Advertisment

ବିନା ବାଜା-ବାଣ-ବରାତରେ ରିୟା-କରଣଙ୍କ ବିବାହ

ବାଡୁଅ ପାଣିରେ ଗାଧେଇଲେ ବଲିଉଡ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ତଥା ସିନା ନିର୍ମାତା ରିୟା କପୁର। ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଲଗେଇ ବୋହୂ ବେଶ ସାଜିଲେ। ସେ ତାଙ୍କ ପ୍ରେମିକ କରଣ ବୁଲାଲୀଙ୍କ ସହ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି। ଅନିଲ କପୁରଙ୍କ ବଡ ଝିଅ ସୋନମ କପୁରଙ୍କ ବିବାହ ଯେମିତି ସାଧାରଣ ଭାବେ ପାଳନ କରାଯାଇଥିଲା, ଠିକ ସେହିଭଳି ସାନ ଝିଅ ରିୟାଙ୍କ ବିବାହ ମଧ୍ୟ ସାଧାରଣ ଭାବେ ଶେଷ ହୋଇଛି।

author-image
Pramod Behera
ବିନା ବାଜା-ବାଣ-ବରାତରେ ରିୟା-କରଣଙ୍କ ବିବାହ

Rhea-karan married

ମୁମ୍ବାଇ : ବାଡୁଅ ପାଣିରେ ଗାଧେଇଲେ ବଲିଉଡ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ତଥା ସିନା ନିର୍ମାତା ରିୟା କପୁର। ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଲଗେଇ ବୋହୂ ବେଶ ସାଜିଲେ। ସେ ତାଙ୍କ ପ୍ରେମିକ କରଣ ବୁଲାଲୀଙ୍କ ସହ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି। ଅନିଲ କପୁରଙ୍କ ବଡ ଝିଅ ସୋନମ କପୁରଙ୍କ ବିବାହ ଯେମିତି ସାଧାରଣ ଭାବେ ପାଳନ କରାଯାଇଥିଲା, ଠିକ ସେହିଭଳି ସାନ ଝିଅ ରିୟାଙ୍କ ବିବାହ ମଧ୍ୟ ସାଧାରଣ ଭାବେ ଶେଷ ହୋଇଛି। ଏହି ବିବାହ ଅନେକ ଉପାୟରେ ସ୍ୱତନ୍ତ୍ର ହୋଇଛି। ବହୁ ଦିନ ଧରି ଭାରତୀୟ ବିବାହରେ ଚାଲି ଆସୁଥିବା ରୁଢିବାଦୀକୁ ଏହି ବିବାହ ମାଧ୍ୟମରେ ରିୟା ଏବଂ କରଣ ଭାଙ୍ଗି ଦେଇଛନ୍ତି।

Advertisment

ରିୟା ଓ କରଣ ବିନା ବାଜା, ବାଣ ଓ ବରଯାତ୍ରୀରେ ଅତି ସାଧାରଣ ଭାବେ ବିବାହ ସମାରୋହର ବିକଳ୍ପ ବାଛିଥିଲେ। ସାଧାରଣ ଭାବେ ଏକ ବିବାହର ରୀତିନୀତି ମଧ୍ୟରେ ବିବେଚନା କରାଯାଉଥିବା ମେହେନ୍ଦୀ ଏବଂ ସଂଗୀତ ସମାରୋହ ଏହି ବିଶେଷ ବିବାହରେ ହୋଇ ନ ଥିଲା। ବିବାହ ବନ୍ଧନରେ ବାନ୍ଧିହୋଇଥିବା ରିୟା-କରଣ ବରଯାତ୍ରୀ, ସଂଗୀତ, ମେହେନ୍ଦୀ ଏବଂ ବିବାହ ପୂର୍ବରୁ ହେଉଥିବା ଅନ୍ୟାନ୍ୟ ରୀତିନୀତି ନ କରି ଭାରତୀୟ ବିବାହର ରୁଢିବାଦୀ ପରମ୍ପରାକୁ ଭାଙ୍ଗିଛନ୍ତି।

Advertisment

କହିବାକୁ ଗଲେ ଉଭୟ ରିୟା ଏବଂ କରଣ ଏକ 'ବ୍ୟାଣ୍ଡ ବାଜା ବାରାତ୍' ବିନା ଏକ ସରଳ ବିବାହ କରିଛନ୍ତି। ଗତ ୧୧ ବର୍ଷର ବନ୍ଧୁତା ଏବଂ ପ୍ରେମକୁ ଉଭୟ ଏକ ନୂଆ ନାମ ଦେଇଛନ୍ତି। ବିବାହ ପରେ ଉଭୟ ବର-କନ୍ୟାଙ୍କୁ ବାହାରେ ଦେଖିବାକୁ ମିଳିଥିଲା। କରଣ ଏକ ଗୋଲ୍ଡେନ ପୋଷାକ ପିନ୍ଧିଥିବା ବେଳେ ରିୟା କପୁର ଏକ ନାଲି ପୋଷାକରେ ନଜର ଆସିଛନ୍ତି।

ଝିଅର ବିବାହରେ ଅନିଲ କପୁର ବ୍ଲୁ ରଙ୍ଗର ପୋଷାକରେ ଚମତ୍କାର ଦେଖାଯାଉଛନ୍ତି। ସେ ଏକ ନୀଳ ରଙ୍ଗର ଏମ୍ବ୍ରୋଏଡରୀ କୁର୍ତ୍ତା ସହିତ ଏକ ଧୋତି ପିନ୍ଧି ନଜର ଆସିଛନ୍ତି। ଫଟୋଗୁଡ଼ିକରେ ତାଙ୍କର ଲୁକ୍ ଚମତ୍କାର ଦେଖାଯାଉଛି। ଅନିଲ ସମସ୍ତ ପାପାରାଜିଙ୍କୁ ମିଠା ବାକ୍ସ ବାଣ୍ଟୁଥିବା ଦେଖାଯାଏ।

ଏହି ଅବସରରେ ରିୟା କପୁରଙ୍କ ଭଉଣୀ ସୋନମ କପୁର ମଧ୍ୟ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ନଜର ଆସିଛନ୍ତି। ଗୋଟିଏ ପଟେ ସୋନମ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଅନ୍ୟ ପଟେ ଆନନ୍ଦ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ।

ପ୍ରକାଶଥାଉ ଯେ ଶନିବାର ବିଳମ୍ବିତ ରାତିରେ କିଛି ମନୋନୀତ ବନ୍ଧୁ ଏବଂ ସମ୍ପର୍କୀୟମାନେ ରିୟା-କରଣଙ୍କ ବିବାହରେ ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବରେ ଅର୍ଜୁନ କପୁର, ବୋନି କପୁର, ମସାବା ଗୁପ୍ତା, ଅଂଶୁଲା କପୁର, ଖୁସି କପୁର, ଶନୟା କପୁର, ସନ୍ଦୀପ ମାରୱାହ, ସଞ୍ଜୟ କପୁର, ମାହୀପ କପୁର ଓ ଜହାନ କପୁରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

Bollywood Anil Kapoor Rhea Kapoor
Advertisment
Advertisment