହରୀ”

ଦ୍ୱିତୀୟ ଲହରୀରେ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । କେତେ କୁନି କୁନି ପିଲା ବାପାମା’ ଛେଉଣ୍ଡ ହୋଇ ଯାଇଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଇଛି । ଅପୂରଣୀୟ କ୍ଷତି ଦେଇ ଯାଇଛି ଦ୍ୱିତୀୟ ଲହରୀ ।

Wildlife
ଲକଡାଉନରେ ବନ୍ୟପ୍ରାଣୀଙ୍କର ବଂଶବିସ୍ତାର

ରୋମାଞ୍ଚକର, ମନ ମୁଗ୍ଧକର ଦେଖିବାକୁ ଯେମିତି ମନଲୋଭା ସେମିତି କୌତୁକିଆ । ଜଙ୍ଗଲ ରାସ୍ତାରେ ଖୁସିରେ ଡିଆଁ ମାରୁଛନ୍ତି କୌତୁକିଆ କୃଷ୍ଣସାର ମୃଗ । ପଲ ପଲ ହୋଇ ଧାଉଁଛନ୍ତି ଚାରଣ ଭୂଇଁରେ । ଗୁଜରାଟ ଭାବନଗରସ୍ଥିତ ବ୍ଲାକବକ୍ ନ୍ୟାସନାଲ ପାର୍କର ଗୋଟିଏ ଦୁଇଟି ନୁହଁନ୍ତି ପ୍ରାୟ ୭ ଶହରୁ ୮ ଶହ କୃଷ୍ଣସାର ମୃଗ ଏକାଠି ବୁଲୁଛନ୍ତି

bachpan-ka-pyar-song-singer-sahdev
ଜାନେ ମେରି ଜାନେମନ୍, ବଚପନ୍ କା ପ୍ୟାର୍... ସୋସିଆଲ୍ ମିଡିଆରେ ଷ୍ଟାର୍ ପାଲଟିଲେ ସୁକମାର ସହଦେବ

ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମ ଶ୍ରେଣୀରେ ଭାଇରାଲ୍ । ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ବଚପନ୍ କା ପ୍ୟାର୍ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣାଉଛନ୍ତି

Mukhtar Abbas Naqvi
ଦେଶ ପାଳିବ “ମୁସଲିମ ମହିଳା ଅଧିକାର ଦିବସ”

ଆସନ୍ତାକାଲି ଅଗଷ୍ଟ ୧, ୨୦୨୧ରେ ଦେଶର ବିଭିନ୍ନ ସଂଗଠନ ଦ୍ୱାରା “ମୁସଲିମ ମହିଳା ଅଧିକାର ଦିବସ” ପାଳନ କରାଯିବ। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧ରେ ନୂଆଦିଲ୍ଲୀରେ “ମୁସଲିମ ମହିଳା ଅଧିକାର ଦିବସ” ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଅବ୍ବାସ ନକଭି ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଉପସ୍ଥିତ ରହିବେ।

clock
ଅଦ୍ଭୁତ ଘଣ୍ଟା : ଘଣ୍ଟାରେ କେବେ ବି ବାଜେନି ୧୨ଟା

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ଏମିତି ଏକ ଘଣ୍ଟା ଅଛି ଯେଉଁଥିରେ କେବେ ବି ୧୨ଟା ବାଜି ନ ଥାଏ । ଏହା ପଛରେ ରହିଛି ଏକ ରହସ୍ୟମୟ କଥା । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟା ସ୍ୱିଜରଲ୍ୟାଣ୍ଡର ସୋଲୋଥର୍ନଠାରେ ଅଛି । ଏହି ଘଣ୍ଟାରେ କେବଳ ୧୧ ନମ୍ବର ରହିଛି ‌ଓ ୧୨ ନମ୍ବର ଏଥିରୁ ନିଖୋଜ ଅଛି । ତେବେ ସେଠିକାର ଲୋକମାନେ ୧୧ ନମ୍ବରକୁ ଖୁବ୍ ପସନ୍ଦ କରିଥାନ୍ତି ।

Third wave of Corona
କରୋନାର ତୃତୀୟ ଲହର ଏହି ରୋଗୀଙ୍କ ପାଇଁ ମାରାତ୍ମକ ହୋଇପାରେ

ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପରେ ଲୋକଙ୍କ ମଧ୍ୟରେ ତୃତୀୟ ଲହରର ଭୟ ସୃଷ୍ଟି ହୋଇଛି। ଏହା ସହିତ, ବିଶ୍ୱରେ ମାମଲା ବୃଦ୍ଧି ପାଇବା ପରେ ବୈଜ୍ଞାନିକମାନେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଦେଶରେ ପରବର୍ତ୍ତୀ କରୋନା ଲହରର ପୂର୍ବାନୁମାନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ ଆସନ୍ତା ତିନି ମାସ ମଧ୍ୟରେ ଲୋକଙ୍କୁ ସତର୍କତା ଏବଂ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି।

Babul Supriyoa
ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏହି ଖବର ସେ ସୋସିଆଲ୍ ମିଡିଆରେ ଜଣେଇଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ।

Deepika and Ranveer
ହସ୍ପିଟାଲରେ ଦୀପିକା ପାଦୁକୋନ : ମା’ ହେବା ନେଇ ଆଶା

ବଲିଉଡର ସବୁଠାରୁ ପ୍ରେମୀ ଦମ୍ପତି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ। ଏହି ଦୁଇ ପ୍ରେମୀ ଯୁଗଳ ନଭେମ୍ବର ୨୦୧୮ରେ ଇଟାଲୀରେ ଏକ ଗ୍ରାଣ୍ଡ୍‌ ଡେଷ୍ଟିନେସନ୍ ବିବାହ କରି ପରସ୍ପରର ହାତ ଧରିଥିଲେ। ସୋସିଆଲ ମିଡିଆରେ ଉଭୟ ଦୀପିକା ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ଜାଣିବାକୁ ଆଗ୍ରହୀ।

shilpa shetty
ଶିଳ୍ପାଙ୍କୁ ସପୋର୍ଟ କଲେ ହଂସଲ ମେହେଟ୍ଟା

ଶିଳ୍ପା ଶେଟ୍ଟୀଙ୍କୁ ଟ୍ରୋଲ କରିବା, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟିଙ୍କ ନିରବତା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ହଂସଲ ମେହେଟ୍ଟା । ସେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୟୁଇଟ୍ କରି ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ହଂସଲ ମେହେଟ୍ଟା ବହୁତ ସକ୍ରିୟ ଥିବାବେଳେ ଦେଶରେ ଚାଲିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାୟତଃ ନିଜର ମତ ଦିଅନ୍ତି ।

Gold Price
ସୁନା ବଜାରରେ ଆଶ୍ୱସ୍ତି : ୭ ହଜାର ପର୍ଯ୍ୟନ୍ତ ଶସ୍ତା

ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ବିଳମ୍ବ କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ବର୍ତ୍ତମାନ ସୁନା କିଣିବା ବିନିଯୋଗ କ୍ଷେତ୍ରରେ ମଧ୍ୟ ଲାଭ ଦେଇପାରେ। ପୁଣି ଥରେ ସୁନାରେ ଉତ୍ସାହ ବଢୁଥିବା ପରି ମନେ ହେଉଛି। ଜୁଲାଇର ଶେଷ ବାଣିଜ୍ୟ ଦିନ ଶୁକ୍ରବାର (ଜୁଲାଇ ୩୦) ସୁନା-ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା।

PM Narendra Modi
ଆଇପିଏସ୍ ପ୍ରୋବେସନରଙ୍କୁ ମୋଦିଙ୍କ ମନ୍ତ୍ର : ବର୍ଦ୍ଦିର ମର୍ଯ୍ୟାଦାକୁ ସର୍ବଦା ଗୁରୁତ୍ୱ ଦେବାକୁ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି ।

Railway Recruitment 2021
ରେଳ ନିଯୁକ୍ତି ୨୦୨୧: ଗ୍ରୁପ୍ ସି ପଦବୀ ପାଇଁ ଆବେଦନ

ପଶ୍ଚିମ ରେଳବାଇ ଗ୍ରୁପ୍ ସି ପଦବୀ ପାଇଁ ଆବେଦନ ନେଇ ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୧ଟି ପଦବୀ ପାଇଁ କ୍ରୀଡା କୋଟାରେ ରେଳ ନିଯୁକ୍ତି ୨୦୨୧ ପାଇଁ ଆବେଦନ କରିପାରିବେ।

Yamuna water level
ଦିଲ୍ଲୀକୁ ବନ୍ୟା ଭୟ : ବିପଦ ସଙ୍କେତ ଉପରେ ଯମୁନା ନଦୀର ଜଳସ୍ତର

ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିଛି ।

Tokyo Olympics
ବନ୍ଦନା କଟାରିୟାଙ୍କ ହାଟ୍ରିକ୍ ଗୋଲ୍‌ ଇତିହାସ ରଚିଲା : ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଲା

ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ପାରିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ସଞ୍ଚାର କରିଛି।

MS Dhoni
ମାହିଙ୍କ ନୂଆ ଲୁକ୍, ସୋସିଆଲ ମିଡିଆରେ ଭାଇରାଲ ହେଲା କ୍ୟାପଟେନ କୁଲଙ୍କ ହେୟାର ଷ୍ଟାଇଲ

ସୋସିଆଲ ମିଡିଆରେ ଛାୟୀ ହୋଇ ଯାଇଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ । କ୍ରିକେଟ ଆଇକନ୍ ମହେନ୍ଦ୍ର ସିଂ ଧୋନୀ ଫ୍ୟାନ୍ସଙ୍କ ସହ ତାଙ୍କର ନୂଆ ଲୁକ୍ ସେୟାର କରିଛନ୍ତି । ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ ଧୋନିଙ୍କ ନୂଆ ଲୁକ୍ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

marriage
ଅଜବ ପ୍ରଥା ,ବିବାହ ପୂର୍ବରୁ ବର-କନ୍ୟାଙ୍କୁ ଫିଙ୍ଗାଯାଏ ପଚା ଅଣ୍ଡା-ଟମାଟୋ

ବିବାହକୁ ନେଇ ଅନେକ ଦେଶରେ ଅନେକ ପ୍ରଥା ରହିଛି । ଦୁନିଆରେ ଏମିତି କିଛି ଦେଶରେ ବିବାହକୁ ନେଇ ଅଜବ ପରମ୍ପରା ରହିଛି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ସ୍କଟଲ୍ୟାଣ୍ଡରେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ପଚା ଅଣ୍ଡା ଓ ଟମାଟୋ ଆଦି ଫୋପଡା ଯାଇଥାଏ । ଏମିତି ଏକ ବିବାହ ପ୍ରଥା ସମ୍ପର୍କରେ ଜାଣିବା ଯାହା ଆପଣମାନଙ୍କୁ ଅଦ୍ଭୁତ ଲାଗିପାରେ କିନ୍ତୁ ଏହା ସତ ।

young man stole mobile phone
ଅଜବ ଚୋର ; ଝିଅ ଦେଖିବାକୁ ଯାଇ ଚୋରି କଲା ମୋବାଇଲ ଫୋନ

ଚୋରର ଅଭ୍ୟାସ ଚୋରି କରିବା। ସେ ଯେଉଁଠିକୁ ବି ଯାଉ, ସ୍ଥିତି ଯାହା ବି ହେଉ ଚୋର କୌଶଳ କ୍ରମେ ଚୋରି କରି ନେଇଥାଏ । ହେଲେ  ଆଜି ଜଣେ ଅଜବ ଚୋରର ଗଜବ କାହାଣୀ ବିଷୟରେ କହିବୁ। 

encounter
ପୁଲୱାମାରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ : ଏନକାଉଣ୍ଟରରେ ୨ ଆତଙ୍କୀ ମୃତ

ପୁଲୱାମା ଜିଲ୍ଲାର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁସାରେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି