• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଟିଆଲା: ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ । ଏଭଳି କିଛି ବି ଶବ୍ଦ ଏହି ବ୍ୟକ୍ତିକୁ କୁହାଗଲେ ଭୁଲ ହେବ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି ଜାଣିଶୁଣି ନିଷ୍ଠୁର ଭାବେ ଜଣଙ୍କ ଉପରେ କାର ଚଢ଼ାଇ ଦିଏ । ସେହିଭଳି ବ୍ୟକ୍ତିଙ୍କୁ ଯେତେ କଟୁ ଶବ୍ଦ କହିଲେ ବି ଭୁଲ ହେବ ନାହିଁ । ଠିକ୍‌ ଏମିତି ଏକ ଘଟଣା ଘଟିଛି ପଞ୍ଚାବର ପଟିଆଲା ଅଞ୍ଚଳରେ ।

ଜଣେ ପୋଲିସ କର୍ମଚାରୀ ସିକ୍ୟୁରିଟି ଚେକ୍‌ ପାଇଁ ଏକ କାରକୁ ଅଟକାଉଥିଲେ । ହେଲେ କାର ଚାଳକ ତାଙ୍କ କଥାକୁ ଖାତିର କରିନଥିଲେ । ଅମାନିଆ ଭାବେ ଗାଡ଼ି ଚଳାଇଥିଲେ । ପୋଳିସ କର୍ମୀଙ୍କ କଥା ମାନି ଗାଡ଼ି ରଖିନଥିଲେ । ଏମିତିକି କାର ଆଗରେ ଛିଡ଼ା ହୋଇଥିବା ପୋଲିସ କର୍ମୀଙ୍କୁ ସେ ଗଡ଼ିରେ ଧକ୍କା ଦେଇ ଆଗକୁ ବଢ଼ିଥିଲେ । ଫଳରେ ପୋଲିସ କର୍ମୀ ଜଣଙ୍କ କିଛି ବାଟ କାର ସହ ଘସି ହୋଇ ଆଗକୁ ଯାଇ ପଡ଼ିଯାଇଥିଲେ । ଆଉ ଭାଇରାଲ ହୋଇଥିବା ଭିଡିଓରୁ ଯାହା ଜଣାପଡ଼ୁଛି ଯେ, ପୋଲିସ କର୍ମୀଙ୍କ ଗୋଡ଼ ଉପରେ କାର୍‌ର ପଛ ଚକା ଚଢ଼ିଯାଇଛି ।

 

ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ସହ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଭିଡିଓରେ ଆହୁରି ମଧ୍ୟ ଦେଖାଯାଇଛି ଯେ କାର ଆଗରେ ଏକ ପତାକା ଲାଗିଛି । ଯେଉଁଥିରୁ ଅନୁମାନ କରାଯାଉଛି ଯେ, ଏହା କୌଣସି ରାଜନୈତିକ ଦଳର ନେତାଙ୍ ଗାଡ଼ି ହୋଇଥାଇପାରେ । ଖାଲିସେତିକି ନୁହେଁ କାରଟି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ ଦେଖାଯାଉଛି ।