Taliban
ନୂଆଦିଲ୍ଲୀ: ଆଫ୍ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଲାଣି ତାଲିବାନ୍। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଖୁବ ଶୀଘ୍ର କାବୁଲକୁ ମଧ୍ୟ ତାଲିବାନ ଦଖଲ କରିନେବ। ଦେଶର ସବୁ ବଡ଼ ବଡ଼ ସହରକୁ ଅକ୍ତିକାର କରିବା ପରେ କେବଳ କାବୁଲ ହିଁ ବାକି ଥିଲା। ତେବେ ଆଜି ସକାଳୁ ଜଲାଲାବାଦକୁ ମଧ୍ୟ ଦଖଲ କରି ନେଇଥିଲା ତାଲିବାନ। ତା ଆଗରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ କରିଥିଲା ଏହି ସଂଗଠନ। ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।
Also Read
ତାଲିବାନ୍ ରାଜଧାନୀରେ ପହଞ୍ଚି ସାରିଥିଲେ ସୁଦ୍ଧା କାବୁଲରେ କୌଣସି ହିଂସା କିମ୍ବା ରକ୍ତପାତ ଘଟିନାହିଁ । ତାଲିବାନ ଆତଙ୍କବାଦୀମାନେ ଅତି ସହଜରେ ସହରକୁ ପ୍ରବେଶ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରାଜଧାନୀ କାବୁଲରେ ହିଂସା ନଘଟାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହା ସହିତ ଲୋକଙ୍କୁ ମଧ୍ୟ ସେଠାରୁ ଯିବାକୁ ଅନୁମତି ଦିଆଯାଉଛି । ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି ।
ୟୁରୋପୀୟ ସଂଘର ଅନେକ କର୍ମଚାରୀଙ୍କୁ କାବୁଲର ଏକ ଅଜ୍ଞାତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ସେଠାରେ ୫୦ରୁ ଅଧିକ ଦୂତାବାସ ଅଧିକାରୀ ସେଠାରେ ରହିବେ । ଏହା ବ୍ୟତୀତ ବର୍ତ୍ତମାନ ଏକ କୋର୍ ଟିମ୍ କାବୁଲ ବିମାନବନ୍ଦରରେ କାର୍ଯ୍ୟ କରୁଛନ୍ତି । ତେବେ ମୋଟ୍ ଉପରେ ଆଫଗାନିସ୍ତାନ ଉପରେ ଏବେ ସାରା ବିଶ୍ୱର ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)