Advertisment

ଚାପୁଡା ମାରିବାରୁ ବାପାକୁ ହତ୍ୟା କଲା ଝିଅ

ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ଛାତିକୁ ଥରେଇ ଦେବ। ଜଣେ ୧୭ ବର୍ଷର ଝିଅ ନିଜ ପ୍ରେମିକର ବନ୍ଧୁଙ୍କୁ ହନୀଟ୍ରାପରେ ଫସେରେ ବାପାଙ୍କୁ ହତ୍ୟା କରିଛି।​| ବାପା ତାକୁ କିଛି ଦିନ ପୂର୍ବରୁ ଚାପୁଡ଼ା ମାରିଥିଲେ। ସେ ଏହାକୁ ସହି ପାରିଲା ନାହିଁ। କ୍ରାଇମ୍‌ ସିରିଏଲ୍‌ ଦେଖିବା ପରେ ସେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା, କିନ୍ତୁ ମୋବାଇଲର କଲ୍ ବିବରଣୀ ପୂରା ରହସ୍ୟକୁ ପକେଇ ଦେଲା। ପୋଲିସ ଉଭୟ ଝିଅ ଓ ଯୁବକଙ୍କୁ ଗିରଫ କରିଛି।

author-image
Pramod Behera
ଚାପୁଡା ମାରିବାରୁ ବାପାକୁ ହତ୍ୟା କଲା ଝିଅ

Brutal Murder

ଗ୍ୱାଲିଅର୍ : ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ଛାତିକୁ ଥରେଇ ଦେବ। ଜଣେ ୧୭ ବର୍ଷର ଝିଅ ନିଜ ପ୍ରେମିକର ବନ୍ଧୁଙ୍କୁ ହନୀଟ୍ରାପରେ ଫସେରେ ବାପାଙ୍କୁ ହତ୍ୟା କରିଛି।​| ବାପା ତାକୁ କିଛି ଦିନ ପୂର୍ବରୁ ଚାପୁଡ଼ା ମାରିଥିଲେ। ସେ ଏହାକୁ ସହି ପାରିଲା ନାହିଁ। କ୍ରାଇମ୍‌ ସିରିଏଲ୍‌ ଦେଖିବା ପରେ ସେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା, କିନ୍ତୁ ମୋବାଇଲର କଲ୍ ବିବରଣୀ ପୂରା ରହସ୍ୟକୁ ପକେଇ ଦେଲା। ପୋଲିସ ଉଭୟ ଝିଅ ଓ ଯୁବକଙ୍କୁ ଗିରଫ କରିଛି।

Advertisment

ସୂଚନାନୁସାରେ, ଅଗଷ୍ଟ ୪ ତାରିଖ ରାତିରେ ତୃପ୍ତି ନଗର ନିବାସୀ ୫୮ ବର୍ଷୀୟ ରବିଦତ୍ତ ଦୁବେଙ୍କୁ ହତ୍ୟା କରାଯାଇଥିବା ଖବର ଥାଟିପୁର ପୋଲିସ ସୂଚନା ପାଇଥିଲା। ଦୁବେ ଗ୍ୱାଲିଅର କଲେକ୍ଟରେଟର କିରାଣୀ ଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫୋରେନସିକ୍ ଯାଞ୍ଚ କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ଯେହେତୁ ଘରର କୋଠରୀରେ ଶୋଇବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା, ପୋଲିସର ସନ୍ଦେହ କେବଳ ପରିବାର ସଦସ୍ୟଙ୍କ ଉପରେ ଥିଲା। ପୋଲିସ କହିଛି ଯେ ହତ୍ୟା ପୂର୍ବରୁ ରାତ୍ରୀ ଭୋଜନ କରିବା ପରେ ରବିଦତ୍ତ ଦୁବେ ତାଙ୍କ ପରିବାର ସହିତ ଘରର ପ୍ରଥମ ମହଲାରେ ଶୋଇଥିଲେ। ପତ୍ନୀ ଭାରତୀ, ଉଭୟ ଝିଅ ଓ ପୁଅ ମଧ୍ୟ ଏହି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯେତେବେଳେ ପରିବାର ସଦସ୍ୟ ଉଠି ଆଲୁଅ ଲଗେଇ ଦେଖିଲେ୍, ରବିଦତ୍ତ ରକ୍ତରେ ଜୁଡୁବୁଡୁ ହୋଇ ଶୋଇଥିଲେ। ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।

Advertisment

ଯେତେବେଳେ ପୋଲିସ ଗଭୀର ଅନୁସନ୍ଧାନ କଲା, ମୃତ ରବିଦତ୍ତଙ୍କ ୧୭ ବର୍ଷର ସାନ ଝିଅ ସନ୍ଦେହ ଘେରକୁ ଆସିଥିଲା। ପୋଲିସ ତା’ ମୋବାଇଲର କଲ୍ ବିବରଣୀ ଯାଞ୍ଚ କଲା। ଉକ୍ତ ନାବାଳିକା ଜଣକ ଗତ ୧୫ ଦିନ ଧରି ଏକ ନିର୍ଦ୍ଦିଷ୍ଟ ନମ୍ବର ସହିତ ଯୋଗାଯୋଗରେ ଥିବା ପୋଲିସ୍ ଜାଣିବାକୁ ପାଇଥିଲ। ପୋଲିସ ଅନୁସନ୍ଧାନରୁ ଜଣାପଡିଲା ଯେ ଏହି ନମ୍ବର ସେହି ଅଞ୍ଚଳରେ ରହୁଥିବା ପୁଷ୍ପେନ୍ଦ୍ରଙ୍କର ଥିଲା। ଅନ୍ୟପକ୍ଷରେ କରଣ ରାଜୌରିଆ ନାମକ ଜଣେ ପୁଅ ସହିତ ଝିଅର ସମ୍ପର୍କ ଥିବା କଥା ପଡୋଶୀ ପୋଲିସକୁ କହିଥିଲେ।

ଏହା ପରେ ପୋଲିସ ଝିଅର ପ୍ରେମିକ କରଣଙ୍କୁ ପଚରାଉଚରା କରିଥିଲା। ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପରେ ପୋଲିସ ପୁଣି ଝିଅକୁ ଜେରା କରିଥିଲା। ଏଭଳି ବାରମ୍ବାର ଜେରା ପରେ ଅଭିଯୁକ୍ତ ନାବାଳିକା ଭାଙ୍ଗିପଡିଥିଲା ଏବଂ ହତ୍ୟାକାଣ୍ଡର ରହସ୍ୟ ଖୋଲିଥିଲା।

ପୋଲିସ କହିଛି ଯେ ଝିଅଟି କରଣକୁ ବାରମ୍ବାର ଭେଟୁଥିଲା। ଥରେ ବାପା ରବିଦତ୍ତ ସେମାନଙ୍କୁ ଦେଖିଦେଲେ। ସେ ଝିଅକୁ ଘରକୁ ନେଇ ମାଡ଼ ମାରିଥିଲେ। ଏହି କାରଣରୁ ଝିଅ ବାପାଙ୍କ ଉପରେ ରାଗିଯାଇଥିଲା। ଫଳରେ ସେ ପ୍ରେମିକ କରଣଙ୍କୁ ତାଙ୍କ ପିତାଙ୍କୁ ହତ୍ୟା କରିବାକୁ କହିଥିଲା। କିନ୍ତୁ କରଣ ଏଭଳି ଅପରାଧ କରିବାକୁ ମନା କରିବା ସହିତ ତା’ ଠାରୁ ସମ୍ପର୍କ ମଧ୍ୟ କାଟି ଦେଇଥିଲା।

ଏହା ପରେ ଝିଅଟି କରଣଙ୍କ ବନ୍ଧୁ ପୁଷ୍ପେନ୍ଦ୍ର ଲୋଧିଙ୍କ ସହ ବନ୍ଧୁତା କରିଥିଲା। ସେ ପୁଷ୍ପେନ୍ଦ୍ରଙ୍କୁ ପ୍ରେମ ଜାଲରେ ପକେଇ ବାପାଙ୍କ ହତ୍ୟାର ଷଡଯନ୍ତ୍ର ରଚିଲା। ଅଗଷ୍ଟ ୪ ତାରିଖ ରାତିରେ ଝିଅଟି ପୁଷ୍ପେନ୍ଦ୍ରଙ୍କୁ ତାଙ୍କ ଘରକୁ ଡାକି ଅପେକ୍ଷା କରିବାକୁ କହିଲା। ପରିବାର ଶୋଇଗଲା ପରେ ରାତି ଦୁଇଟା ବେଳେ ପୁଷ୍ପେନ୍ଦ୍ର ରବିଦତ୍ତଙ୍କୁ ଗୁଳିକରି ହତ୍ୟା କରିଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଥାଟିପୁର ପୋଲିସ ଉଭୟ ଛାତ୍ର ଓ ହତ୍ୟାକାରୀ ପୁଷ୍ପେନ୍ଦ୍ରଙ୍କୁ ଗିରଫ କରିଛି।

Murder Brutal Murder
Advertisment
Advertisment