Advertisment

ରେଷ୍ଟୁରାଣ୍ଟ-ଜିମ୍ ଯିବାକୁ ହେଲେ ଟିକାକରଣ ଜରୁରୀ

ଆଜିକାଲି କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ସଚେତନତା ବୃଦ୍ଧି ପାଇଛି। ପ୍ରତ୍ୟେକ ଦେଶ ନୂଆ ନିୟମ ଲାଗୁ କରୁଛନ୍ତି। ଏହି ସମୟରେ, ନ୍ୟୁୟର୍କ ମଙ୍ଗଳବାର ଘୋଷଣା କରିଛି ଯେ କରୋନା ଭାଇରସର ଡେଲ୍‌ଟା ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କର୍ମଚାରୀ ଏବଂ ଗ୍ରାହକଙ୍କୁ ଇନ୍‌ଡୋର୍‌ ଡାଇନିଂ କିମ୍ବା ରେଷ୍ଟୁରାଣ୍ଟ, ଫିଟ୍‌ନେସ୍ ଏବଂ ମନୋରଞ୍ଜନ ସୁବିଧା ପାଇଁ ଟିକାକରଣ କରିବା ଜରୁରୀ।

author-image
Pramod Behera
ରେଷ୍ଟୁରାଣ୍ଟ-ଜିମ୍ ଯିବାକୁ ହେଲେ ଟିକାକରଣ ଜରୁରୀ

Covid-19

ନ୍ୟୁୟର୍କ : ଆଜିକାଲି କରୋନା ଭାଇରସ୍ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ସଚେତନତା ବୃଦ୍ଧି ପାଇଛି। ପ୍ରତ୍ୟେକ ଦେଶ ନୂଆ ନିୟମ ଲାଗୁ କରୁଛନ୍ତି। ଏହି ସମୟରେ, ନ୍ୟୁୟର୍କ ମଙ୍ଗଳବାର ଘୋଷଣା କରିଛି ଯେ କରୋନା ଭାଇରସର ଡେଲ୍‌ଟା ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କର୍ମଚାରୀ ଏବଂ ଗ୍ରାହକଙ୍କୁ ଇନ୍‌ଡୋର୍‌ ଡାଇନିଂ କିମ୍ବା ରେଷ୍ଟୁରାଣ୍ଟ, ଫିଟ୍‌ନେସ୍ ଏବଂ ମନୋରଞ୍ଜନ ସୁବିଧା ପାଇଁ ଟିକାକରଣ କରିବା ଜରୁରୀ। ଏହାର ପ୍ରମାଣ ମଧ୍ୟ ଦେଖାଇବାକୁ ପଡିବ।

Advertisment

ନ୍ୟୁୟର୍କ ସିଟି ମେୟର ବିଲ୍ ଡି ବ୍ଲାସିଓ ନୂଆ ନିୟମ ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ ଏହା କାର୍ଯ୍ୟକାରୀ ହେବ। ନ୍ୟୁୟର୍କ ସିଟି ପ୍ରଶାସନ ବ୍ୟବସାୟ ସମ୍ପ୍ରଦାୟ ସହିତ ଏ ବିଷୟରେ ଆଲୋଚନା କରୁଛି ଏବଂ ଏ ସମ୍ବନ୍ଧୀୟ ସୂଚନା ପ୍ରାପ୍ତ କରୁଛି। ପ୍ରାୟ ଦୁଇ ସପ୍ତାହ ପରେ ନିୟମର ଅନ୍ତିମ ବିବରଣୀ ଘୋଷଣା କରାଯିବ।

ମେୟର କହିଛନ୍ତି ଯେ “କୀ ଟୁ ନ୍ୟୁୟର୍କ ପାସ୍” ଦେଶରେ ଏକ ପ୍ରକାରର ପଦକ୍ଷେପ ହେବ ଯେଉଁଥିରେ କର୍ମଚାରୀ ଏବଂ ଗ୍ରାହକଙ୍କୁ ଇନ୍‌ଡୋର୍‌ ଡାଇନିଂ, ଇନ୍‌ଡୋର୍‌ ଫିଟ୍‌ନେସ୍ ଏବଂ ମନୋରଞ୍ଜନ ସୁବିଧା ପାଇଁ ଅତି କମରେ ଗୋଟିଏ ଡୋଜ୍‌ ଟିକା ଜରୁରୀ ହେବ। ସେ କହିଛନ୍ତି ଯେ “କୀ ଟୁ ନ୍ୟୁୟର୍କ ପାସ୍”ର ଅର୍ଥ ହେଉଛି ଯେଉଁମାନେ ଟିକାକରଣ କରିଛନ୍ତି ସେମାନେ ସହରରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ନେଇପାରିବେ।

Advertisment

ନ୍ୟୁୟର୍କରେ ପ୍ରାୟ ୬୦ ପ୍ରତିଶତ ଲୋକ ଅନ୍ତତଃପକ୍ଷେ ଗୋଟିଏ ଡୋଜ୍ କରୋନା ଭାଇରସ୍‌ ଟିକା ଗ୍ରହଣ କରିଛନ୍ତି, କିନ୍ତୁ ଏପତି କିଛି କ୍ଷେତ୍ର ରହିଯାଇଛି ଯେଉଁଠାରେ ଟିକାକରଣ ହାର କମ ରହିଛି। ସେପ୍ଟେମ୍ବର ୧୩ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।

ନ୍ୟୁୟର୍କବାସୀଙ୍କୁ କୋଭିଡ୍‌-୧୯ ଟିକା ପାଇବାକୁ ପ୍ରୋତ୍ସାହିତ କରିବା ପାଇଁ ସହର ସଂସ୍ଥା ଘୋଷଣା କରିଛି ଯେ ଏହାର ଟିକା କେନ୍ଦ୍ରରେ ଟିକା ଦିଆଯାଇଥିବା ଲୋକଙ୍କୁ ୧୦୦ ଡଲାର ମିଳିବ। ଏନେଇ ଏପର୍ଯ୍ୟନ୍ତ ୧୧,୦୦୦ରୁ ଅଧିକ ବାସିନ୍ଦା ଏହି ପ୍ରୋତ୍ସାହନ ପାଇଛନ୍ତି।

COVID-19 COVID-19 Vaccine
Advertisment
Advertisment