• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Delta Variant
ହାଡ଼ଫୁଟି ପରି ସଂକ୍ରାମକ ଡେଲଟା ଭାରିଏଣ୍ଟ୍ !

ଭାଇରସର ଅନ୍ୟ ଭାରିଏଣ୍ଟ୍ ତୁଳନାରେ ଡେଲଟା ଭାରିଏଣ୍ଟ୍ ଘାତକ ହେବା ସହ ଚିକେନପକ୍ସ ବା ହାଡ଼ଫୁଟି ପରି ଦ୍ରୁତଗତିରେ ବ୍ୟାପିପାରେ ବୋଲି ଏକ ରିପୋର୍ଟରେ କହିଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ।

delta varinet
ଚୀନରେ ଡେଲଟା ଭାରିଏଣ୍ଟ୍ ଆତଙ୍କ : ଦ୍ରୁତ ଗତିରେ ବ୍ୟାପୁଛି ଭାଇରସ୍

ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଚୀନର ରାଜଧାନୀ ବେଜିଂ ସମେତ ୧୫ଟି ସହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୨୦୧୯ରେ ଉହାନରେ ଭାଇରସ୍ ପ୍ରକୋପ ପରେ ସରକାରୀ ମିଡିଆ ଏହାକୁ ସବୁଠାରୁ ବ୍ୟାପକ ରୋଗ ସଂକ୍ରମଣ ବୋଲି କହିଛି ।

Shiv Linga
ଶିବଲିଙ୍ଗରେ କେତେ ଭାଗ ଥାଏ; କିଏ କାହାର ପ୍ରତୀକ

ପ୍ରତ୍ୟେକ ଭାରତୀୟ ଦେବ ଦେବ ମହାଦେବଙ୍କୁ ଶିବଲିଙ୍ଗ ଭାବେ ପୂଜା କରନ୍ତି। ହେଲେ ଅନେକ ଜାଣନ୍ତି ନାହିଁ ଯେଉଁ ଶିବଲିଙ୍ଗକୁ ପୂଜା କରନ୍ତି ଏହାର ପଛରେ ଥିବା ଏକ ବିଜ୍ଞାନର ରହସ୍ୟକୁ। ଶିବଲିଙ୍ଗର ତିନୋଟି ଅଂଶ ରହିଛି। ପ୍ରଥମ ଭାଗ ଯାହା ତଳଭାଗରେ ରହିଥାଏ। କେନ୍ଦ୍ରୀୟ ଅଂଶରେ, ସମସ୍ତ ଆଠ ପାର୍ଶ୍ୱରେ ଏକ ସମାନ ପୃଷ୍ଠ ରହିଛି।

baba ramdev
ରାମଦେବଙ୍କ ପିଛା ଛାଡ଼ୁନି ବିବାଦ, ଦିଲ୍ଲୀ ହାଇକୋର୍ଟ ପଠାଇଲେ ନୋଟିସ୍‌

ଏଲୋପାଥିକୁ ନେଇ ଅଶୋଭନୀୟ ଟିପ୍ପଣୀ ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଯୋଗ ଗୁରୁ ବାବା ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । ବାବା ରାମଦେବ ଏଲୋପାଥି ଓ ଡାକ୍ତରମାନଙ୍କ ସମ୍ବନ୍ଧରେ ଭୁଲ୍ ତଥ୍ୟର ପ୍ରସାର କରାଉଥିବା ଏହି ନୋଟିସରେ କହିଛନ୍ତି ହାଇକୋର୍ଟ ।

Congress Protest Against Firmbill
କୃଷି ଆଇନ୍‌କୁ କଂଗ୍ରେସର ବିରୋଧ ଜାରି, ସେପଟେ ରାଜସ୍ଥାନରେ ଦଳର ସ୍ଥିତି ବିଗିଡ଼ିଲାଣି..

ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

parliament-kTNE--621x414@LiveMint
ଥମୁନି ପେଗାସସ୍ ଝଡ଼, ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦନ ଆସିବାକୁ ବିରୋଧୀଙ୍କ ଦାବି

ପେଗାସସ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ତୀବ୍ର ବିରୋଧ ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦର ଉଭୟ ଗୃହର କାର୍ଯ୍ୟକୁ ମୁଲତବୀ କରିଦିଆଯାଇଛି । ଶୁକ୍ରବାର ମଧ୍ୟ ପେଗାସସ ପ୍ରସଙ୍ଗ ଉତ୍ଥାପନ କରି ବିରୋଧୀ ସଂସଦରେ ହୋହଲ୍ଲା କରିଥିଲେ ।

POK
ଭାରତର ପୁନର୍ବାର ପାକିସ୍ତାନକୁ ଚେତାବନୀ : ପିଓକେ ଛାଡ଼

ନିକଟରେ କାଶ୍ମୀରର ସେହି ବଡ଼ ଭାଗରେ ନିର୍ବାଚନ ହୋଇଛି ଯାହା ପାକିସ୍ତାନର ଦଖଲରେ ଥିବା ପାକିସ୍ତାନର ଦଖଲରେ ଅଛି। ଏହାକୁ ପାକିସ୍ତାନ ଅଧିକୃତ କାଶ୍ମୀର କୁହାଯାଏ। କିନ୍ତୁ ଭାରତ ଏହି ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛି। ସେ ପୁନର୍ବାର ପାକିସ୍ତାନକୁ କହିଛି ଯେ ଏହି ନିର୍ବାଚନରେ ସେ ବିଶ୍ୱାସ କରେ ନାହିଁ। ଏହି ଜମି ଭାରତର ଏବଂ ପାକିସ୍ତାନ ଏହାକୁ ଖାଲି କରିବା ଉଚିତ।

supreme court
ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା ଘଟଣା, ନିଜ ଆଡ଼ୁ ମାମଲା ରୁଜୁ କଲେ ସୁପ୍ରିମକୋର୍ଟ

ଧାନବାଦରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା ଦେଇ ହତ୍ୟା ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନାଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

NASA
୪୫ ମିନିଟ୍ ଧରି ନାସାର ନିୟନ୍ତ୍ରଣ ବାହାରେ ରହିଲା ଆଇଏସ୍ଏସ୍

ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦାବି କରିଛି ଯେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଅର୍ଥାତ୍ ମହାକାଶରେ ଥିବା ମହାକାଶଚାରୀଙ୍କ ଘର ବା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଗୁରୁବାର (ଜୁଲାଇ ୨୯) ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଥିଲା। ଋଷର ମଡ୍ୟୁଲ୍ ବ୍ୟାକ୍‌ଫାୟାର୍ କରିଦେଲା। ତେବେ ନାସାର କଣ୍ଟ୍ରୋଲ୍‌ ରୁମ୍‌ରେ ଉପସ୍ଥିତ ଥିବା ଟିମ୍ କଣ୍ଟ୍ରୋଲ୍ ଥ୍ରଷ୍ଟର ସାହାଯ୍ୟରେ ସ୍ପେସ୍ ଷ୍ଟେସନ୍‌କୁ ନିଜ କକ୍ଷପଥକୁ ଆଣିଦେବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି।

Badshah
ରଣବୀର ଓ ଅନୁଷ୍କାଙ୍କ ଗୀତକୁ ଦେଶୀ ମୋଡ ଦେଲେ ବାଦଶାହ

ବାଦଶାହ ହେଉଛନ୍ତି ବଲିଉଡର ସେହି ରାପର୍ ଯିଏ ଆମକୁ ରାପ୍‌କୁ ଭଲ ପାଇବା ନେଇ ଶିଖେଇଛନ୍ତି। ପୂର୍ବରୁ ବାଦଶାହ ବଲିଉଡକୁ ଅନେକ ମହାନ ପାର୍ଟି ଗୀତ ଦେଇଛନ୍ତି। ତାଙ୍କର 'ତାରିଫା', 'ଗେନ୍ଦା ଫୁଲ', 'ଗର୍ମି', 'ଡିଜେ ୱାଲେ ବାବୁ', 'କାଲା ଚଶ୍ମା', 'ଲଡ୍‌କି କର ଗଇ ଚୁଲ' ଭଳି ଅନେକ ଗୀତ ଅଛି, ଯାହା ବାଜିଲା ମାତ୍ରେ ଯୁବକମାନେ ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ। ଏହି ଗୀତଗୁଡିକ ସମସ୍ତଙ୍କ ପାଦକୁ ନଚେଇ ଦେବ।

Pegasus Spyware
ପେଗାସସ୍ ସ୍କାଣ୍ଡାଲ ନେଇ ଆସନ୍ତା ସପ୍ତାହରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ପେଗାସସ୍ ସ୍କାଣ୍ଡାଲର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ଏହି ଶୁଣାଣି ହୋଇପାରେ ବୋଲି କହିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ।

Divyanka and Vivek
'ବଡେ ଅଛେ ଲଗ୍‌ତେ ହେଁ ୨'କୁ ନା’ କଲେ ଦିବ୍ୟାଙ୍କା ତ୍ରିପାଠୀ

କୁହାଯାଉଥିଲା ଯେ ଟିଭି ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ 'ବଡେ ଅଛେ ଲଗ୍‌ତେ ହେଁ ୨'ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ, ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ନିଶ୍ଚିତ ଦିବ୍ୟାଙ୍କାଙ୍କ ପ୍ରଶଂସକଙ୍କୁ ନିରାଶ କରିବ। ସୂଚନା ମୁତାବକ ଦିବ୍ୟାଙ୍କା ତ୍ରିପାଠୀ ଶୋ’ 'ବଡେ ଅଛେ ଲଗ୍‌ତେ ହେଁ ୨' କରିବାକୁ ମନା କରି ଦେଇଛନ୍ତି।

himachal pradesh landslide
ହିମାଚଳରେ ଭୂସ୍ଖଳନ: ଚାହୁଁ ଚାହୁଁ ଗାଏବ ହୋଇଗଲା ରାସ୍ତା

ଲାହୌଲ ଓ ସ୍ପିତି ଜିଲ୍ଲାର ଉଦୟପୁର ସବଡ଼ିଭିଜନରେ ଭୂସ୍ଖଳନ ଯୋଗୁଁ ଅତିକମରେ ୧୭୫ ପର୍ଯ୍ୟଟକ ଫସି ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ହେଲେ ଖରାପ ପାଗ ଯୋଗୁଁ ହେଲିକର ଉଡାଣ ଭରି ପାରୁ ନଥିବା ସୂଚନା ମିଳିଛି।

PV Sindhu
Tokyo Olympics: ଭାରତର ପଦକ ଆଶା ବଢ଼ାଇଲେ ସିନ୍ଧୁ, ବିଶ୍ୱର ୫ ନମ୍ବର ଖେଳାଳିଙ୍କୁ ହରାଇଲେ

ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ପଦକ ହାତେଇବାକୁ ଆଉ ପାଦେ ଅଗେଇଲେ ପି.ଭି ସିନ୍ଧୁ । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ବର୍ଗରେ ସେ ସେମିଫାଇନାଲ୍‌ରେ ସ୍ଥାନ ଅକ୍ତିଆର କରିଛନ୍ତି ।

PRAVAS
ରିଲିଜ୍ ହେଲା ‘ରାଧେଶ୍ୟାମ’ର ନୂଆ ପୋଷ୍ଟର; ଧୂମ୍ ମଚେଇଲା ପ୍ରଭାସଙ୍କ ନୂଆ ଲୁକ୍

ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗେଡେଙ୍କ ‘ରାଧେଶ୍ୟାମ’ ଫିଲ୍ମ ଆଜି ରିଲିଜ ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଥିଲା ।

commissioner deploys state machinery to search his missing dog
ହଜିଗଲା କୁକୁର, ଖୋଜିବା ପାଇଁ ବାହାରିଗଲେ ବିଭାଗର ସବୁ ଅଧିକାରୀ

ହଜିଗଲା ପୋଷା କୁକୁର ।  ଅନେକ ଖୋଜାଖୋଜି ହେଲା, ମିଳିଲାନି। ଏପରିକି ସବୁ ପୋଲିସ ଅଫିସର ଜୀ-ଜାନ ଲାଗାଇ ଦେଲେ। ମଣିଷକୁ ଅପହରଣ କରି ଅଭିଯୁକ୍ତ ବୁଲୁଛି। ଅଥଚ ନିଖୋଜ କୁକୁର ଧରିବା ପାଇଁ ଏତେ ତତ୍ପରତା ? କ’ଣ ପାଇଁ ?

gold ornaments
୨ ଦିନ ବୃଦ୍ଧି ପରେ କମିଲା ସୁନା ଦର

ଲଗାତାର ୨ ଦିନ ସୁନା ଦର ବୃଦ୍ଧି ପାଇବା ବରେ ଆଜି Multi Commodity Exchange(MCX)ରେ ସୁନା-ରୁପା ଦର ହ୍ରାସ ପାଇଛି।MCXରେ ଆଜି ସୁନା ୦.୦୩% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା।

CBSE Result
ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣର ଦ୍ୱତୀୟ ଲହର ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍‌ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ପିଲାଙ୍କ ରେଜଲ୍ଟ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଓ ପୂର୍ବବର୍ଷର ଫଳକୁ ମଧ୍ୟ ହିସାବ କରାଯାଇଛି।

Assam Mizoram Border Clash
୧୩ ଗୁଳି ଖାଇବା ପରେ ବି ଜୀବିତ ଅଛନ୍ତି ଯବାନ

ସେପଟେ ଜେହେରୁଲ ଇସଲାମ୍‌ ନାମକ ଜଣେ ପୋଲିସ କର୍ମୀ ୧୩ଟି ଗୁଳି ଖାଇବା ପରେ ମଧ୍ୟ ଏବେ ବି ଜୀବିତ ଅଛନ୍ତି। ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଜେହେରୁଲ୍‌। ତେବେ ଡାକ୍ତର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବି ତାଙ୍କ ଦେହରେ ଗୁଳି ରହିଛି। ଆଉ ଖୁବଶୀଘ୍ର ଅପରେସନ୍‌ ହୋଇ ଗୁଳି ବାହାର କରାଯିବ। ଆଉ ଆସାମ ପୋଲିସରେ କାର୍ଯ୍ୟରତ ଥିବା ଏହି ଦୁଇ ଯୱାନଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଜଣେ ଦେଶ ପାଇଁ ସହୀଦ୍‌ ହୋଇଯାଇଥିବା ବେଳେ ଆଉ ଜଣେ ୧୩ ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

Yuzvendra Chahal
ଟିମ୍‌ ଇଣ୍ଡିଆର ଆଉ ୨ ଖେଳାଳିଙ୍କୁ କରୋନା

ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଆଉ ୨ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଲ୍‌ ରାଉଣ୍ଡର କୃନାଲ୍ ପାଣ୍ଡ୍ୟାଙ୍କ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ୍ ଓ କ୍ରିଷ୍ଣାପ୍ପା ଗୌତମଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। 

yamuna river
ବିପଦସଙ୍କେତ ଉପରେ ଯମୁନା: ଦିଲ୍ଲୀରେ ବନ୍ୟା ଆଶଙ୍କା

ଦୁଇ ଦିନ ଧରି ହରିୟାଣାର ଯମୁନାନଗରର ହତିନକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସନ ହେଉଛି। ତେଣୁ ଦିଲ୍ଲୀ ଆଡକୁ ଲକ୍ଷ ଲକ୍ଷ କ୍ୟୁସେକ୍ ପାଣି ମାଡ଼ି ଆସୁଛି। ଶୁକ୍ରବାର ସକାଳେ, ଦିଲ୍ଲୀର ଯମୁନାର ଜଳସ୍ତର ୨୦୫.୧୭ ମିଟରରେ ପହଞ୍ଚିଛି। ଯାହାକି ବିପଦ ସଙ୍କେତ ପାର୍‌ କରିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

Arjun Ram Meghwal
ଭାଙ୍ଗିଯିବ କି ରାଜସ୍ଥାନ ସରକାର? କି ଇସାରା ଦେଲେ କେନ୍ଦ୍ରମନ୍ତ୍ରୀ?

ସେପଟେ, ଥମିବାରେ ନା ନେଉ ନାହିଁ ରାଜସ୍ଥାନ ରାଜନୀତି। ଗେହେଲଟ୍ ନିଜର ଦବଦବା ଜାହିର କରିବା ପାଇଁ ପ୍ରଚେଷ୍ଟା ଜୋରଦାର କରିଛନ୍ତି। ଏମିତି ବିଧାୟକ ଦଳ ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍‌।

sonu sood
ସୋନୁଙ୍କ ବର୍ଥ ଡେ ଉଇସ୍,’ହସପିଟାଲରେ ୧୦୦୦ ବେଡ୍ ଓ ଛାତ୍ରଙ୍କୁ ବୃତ୍ତି ମିଳିବା ଦରକାର’

ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଗରିବ ଓ ଅସହାୟ ମଣିଷଙ୍କ ପାଇଁ ଦେବଦୂତ ସାଜିଛନ୍ତି । ନିଜ ଜନ୍ମଦିନ ଅବସରରେ ମନ କଥା ଜାହିର କରି ତାଙ୍କ ଫ୍ୟାନ୍ସ ମାନଙ୍କ ନିକଟରେ ସେ ଆହୁରି ପ୍ରଂଶସାର ପାତ୍ର ପାଲଟି ଯାଇଛନ୍ତି ।

fatehpur adj gunner injured in road accident
ସଡ଼କ ଦୁର୍ଘଟଣା ନାଁରେ ପୁଣି ଜଣେ ଜଜ୍‌ଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲେ

ପୁଣି ଜଣେ ବିଚାରପତିଙ୍କୁ ହତ୍ୟା ଉଦ୍ୟମ। ଫତେହପୁର ଜିଲ୍ଲା ଦୌରା ଜଜ୍‌ ଗୁରୁବାର ଏକ ବଡ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

shilpa shetty and her husband
ମିଡ଼ିଆ ଉପରେ ରାଗିଲେ ଶିଳ୍ପା: ବମ୍ବେ ହାଇକୋର୍ଟରେ ୨୯ କୋଟି ଟଙ୍କାର କଲେ ମାନହାନୀ ମକଦ୍ଦମା

ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା