Advertisment

ତାଣ୍ଡବ ରଚିଲା ଶକ୍ତିଶାଳୀ ଭୂକମ୍ପ: ଚାଲିଗଲା ୩୦୪ ଜୀବନ, ମାଟିରେ ମିଶିଗଲା ବଡ଼ ବଡ଼ କୋଠା

ହୈତିରେ ଶନିବାର ଭୋର ସମୟରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବାସହ ଅନେକ ଲୋକଙ୍କ ଜୀବନ ଯାଇଛି।

author-image
Rajalaxmi Sahoo
ତାଣ୍ଡବ ରଚିଲା ଶକ୍ତିଶାଳୀ ଭୂକମ୍ପ: ଚାଲିଗଲା ୩୦୪ ଜୀବନ, ମାଟିରେ ମିଶିଗଲା ବଡ଼ ବଡ଼ କୋଠା

Earthquake in Haiti

ପୋର୍ଟ-ଆଉ-ପ୍ରିନ୍ସ: ହୈତିରେ ଶନିବାର ଭୋର ସମୟରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବାସହ ଅନେକ ଲୋକଙ୍କ ଜୀବନ ଯାଇଛି। ଶକ୍ତିଶାଳୀ ଭୂକମ୍ପରେ ୩୦୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଭୂକମ୍ପ ଝଟ୍‌କାରେ ଅନେକ ବଡ଼ ବଡ଼ ବିଲ୍ଠିଂ ମାଟିରେ ମିଶି ଯାଇଛି। ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୃତକଙ୍କ ସଂଖ୍ୟା ମଧ୍ୟ ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଲୋକଙ୍କୁ ସାହାଯ୍ୟ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆ ଯାଉଥିବା ହୈତି ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ ଅନୁସାରେ, ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ହୈତିର ରାଜଧାନୀ ପୋର୍ଟ-ଆଉ-ପ୍ରିନ୍ସ ବୋଲି ଜଣାପଡ଼ିଛି। ଭଗ୍ନାବଶେଷ ତଳେ ଫସି ରହିଥିବା ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁସାରେ, ୧ ମାସ ପାଇଁ ହୈତି ପ୍ରଧାନମନ୍ତ୍ରୀ ଦେଶକୁ ଏର୍ମଜେନ୍ସି ଘୋଷଣା କରିଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ଭାବେ ଜଣା ନପଡ଼ିବା ପର୍ଯ୍ୟନ୍ତ ଅନ୍ତଃରାଷ୍ଟ୍ରୀୟ ସାହାଯ୍ୟ ଲୋଡ଼ା ଯିବ ନାହିଁ ବୋଲି ହୈତି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଥାଉ କି, ୨୦୧୦ରେ ହୈତିରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏହି ଭୂକମ୍ପରେ ବହୁ ସଂଖ୍ୟକ ଲୋକଙ୍କ ଜୀବନ ଚାଲି ଯାଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିଲା। ଏହି ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିଲା। 

Earthquake
Advertisment
Advertisment