/odishatv-khabar/media/post_attachments/uploadimage/library/16_9/16_9_0/film_bhuj_1629029709.jpeg)
film bhuj
ମୁମ୍ବାଇ: ବଡ଼ ବଜେଟର ମଲ୍ଟି ଷ୍ଟାର୍ ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ଅନ୍ଲାଇନ ଲିକ୍ ହୋଇଛି । ଅଜୟ ଦେବଗନ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହ, ଶରଦ କେଲକର ଙ୍କୁ ନେଇ ହୋଇଥିବା ଫିଲ୍ମ ‘ ଭୁଜ୍ : ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ଅନ୍ଲାଇନ ଚୋରିର ଶିକାର ହୋଇଛି । କରୋନା ପାଇଁ ବଡ ବଜେଟର ଫିଲ୍ମ ଗୁଡିକ ହଲ୍ ରେ ରିଲିଜ ହୋଇ ପାରୁନାହିଁ । ସେଥିପାଇଁ ଓଟିଟି ଜରିଆରେ ଫିଲ୍ମ ଗୁଡିକ ରିଲିଜ କରାଯାଉଛି । କିନ୍ତୁ ଏବେ ଫିଲ୍ମ ‘ଭୁଜ୍ : ଦ ପ୍ରାଇଡ ଅଫ୍ ଇଣ୍ଡିଆ ’ ଅନ୍ଲାଇନ ଲିକ୍ ହେବା ନେଇ ଫିଲ୍ମ ନିର୍ମାତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।
ସୂଚନା ଅନୁସାରେ ଫିଲ୍ମର ପ୍ରିମିୟମ ଡିଜ୍ନି ହଟଷ୍ଟାରରେ ରିଲିଜ ହେବାର ଥିଲା । ହେଲେ ଏହା ପୂର୍ବରୁ ଫିଲ୍ମଟି ଟେଲିଗ୍ରାମ, ମୁବିରୁଲ୍ଜ, ତାମିଲ ରକର୍ସ ଓ ଅନ୍ୟ କେତକ ଚ୍ୟାନେଲରେ ଲିକ୍ ହୋଇଥିଲା । କାରଣ ଦର୍ଶକଙ୍କ ସଂଖ୍ୟାରେ ଏହା ହ୍ରାସ ଘଟାଇବାର ଆଶଙ୍କା ଥିବାରୁ ଫିଲ୍ମର ଆର୍ଥିକ ଦିଗକୁ ଦୁର୍ବଳ କରିପାରେ । ଫିଲ୍ମ ଭୁଜ୍’ ବିଜୟ କାର୍ଣ୍ଣିକଙ୍କ ଜୀବନୀ ଉପରେ ଆଧାରିତ ହୋଇଛି । ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧ ସମୟରେ ସେ ଭୁଜ ବିମାନ ବନ୍ଦରର ପ୍ରଭାରୀ ଥିଲେ । ଏହାଛଡା ସଂଜୟ ଦତ୍ତ ରଣଛୋଡଦାସ ସ୍ୱଭାଇ ରାବରୀ ଭୂମିକାରେ ଅଭିନୟ କରୁଛନ୍ତି । ଯିଏ କି ଯୁଦ୍ଧ ସମୟରେ ସେନାଙ୍କୁ ସାହାଯ୍ୟ କରିଛନ୍ତି । ଫିଲ୍ମରେ ଅଭିନେତ୍ରୀ ନୋରା ଫତେହ ହୀନା ରହମାନ ନାମକ ଜଣେ ଭାରତୀୟ ଗୁଇନ୍ଦା ଅଫିସର ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ସୁନ୍ଦର ବେନ ଜେଠା ନାମକ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଚରିତ୍ରରେ ସୋନାକ୍ଷୀ ସିହ୍ନା ଅଭିନୟ କରିଛନ୍ତି । ଏହା ସହିତ ଶରଦ କେଲକର ସେନା ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ଅଜୟ ଦେବଗନ,ସଞ୍ଜୟ ଦତ୍ତ ଓ ଶରଦ କେଲକରଙ୍କୁ ଫିଲ୍ମ ତାନାଜୀରେ ଏକାଠି ଦେଖିବାକୁ ମିଳିଥିଲା ।
The epic battle begins today!
Witness the history unfold #BhujThePrideOfIndia streaming from today only on @DisneyplusHSVIP#DisneyPlusHotstarMultiplex@Duttsanjay#SonakshiSinha@SharadK7@AmmyVirk#NoraFatehipic.twitter.com/6hDI3Zvxdb— Ajay Devgn (@ajaydevgn) August 13, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)