Advertisment

ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍‌। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ।

author-image
Sarbeswar
ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

Afghan President Ashraf Ghani

ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଅସରଫ୍‌ ଇସ୍ତଫା ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କହିବାକୁ ଗଲେ, ଆଫଗାନିସ୍ତାନ ଉପରେ ସାରା ବିଶ୍ୱର ନଜର ରହିଥିଲା। ଗୋଟିଏ ପରେ ଗୋଟିଏ ସହରକୁ ତାଲିବାନ ନିଜ କବ୍‌ଜାକୁ ନେଇଥିଲା ତାଲିବାନ୍‌। ଆଉ ଏହାରି ମଧ୍ୟରେ ଆଜି କାବୁଲକୁ ନିଜ ଅକ୍ତିଆର୍‌କୁ ନେଇଥିଲା ତାଲିବାନ। ସୂଚନା ଅନୁସାରେ, ତାଲିବାନ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି। ତାଲିବାନ ସେନା ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ସରକାରୀ ଅଫିସ୍‌ ମୁହାଁ ହୋଇଥିବା ନେଇ ଖବର ମିଳିଛି।

Advertisment

କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍‌। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ। ଆଉ ଏଥିରୁ ସ୍ପଷ୍ଟ ହୋଇସାରିଥିଲା କି କାବୁଲକୁ ନିଜ ଅକ୍ତିଆରକୁ ନେଇଯିବ ତାଲିବାନ। ଦେଶର ସବୁ ବଡ଼ ବଡ଼ ସହରକୁ ଅକ୍ତିକାର କରିବା ପରେ କେବଳ କାବୁଲ ହିଁ ବାକି ଥିଲା।

Advertisment

ତେବେ ଆଜି ସକାଳୁ ଜଲାଲାବାଦକୁ ମଧ୍ୟ ଦଖଲ କରି ନେଇଥିଲା ତାଲିବାନ। ତା ଆଗରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ କରିଥିଲା ଏହି ସଂଗଠନ। ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି କହିଥିଲା ତାଲିବାନ୍ ।

ତାଲିବାନ ଏହାର ଯୁଦ୍ଧବିମାନକୁ କାବୁଲରେ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦେବା ପରେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଅବଦୁଲ ସତ୍ତାର କହିଛନ୍ତି ଯେ ରବିବାର ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବ। ତେବେ ଆଫଗାନିସ୍ତାନର ଲୋକମାନେ ଚିନ୍ତା କରିବା ଆବଶ୍ୟକ ନାହିଁ। ସହର ଉପରେ କୌଣସି ଆକ୍ରମଣ ହେବ ନାହିଁ।

Afghanistan Taliban
Advertisment
Advertisment