/odishatv-khabar/media/post_attachments/uploadimage/library/16_9/16_9_0/Weather_1740802911.jpg)
Weather
ଏଥର ରେକର୍ଡ ଭାଙ୍ଗିବ ତାତି। ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି ।
ଅଧିକ ପଢ଼ନ୍ତୁ: ୩୬ ଡିଗ୍ରୀ ଛୁଇଁଲା ପାରଦ, ଖରା ମାଡ଼ରେ ଗାଏବ ହେଲାଣି ମାଘର ଜାଡ଼
ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ସମ୍ବଲପୁରରେ ୩୬.୪, ହୀରାକୁଦରେ ୩୫.୬ ଓ ଭୁବନେଶ୍ବରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଚଳିତ ମାସରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ସାଧାରଣତଃ ଫେବ୍ରୁଆରୀ ମାସ ବେଳକୁ ଶୀତ ପ୍ରକୋପ ରହିଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି। ଶୀତ ଉଭାନ ହୋଇଯାଇଥିବା ବେଳେ ଫେବ୍ରୁଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । ଏବେଠୁ ଖରାର ପ୍ରକୋପ ଦେଖି ଆଗକୁ ତାତି ଆଗକୁ ବଢ଼ିବ ବୋଲି ଲୋକଙ୍କ ମନରେ ଛନକା ପଶିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)