• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ନେହ, ପ୍ରେମ, ସୁରକ୍ଷା ପ୍ରତିଶ୍ରୁତିର ପର୍ବ ରାକ୍ଷୀ

  • ଆନନ୍ଦ ଉଲ୍ଲାସର ସହ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଭଉଣୀ

ଦିନ କେଇଟା ପରେ ପଡିବ ରକ୍ଷା ବନ୍ଧନ ଉତ୍ସବ । ଭାଇ-ଭଉଣୀ ମଧ୍ୟରେ ସ୍ନେହର ସମ୍ପର୍କର ପର୍ବ । ଆନନ୍ଦ ଉଲ୍ଲାସର ସହ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଭଉଣୀ । ଏମିତି କିଛି ଭଉଣୀଙ୍କ କଥା ଆଜି ଆଲୋଚନା କରିବା ଯେଉଁମାନେ ଅନେକ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ ନିର୍ବାହ କରିଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । କେଉଠି ଦିବ୍ୟାଙ୍ଗ ହୋଇ ଭାଇ ମୁହଁରେ ହସ ଫୁଟାଇବାକୁ ରାକ୍ଷୀ ତିଆରି ହେଉଛି ତ ପୁଣି ଆଉ କିଏ ଦେଶର ବୀର ସୈନିକଙ୍କ ପାଇଁ ରାକ୍ଷୀ ସଂଗ୍ରହ କରିବାରେ ଆନନ୍ଦ ପାଉଛି ।

ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ସରସ୍ୱତୀ ମହତୋ ବାଳିକା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀଙ୍କୁ ରାକ୍ଷୀ ତିଆପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ଦିବ୍ୟାଙ୍ଗ ଭଉଣୀମାନେ ତିଆରି କରୁଛନ୍ତି ରାକ୍ଷୀ । ଦୃଷ୍ଟି ଶକ୍ତି ହରାଇଛନ୍ତି ସତ, ହେଲେ ଦିବ୍ୟଦୃଷ୍ଟିରେ ବୁଝିପାରିଛନ୍ତି ଭାଇ ଭଉଣୀ ସମ୍ପର୍କର ମହତ୍ତ୍ୱ । ଭାଇ ଭଉଣୀଙ୍କ ସ୍ନେହର ପ୍ରତୀକ ରାକ୍ଷୀକୁ ସେମାନେ ଦେଖିପାରୁନାହାନ୍ତି ସତ, ହେଲେ ନିଜେ ତିଆରି କରି ଅନୁଭବ କରିପାରୁଛନ୍ତି ଏହି ସମ୍ପର୍କର ପବିତ୍ରତା । ଏଥିପାଇଁ ଜୋରସୋରରେ ଲାଗିପଡିଛନ୍ତି ରାକ୍ଷୀ ନିର୍ମାଣରେ । ସେମାନଙ୍କୁ  ଦେଖାଯାଉନାହିଁ , ହେଲେ ଏମିତି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଯାହାକୁ ନଦେଖିଲେ ବିଶ୍ୱାସ କରିପାରିବେନି । ରେଶମ ସୂତାରେ ସୂକ୍ଷ୍ମ କାରୁକାର୍ଯ୍ୟର ସୌନ୍ଦର୍ଯ୍ୟ ଦେଖିଲେ ମନରେ ପ୍ରଶ୍ନ ଉଙ୍କି ମାରିବ, ଜନ୍ମରୁ ଦୁନିଆ ଦେଖି ନଥିବା ଭିନ୍ନ ମଣିଷଟି ଏଭଳି ସୃଜନଶୀଳତାକୁ କେମିତି ରୂପ ଦେଇପାରେ । 

ତେବେ ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଉ କେଉଁଠି ରାକ୍ଷୀର ସମ୍ଭାର ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାକ୍ଷୀ ତିଆରି କରୁନାହାନ୍ତି କିନ୍ତୁ ସଂଗ୍ରହ କରୁଛନ୍ତି । ଦେଶ ବିଦେଶର କୋଣ ଅନୁକୋଣରୁ ଏହି ରାକ୍ଷୀ ସବୁ ପଠାଯିବ । ଦେଶର ବୀର ସୈନିକଙ୍କୁ ପାଖକୁ ଦେଶ ସୁରକ୍ଷାର ଦାୟିତ୍ୱ ନେଇଥିବା ଯବାନ ମାନଙ୍କୁ ଦୂରରେ ଥିବା ସେମାନଙ୍କ ଭଉଣୀ ରାକ୍ଷୀ ବାନ୍ଧିପାରନ୍ତି ନାହିଁ । ହେଲେ ଏହି ପବିତ୍ର ସମ୍ପର୍କରୁ ସେମାନେ ଯେପରି ବଞ୍ଚିତ ନହୁଅନ୍ତି ସେଥିପାଇଁ ଅଣ୍ଟା ଭିଡିଛନ୍ତି ଗୁଜରାଟ ବରୋଦାର ଏକ ସ୍ୱେଛାସେବୀ ସଂସ୍ଥାର ଏହି ମହିଳାମାନେ ପ୍ରତିବର୍ଷ ରାକ୍ଷୀ ସଂଗ୍ରହ କରିଥାନ୍ତି । ଆଉ ଦେଶର ପ୍ରତି ଭଉଣୀଙ୍କ ସ୍ନେହର ପ୍ରତୀକ ଭାବେ ରାକ୍ଷୀ ପଠାଇଥାନ୍ତି ସୀମାରେ ମୁତୟନ ଯବାନଙ୍କ ନିକଟକୁ ଏଥର ସେମାନେ ସଂଗ୍ରହ କରିଛନ୍ତି ପ୍ରାୟ ୩୦ ହଜାର ରାକ୍ଷୀ ।