• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ରାଷ୍ଟ୍ରପତି ଭବନରେ ଆୟୋଜିତ ହେଲା ବଡ଼ କାର୍ଯ୍ୟକ୍ରମ । ପଦକ ବିଜେତାଙ୍କୁ ଚା’ ପିଇବାକୁ ଡାକିଲେ ରଷ୍ଟ୍ରପତି ରାମ ନାଥ କୋବିନ୍ଦ । ଟୋକିଓ ଅଲିମ୍ପିକ୍ସରେ ଦେଶର ଗର୍ବ ଆଉ ଗୌରବ ବଢ଼ାଇଥିବାରୁ ରାଷ୍ଟ୍ରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଲେ ।

 

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଆଥ୍‌ଲେଟ୍‌ଙ୍କୁ ଶୁଭେଚ୍ଛା । ସମସ୍ତେ ଉତ୍ତମ ପ୍ରଦର୍ଶନ କରିଛନ୍ତି । କିଛି ଆଥ୍‌ଲେଟ୍‌ ପଦକ ବିଜୟ ହୋଇଛନ୍ତି ଆଉ କିଛି ସାହସର ସହିତ ସାମ୍ନା କରି ପରାଜିତ ହୋଇଛନ୍ତି । କିନ୍ତୁ ସାରା ଦେଶର ହୃଦୟ ଜିତିଛନ୍ତି । ୧୩୦ କୋଟି ଲୋକଙ୍କ ପ୍ରାର୍ଥନା ତାଙ୍କ ପାଇଁ ରହିଛି । ଏହି ଟିମ୍‌ ଏଥର ଇତିହାସ ରଚିଛି । ଭାରତକୁ ସର୍ବାଧିକ ପଦକ ଉପହାର ଦେଇଛନ୍ତି ।

 

ରାଷ୍ଟ୍ରପତି ଆହୁରି କହିଛନ୍ତି, ଆମ ଝିଅ ମାନଙ୍କ ପାଇଁ ଆମେ ବେଶି ଗର୍ବିତ । କାରଣ ସେମାନଙ୍କ ଅଗରେ ଅନେକ ଚ୍ୟାଲେଞ୍ଜ ଥିଲେ ମଧ୍ୟ ତାକୁ ସାହସର ସହ ସାମ୍ନା କରି ଦେଶ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ।