ପୁରୀକୁ ବହୁ ଦିନ ତଳେ ଆସିଥିଲି। ଆଜି କିନ୍ତୁ ସମୟ ଅଭାବରୁ ଯାଇପାରୁନି। କିନ୍ତୁ ଲିଙ୍ଗରାଜ ମନ୍ଦିର ଯିବି ବୋଲି କହିଲେ ଶିଳ୍ପା
ଅକ୍ଷୟ କୁମାରଙ୍କ 'ପ୍ଲେୟାର ବୟ' ଇମେଜ୍ର ପୋଲ୍ ଖୋଲିଥିଲେ ଶିଳ୍ପା ଶେଟ୍ଟୀ। ଅକ୍ଷୟ ୯୦ ଦଶକର ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ବିବାହ ପ୍ରତିଶ୍ରୁତି ଦେଉଥିଲେ। ହେଲେ…
ଭ୍ୟାନିଟି ଭ୍ୟାନ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ଶେଟ୍ଟୀ। ଭ୍ୟାନ୍ ନୁହେଁ ତ ସତେ ଯେପରି ଏକ ଲଗଜୁରୀ ଘର। ଅଛି ଦୁଇଟି ୱାଶ୍ ରୁମ୍, ଗୋଟିଏ ରୋଷେଇ ଘର ଆଉ ଏକ ସଭା କକ୍ଷ।
ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।
ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି ପାଳନ କରାଯାଏ। ହେଲୋୱିନ୍କୁ ନେଇ ସୋସିଆଲ୍ ମିଡିଆରେ ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ନିଜ ନିଜ ଢଙ୍ଗରେ ଫଟୋ ଶେୟାର କରିଛନ୍ତି।
ବଲିଉଡ୍ ଗ୍ଲାମରସ୍ ଗାର୍ଲ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାନ୍ତି। ସେ ତାଙ୍କ ଫିଟ୍ନେସ୍କୁ ନେଇ କିଛି ନା କିଛି ପଟୋ ବା ଭିଡିଓ ଶେୟାର କରନ୍ତି। ଏ ସବୁକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରନ୍ତି। ସେ ପ୍ରାୟ ସମୟରେ ନିଜର ୱାର୍କଆଉଟ୍ ଭିଡିଓ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ ଶୀଳ୍ପା ଯେଉଁ ୱାର୍କଆଉଟ୍ ଭିଡିଓ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି।
ଟିଭିର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟୀ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୋ’ର ସେମିଫାଇନାଲ୍ ଏପିସୋଡ୍ ‘ଦେଶ କୀ ଫର୍ମାଇସ୍’ରେ ଯୋଗଗୁରୁ ବାବା ରାମଦେବ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ତେବେ ଏହି ଶୋ’ରେ ରାମଦେବ ପ୍ରତିଯୋଗୀମାନଙ୍କର ନାଚ ଖୁବ ଉପଭୋଗ କରିଥିଲେ। ଏହାର ପ୍ରୋମୋ ମଧ୍ୟ ନିର୍ମାତା ଏହାର ଅଫିସିଆଲ୍ ଆକାଉଣ୍ଟ୍ରେ ଶେୟାର କରିଛନ୍ତି।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଫିଟ୍ନେସ୍, ବ୍ୟାୟାମ୍ ଓ ଯୋଗକୁ ନେଇ କେତେ ସକ୍ରିୟ ତାହା ପ୍ରାୟ ସମସ୍ତେ ଜାଣନ୍ତି। ପ୍ରାୟ ସମୟରେ ସେ ତାଙ୍କର ଯୋଗ ଫଟୋ ଓ ଭିଡିଓ ଶେୟାର କରିବା ସହିତ ଲୋକଙ୍କୁ ଫିଟ୍ ରହିବା ନେଇ ପରାମର୍ଶ ଦେଇଥାନ୍ତି। ଏବେ ଶିଳ୍ପା ସେଟ୍ଟୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଦୁଇ ପିଲା ନଜର ଆସିଛନ୍ତି। ତେବେ ଏହି ଭିଡିଓ ସ୍ୱତନ୍ତ୍ର ହେବାର କାରଣ ହେଲା ଶିଳ୍ପାଙ୍କ ଦୁଇ ପିଲା ମଧ୍ୟ ମା’ଙ୍କ ପଥ ଅନୁସରଣ କରି ଯୋଗ କରୁଥିବା ଦେଖାଯାଇଛି।
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।
ସାକ୍ଷାତକାରରେ ଶର୍ଲିନ ଚୋପ୍ରା ରାଜ୍ କୁନ୍ଦ୍ରାଙ୍କୁ ନେଇ ଅନେକ କିଛି ଖୁଲାସା କରିଛନ୍ତି। ଶିଳ୍ପାଙ୍କୁ ତାଙ୍କ ଭିଡିଓ ଓ ଫଟୋ ଭଲ ଲାଗେ ବୋଲି କହି ରାଜ୍ କୁନ୍ଦ୍ରରା ତାଙ୍କୁ ବିଭ୍ରାନ୍ତ କରିଥିଲେ ବୋଲି ଶର୍ଲିନ କହିଛନ୍ତି।
ପର୍ଣ୍ଣୋଗ୍ରାଫିକ ଫିଲ୍ମ ନିର୍ମାଣ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍ନେସ୍ ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଜୁଲାଇ ୧୯ରେ ଗିରଫ କରିଥିଲା। ଏହାପରେ ରାଜ୍ କୁନ୍ଦ୍ରାଙ୍କୁ ନେଇ ଅନେକ ଖୁଲାସା ହେବାରେ ଲାଗିଛି।
ଇମେଲ୍, ବ୍ରାଉଜିଂ ହିଷ୍ଟ୍ରି ଓ ଫେସ୍ଟାଇମ୍ ଡିଟେଲ୍ସ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ୨୦୨୦ର ଏକ ସାଇବର୍ କ୍ରାଇମ୍ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ଆସନ୍ତା ୭ ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । କୁନ୍ଦ୍ରାଙ୍କ ଉପରେ ସେବି ମଧ୍ୟ ଇନ୍ସାଇଡର୍ ଟ୍ରେଡିଂ ପାଇଁ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି । ସେପଟେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଜଣଙ୍କ ପରେ ଜଣେ ମଡେଲ୍ ଓ ଅଭିନେତ୍ରୀ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଗତ ଏପ୍ରିଲରେ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଶେର୍ଲିନ ଚୋପ୍ରା କ୍ରାଇମବ୍ରାଞ୍ଚକୁ କହିଛନ୍ତି ଯେ, କୁନ୍ଦ୍ରା ୨୦୧୯ରେ ତାଙ୍କୁ ଇଚ୍ଛା ବିରୁଦ୍ଧରେ କିସ୍ କରିଥିଲେ ଓ ଶିଳ୍ପାଙ୍କ ସହ ତାଙ୍କର ସଂପର୍କ ଜଟିଳ ଥିବା କହିଥିଲେ।
ଟ୍ରୋଲର ସାମ୍ନା କରିକରି ଭାଙ୍ଗି ପଡ଼ିଛନ୍ତି ଶିଳ୍ପା ସେଟ୍ଟି । ସତେ ଯେମିତି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି, ବିଚଳିତ ହୋଇପଡ଼ିଛନ୍ତି । କହିଲେ, ପିଲାଙ୍କ ମୁହଁକୁ ଚାହିଁ ଆମ ପ୍ରାଇଭେସିକୁ ଦିଅନ୍ତୁ ସମ୍ମାନ। ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ସୁଟିଂ ଅଭିଯୋଗ ମାମଲାରେ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାର ପ୍ରାୟ ୨ ସପ୍ତାହ ବିତିଲାଣି । ହେଲେ ମାମଲା ସଂପର୍କରେ କୌଣସି ପ୍ରତିକ୍ରିୟା ଦେଉନଥିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ।
ଶିଳ୍ପା ଶେଟ୍ଟୀଙ୍କୁ ଟ୍ରୋଲ କରିବା, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟିଙ୍କ ନିରବତା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ହଂସଲ ମେହେଟ୍ଟା । ସେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୟୁଇଟ୍ କରି ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ହଂସଲ ମେହେଟ୍ଟା ବହୁତ ସକ୍ରିୟ ଥିବାବେଳେ ଦେଶରେ ଚାଲିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାୟତଃ ନିଜର ମତ ଦିଅନ୍ତି ।
ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା
ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ୍ ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କ ମୁସ୍କିଲ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହାକି ରାଜ୍ କୁନ୍ଦ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।
ପୋର୍ଣ୍ଣୋଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀଙ୍କ କମ୍ପାନୀ ଜେଏଲ ଷ୍ଟ୍ରିମ୍ ମୁମ୍ବାଇ ପୋଲିସ୍ର କ୍ରାଇମବ୍ରାଞ୍ଚ୍ ଦ୍ୱାରା ମୁହାଁମୁହିଁ ହେଉଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ରାଜ କୁନ୍ଦ୍ରା ଗିରଫ ହେବା ପରେ ମଧ୍ୟ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ଉତ୍ପାଦନ କରିବାକୁ ଯୋଜନା କରିପାରେ।
ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି।ଯାହା ପୋଲିସ୍କୁ ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ବିବାଦ ଘେରରେ ବୁଡି ରହିଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହାର ପ୍ରସାରଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଛି । ଏନେଇ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ପଚରାଉଚରା କରୁଛି । କିନ୍ତୁ, ଏହି ବିବାଦ ମଧ୍ୟରେ ଶିଳ୍ପା ଶେଟ୍ଟୀଙ୍କ ପ୍ରଶଂସକମାନେ ତାଙ୍କ ସହ ଠିଆ ହୋଇଛନ୍ତି ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ଖବର ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହଙ୍ଗାମା-୨' ମୁକ୍ତିଲାଭ କରିଥିଲା। ତେବେ ଭଉଣୀର ସମର୍ଥନରେ ଶିଳ୍ପାଙ୍କ ଭଉଣୀ ଶମିତା ଶେଟ୍ଟୀ ଆଗକୁ ଆସିଛନ୍ତି।
ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି
ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଛି। ପୋଲିସ ତାଙ୍କୁ ଜୁଲାଇ ୨୩ନ୍ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ତେବେ ରାଜଙ୍କ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଭୂମିକା ଥିବା କୁହାଯାଉଛି।
ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ଜୀବନ ଠାରୁ ଆରମ୍ଭ କରି ବିବାହିତ ଜୀବନ ପର୍ଯ୍ୟନ୍ତ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ କୌତୁହଳପୂର୍ଣ୍ଣ ନୁହେଁ। ସେମାନଙ୍କ ଜୀବନରେ ବିବାଦ, ଭାବନା ଏବଂ ପ୍ରେମ ବଲିଉଡର ସ୍କ୍ରିପ୍ଟ ପରି, ଏହା ସତ୍ତ୍ୱେ ସମୟ ସହିତ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଗଲା।
ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ପର୍ଯ୍ୟନ୍ତ କୋର୍ଟ ରିମାଣ୍ଡରେ ପଠାଇଛନ୍ତି। ସୋମବାର ରାତିରେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚର ପ୍ରପର୍ଟୀ ସେଲ୍ ଗିରଫ କରିଛି। ଅଶ୍ଳୀଳ ସିନେମା ନିର୍ମାଣ କରି କିଛି ଆପ୍ ମାଧ୍ୟମରେ ସେସବୁକୁ ରିଲିଜ୍ କରିବା ମାମଲାରେ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜ୍ନେସ୍ମ୍ୟାନ୍ ରାଜ୍ କୁନ୍ଦ୍ରାଙ୍କୁ ଗତକାଲି ରାତିରେ ମୁମ୍ବାଇରୁ ଗିରଫ କରାଯାଇଛି। ପାଖାପାଖି ୩ ଘଣ୍ଟାର ଜେରା ପରେ ରାତି ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା।