Advertisment

ସନା ଖାନଙ୍କ ଦେଶପ୍ରେମ କିଣିଲା ଭାରତୀୟଙ୍କ ହୃଦୟ

ଆଜି ସମସ୍ତେ ଭାରତ ମାତାର ବୀର ସନ୍ତାନମାନଙ୍କୁ ମନେ ପକେଇଛନ୍ତି, ଯେଉଁମାନେ ସ୍ୱାଧୀନତାର ସୁରକ୍ଷା ତଥା ନିରାପତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ ଦେଶ ପ୍ରତି ନିଜର ପ୍ରେମ ଏବଂ ସମ୍ମାନ ଜଣାଇବାକୁ ଆଗେଇ ଆସିଛନ୍ତି। ଏହି ଅବସରରେ ଅଭିନେତ୍ରୀ ସନା ଖାନ ତାଙ୍କ ସ୍ୱାମୀ ଅନସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।

author-image
Pramod Behera
ସନା ଖାନଙ୍କ ଦେଶପ୍ରେମ କିଣିଲା ଭାରତୀୟଙ୍କ ହୃଦୟ

Sana Khan

ନୂଆଦିଲ୍ଲୀ : ଆଜି, ୭୫ ତମ ସ୍ୱାଧୀନତା ଦିବସକୁ ନିଜ ନିଜ ଢଙ୍ଗରେ ସମସ୍ତ ଭାରତୀୟ ପାଳନ କରିଛନ୍ତି। ସେମାନେ ନିଜ ଦେଶ ପ୍ରତି ସେମାନଙ୍କର ପ୍ରେମ ଏବଂ ସମ୍ମାନକୁ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଆଜି ସମସ୍ତ ଜାତି ଏବଂ ଧର୍ମଠାରୁ ଉର୍ଦ୍ଧ୍ୱକୁ ଉଠି ଆମେ ଗୋଟିଏ ସ୍ୱରରେ କହିଛୁ - ଭାରତ ମାତା କି ଜୟ! ଆଜି ସମସ୍ତେ ଭାରତ ମାତାର ବୀର ସନ୍ତାନମାନଙ୍କୁ ମନେ ପକେଇଛନ୍ତି, ଯେଉଁମାନେ ସ୍ୱାଧୀନତାର ସୁରକ୍ଷା ତଥା ନିରାପତ୍ତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ ଦେଶ ପ୍ରତି ନିଜର ପ୍ରେମ ଏବଂ ସମ୍ମାନ ଜଣାଇବାକୁ ଆଗେଇ ଆସିଛନ୍ତି। ଏହି ଅବସରରେ ଅଭିନେତ୍ରୀ ସନା ଖାନ ତାଙ୍କ ସ୍ୱାମୀ ଅନସଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।

Advertisment
ସନା ଖାନଙ୍କ ଦେଶପ୍ରେମ

ସନା ତାଙ୍କ ସ୍ୱାମୀଙ୍କ ସହିତ ପତାକା ଉତ୍ତୋଳନ କରି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଫଟୋ ସେୟାର କରିବାବେଳେ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତ ଯେ “ସାରେ ଜାହାଁ ସେ ଆଛା ହିନ୍ଦୁସ୍ତାନ ହମାରା।” ତାଙ୍କର ଏହି ପୋଷ୍ଟ୍‌ ସୋସିଆଲ ମିଡିଆରେ ଛାଇ ଯାଇଛି। ଲୋକମାନେ ଏହାକୁ ପ୍ରକୃତ ଦେଶପ୍ରେମ ବୋଲି କହୁଛନ୍ତି ଏବଂ ତାଙ୍କ ପୋଷ୍ଟରେ ସୁନ୍ଦର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, “ମୁଁ ଜଣେ ମୁସଲମାନ, ତୁମେ ଜଣେ ହିନ୍ଦୁ, ଆମେ ଦୁହେଁ ମଣିଷ, ଦିଅ ମୁଁ ତୁମର ଗୀତା ପଢିବି, ତୁମେ ପଢିନିଅ କୁରାନ, ଏହି ସ୍ୱାଧୀନତା ଦିବସରେ ମୋର କେବଳ ଗୋଟିଏ ଇଚ୍ଛା – ଗୋଟିଏ ଥାଳିରେ ଅନ୍ନ ଖାଉ ସାରା ହିନ୍ଦୁସ୍ତାନ। ଜୟ ହିନ୍ଦ, ଜୟ ଭାରତ।” ଲୋକମାନେ ଏହାକୁ ପ୍ରକୃତ ଦେଶପ୍ରେମ ବୋଲି କହୁଛନ୍ତି।

Advertisment

ସନା ପ୍ରାୟ ୪ ଘଣ୍ଟା ପୂର୍ବରୁ ଏହି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପାଖାପାଖି ୩ ଲକ୍ଷ ଲାଇକ୍ ଆସିଛି। ଆଜିକାଲି ସନା ସ୍ୱାମୀ ଅନସଙ୍କ ସହ ମାଲଦ୍ୱୀପରେ ଛୁଟି କଟାଉଛନ୍ତି, ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଏହା ସହ ଜଡିତ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି। ପ୍ରକାଶଥାଉ ଯେ ବିବାହ ପରେ ସନା ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହିତ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି।

New Delhi Sana Khan
Advertisment
Advertisment