Advertisment

ଦେଶରେ ପୁଣି ବଢୁଛି ସଂକ୍ରମଣ: ମାତ୍ର ୨୪ ଘଂଟାରେ ୪୯୩ ଜଣଙ୍କ ଗଲା ଜୀବନ

ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୫,୩୩୬ ରହିଛି।

author-image
Sarbeswar
Coronavirus

coronavirus

ନୂଆଦିଲ୍ଲୀ: ଦେଶରେ କମିବାରେ ନା ନେଉନାହିଁ କରୋନା। ଗତ ୨୪ ଘଂଟାରେ ୩୬,୦୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪ ଘଂଟାରେ ୪୯୩ ଜଣଙ୍କ ଯାଇଛି ପ୍ରାଣ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୨୧,୯୨,୫୭୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୪,୩୧,୨୨୫ରେ ପହଞ୍ଚିଛି।

Advertisment

ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୫,୩୩୬ ରହିଛି।

ଏପଟେ, ୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୬୪ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି। କ୍ୱାରେଣ୍ଟିନ୍‌ରୁ ୬୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୪୨ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ବୟସର ୧୩୮ ଜଣ ଅଛନ୍ତି।

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩୨, ବାଲେଶ୍ୱରରୁ ୩୮, ବରଗଡ଼ରୁ ୧୧ ଭଦ୍ରକରୁ ୩୨, ବଲାଙ୍ଗିରରୁ ୨, ବୌଦ୍ଧରୁ ୩, କଟକରୁ ୧୬୨, ଦେବଗଡ଼ରୁ ୫, ଢେଙ୍କାନାଳରୁ୧୮, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୩୭୬, କୋରାପୁଟରୁ ୪, ମାଲକାନଗିରିିରୁ ୫, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୫, ପୁରୀରୁ ୨୬, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୋନପୁରୁ ୩, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେପଟେ, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ ଥିବାରୁ ପିଲାମାନଙ୍କ କ୍ଷେତ୍ରରେ କରୋନା ପ୍ରଭାବର ଭୟ ବଢିବାରେ ଲାଗିଛି। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ ତୃତୀୟ ଲହରରେ ପିଲାମାନଙ୍କ ଉପରେ କୋଭିଡ୍‌ର ଏକ ବଡ଼ ପ୍ରଭାବ ପଡିପାରେ ବୋଲି କୁହାଯାଇଛି।

Coronavirus India COVID19
Advertisment
Advertisment