ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ସ୍ୱତନ୍ତ୍ର NDPC କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ ।
ଦେଶର ସମ୍ଭାବ୍ୟ ଶକ୍ତି ସଙ୍କଟ ଯୋଗୁଁ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଉପରେ ବିତର୍କ ଚାଲିଛି। ପ୍ରଶ୍ନ ଉଠିଛି ଯେ ଯଦି କୋଇଲା ଯୋଗାଣର ଏହି ଅବସ୍ଥା ଳାଗି ରହେ, ତେବେ ଏହାକୁ ଦୂରକରିବା ପାଇଁ ଭାରତ ସାମ୍ନାରେ କୌଣସି ଉପାୟ ଅଛି କି? କିନ୍ତୁ ଆଜି ଦେଶରେ ଦେଖାଯାଉଥିବା ଏହି ଶକ୍ତି ସଙ୍କଟ ଗୋଟିଏ ଦିନର ପରିସ୍ଥିତି ନୁହେଁ। ଏହାର ଦୀର୍ଘକାଳୀନ ପ୍ରଭାବ ପଡ଼ିବ।
ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ ।
ଏଲ୍ଏସି ହେଉ କି ତାଇଓ୍ୱାନ୍ ସବୁଠି ଉଗ୍ର ଆଭିମୁଖ୍ୟ ଆପଣେଇଛି ଚୀନ୍ । ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ନେଇ ତ୍ରୟୋଦଶ ପର୍ଯ୍ୟାୟ ସମାରିକସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭାରତର ଦାବିକୁ ଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛି ପିଏଲ୍ଏ
ସାଉଥ୍ କୋରିଆର ନେଟ୍ପ୍ଲିକ୍ସ ଓରିଜିନାଲ୍ ଡ୍ରାମା ସ୍କ୍ୱୁଇଡ୍ ଗେମ୍ (Squid Game) ଗ୍ଲୋବାଲ୍ ହିଟ୍ ହୋଇସାରିଛି। ସେପ୍ଟେମ୍ବର ୧୭ରେ ରିଲିଜ୍ ହୋଇଥିବା ଏହି ୱେବ୍ ସିରିଜ୍ ଦୁଇ ସପ୍ତାହ ଭିତରେ ଦୁନିଆର ସବୁଠାରୁ ଅଧିକ ଦେଖାଯାଇଥିବା ନେଟ୍ପ୍ଲିକ୍ସ ଶୋ’ ହୋଇଯାଇଛି। ତେବେ ଏହି ଖେଳରେ ଏମିତି କ’ଣ ରହିଛି ଯାହା ଦୁନିଆ ଏଥିରେ ପାଗଳ ହେଉଛି?
କାଶ୍ମୀରରେ ସେନା ନେଲା ବଦଲା। ଆତଙ୍କୀଙ୍କ ଗୁଳିରେ ୫ ଯବାନ ସହିଦ ହେବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଗଲା ୨୪ ଘଣ୍ଟାରେ ୪ ଆତଙ୍କୀ ନିହତ ହୋଇଛନ୍ତି
କରୋନା କାଳରେ ଶିଶୁଙ୍କ ପାଇଁ ଭଲ ଖବର । ପିଲାଙ୍କ ପାଇଁ ଆସୁଛି ଶକ୍ତିଶାଳୀ କରୋନା କବଚ । ଦେଶରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭିଡ୍ ଭ୍ୟାକସିନ୍ କୋଭାକ୍ସିନ୍ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶେଷଜ୍ଞ କମିଟି ।
ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଜଣେ ବୟସର ଅପରାହ୍ଣରେ ପହଞ୍ଚିଥିବା ବୁଢୀମା ରାସ୍ତା ମଝିରେ ବସି ନିଜେ ହାରମୋନିୟମ ବଜେଇ ଗୀତ ଗାଉଥିବା ଦେଖାଯାଏ। ତେବେ ଏହି ବୁଢୀମା ଯେଉଁଭଳି ଭାବେ ହାରମୋନିୟମ ବଜଉଛନ୍ତି ଓ ତାହା ସହିତ ସ୍ୱର ମିଳେଇ ଗୀତ ଗାଉଛନ୍ତି ତାହାକୁ ଦେଖିଲେ ଯେ କେହି ବି ପ୍ରଭାବିତ ହୋଇଯିବ।
ଦେଶରେ ଦିନକୁ ଦିନ ଶକ୍ତି ସଂକଟ ଉତ୍କଟ ହେବାରେ ଲାଗିଛି । ଉତ୍ତରପ୍ରଦେଶ, ରାଜସ୍ଥାନ ପରେ କେରଳ ଏବେ ଶକ୍ତି ସଂକଟର ସାମନା କରିଛି । ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ରାଜସ୍ଥାନର ସହରାଞ୍ଚଳରେ ୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି ବୋଲି ରାଜ୍ୟ ଶକ୍ତି ସଚିବ କହିଛନ୍ତି ।
ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ଏବେ ଚର୍ଚ୍ଚାର ବିଷୟ ପାଲୋଟିଛନ୍ତି । ପ୍ରାୟ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ନୁସରତ ଯାହାଁଙ୍କ ଏକ ଫଟୋ ଏବେ ଖବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଥିବା କେକ୍ରେ ଲେଖା ହେଇଛି ଯେ ହଜ୍ବ୍ୟାଣ୍ଡ ଓ ଡାଡ୍ । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ନୁସରତ ପୁଣି ଥରେ ୟଶ ଦାସଗୁପ୍ତାଙ୍କୁ ବିବାହ କରିଛନ୍ତି ବୋଲି ଆଶଙ୍କା କରାଯାଉଛି ।
ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି
ନବାଜୁଦ୍ଦୀନ୍ ସିଦ୍ଦୀକୀ କହିଛନ୍ତି ଯେ ଆମ ସିନେମା ଶିଳ୍ପରେ ବହୁତ ଭେଦଭାବ ରହିଛି। ଫିଲ୍ମରେ ଇନ୍ଦିରା ତିୱାରୀ ମୁଖ୍ୟ ଭୂମିକାରେ ଥିଲେ। ତାଙ୍କ ସହିତ କାମ କରି ମୁଁ ବହୁତ ଖୁସି। ଯଦି ବି ଆଗକୁ କିଛି ତାଙ୍କ ସହିତ କାମ କରିବାର ସୁଯୋଗ ମିଳେ ତେବେ ମୁଁ ହସି ହସି କାମ କରିବି। ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବଂଶବାଦ ଅପେକ୍ଷା ବର୍ଣ୍ଣବୈଷମ୍ୟ ସମସ୍ୟା ବେଶି ରହିଛି।
ଛୋଟ ପିଲାଙ୍କୁ କରୋନା ଟିକା ଦେବାକୁ ମିଳିନି ଅନୁମତି । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ସୁପାରିସ ଘଟଣାରେ ଭାରତୀ ପ୍ରବୀଣ ପାୱାର ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମହାକାଶଯୁଗ ମୁହାଁ ଭାରତ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ନୂତନ ଚିନ୍ତାଧାରା ରଖୁଥିବା ଶିଳ୍ପଗୁଡିକୁ ଯାହା ସୁବିଧା ଆବଶ୍ୟକ ସମସ୍ତ ସହଯୋଗ ମିଳିବ
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି ଏଭଳି ଆଶଙ୍କା। ପ୍ରବଳ ବର୍ଷା ଯୋଗୁଁ ଦେଶରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଶକ୍ତି ଚାହିଦା ବଢିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କୋଇଲାର ଦର ହଠାତ୍ ବଢିଯାଇଛି
ବିକିନୀ ବଡି ଓ ଆଥ୍ଲେଟ୍ ବଡି ଭିତରେ ଅନେକ ପାର୍ଥକ୍ୟ ରହିଛି। ତାପସୀ କୁହନ୍ତି ଯେ ଆଥ୍ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି। ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି। ଆପଣ କ’ଣ କ’ଣ ଖାଉଛନ୍ତି, କି କି ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବବାର କରୁଛନ୍ତି ଏସବୁ ଦେଖିବା ନିହାତି ଜରୁରୀ।
ଘାଟିରେ ପୁଣି ବଡ଼ ଧରଣର ଆତଙ୍କୀ ହମଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ବଢିବାରେ ଲାଗିଛି ଆତଙ୍କୀ ହମଲା। ହେଲେ ଏବେବି ଆତଙ୍କୀମାନେ ସେଠାରେ ଲୁଚି ରହିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି।
ବିବାହ ନିମନ୍ତ୍ରଣ ପତ୍ରରେ ରାଜନୀତିର ରଙ୍ଗ । ଉପହାର ବଦଳରେ ଭୋଟ ମାଗିଲେ ବର । ଉତ୍ତରପ୍ରଦେଶର ରାମପୁରରେ ଏକ ବିବାହ ନିମନ୍ତ୍ରଣ କାର୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କାର୍ଡ ରାଜନୀତି ରଙ୍ଗରେ ରଙ୍ଗେଇ ହୋଇଛି । ସମାଜବାଦି ପାର୍ଟି ଉଦ୍ଦେଶ୍ୟରେ ଏହି ନିମନ୍ତ୍ରଣ ପତ୍ର ଛପାଯାଇଛି । କାର୍ଡ଼ରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଆଜମ ଖାନ ଏବଂ ଅବଦୁଲ୍ଲା ଆଜମଙ୍କ ଫଟୋ ଲଗାଯାଇଛି
ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି । ଦେଶ ମଧ୍ୟରେ ସିଡ୍ୟୁଲ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି ମିଳିଛି । ସବୁ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । କୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବା ନେଇ ଜଣାପଡ଼ିଛି।
ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଉପାୟରେ ପୂଜା କରାଯାଏ । ନବରାତ୍ରୀ ସମୟରେ ନଅ ପ୍ରକାରର ଦେବୀଙ୍କୁ ପୂଜା କରାଯାଏ । ଶୈଲପୁତ୍ର, ବ୍ରହ୍ମଚରିଣୀ, ଚନ୍ଦ୍ରଗାନ୍ତ, କୁଶମଣ୍ଡା,ସ୍କନ୍ଦମାତା, କାଟାନି, କାଲତ୍ରୀ, ମହାଗୌରୀ, ଏବଂ ଶିଦ୍ଧିଦତ୍ରୀ ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ଘରେ ପୂଜା କରିବା ବେଳେ ଅନେକ ନିୟମ ଓ ବିଦ୍ଧିକୁ ଅନୁସରଣ କରିବା ଉଚିତ୍ । ଦେବୀ ଦୁର୍ଗାଙ୍କ ପୂଜା ପାଇଁ ବିଭିନ୍ନ ନିୟମ ରହିଛି ।
ଆଫ୍ଗାନିସ୍ତାନ ଦଖଲ ପରେ ତାଲିବାନ୍ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଲଢିବାକୁ ପ୍ରସ୍ତୁତ ଅଛି । ଏକ ବିଶେଷ ସୂତ୍ରଅନୁସାରେ, ପାକିସ୍ତାନ ଅଧିନରେ ଥିବା କାଶ୍ମୀରରେ ଗୁପ୍ତଚର ଏଜେନ୍ସି ଆଇଏସ୍ର ଷ୍ଟାଫ୍, ସାଇବର ୟୁନିଟ୍ ଗ୍ରୁପ୍, ତାଲିବାନ୍, ଜେସ୍ ଏ ମହମଦ୍ଦ ଓ ଲସ୍କର-ଇ-ତୋଏବାର ଆତଙ୍କୀମାନେ ଆଫଗାନିସ୍ଥାନର ସୀମ୍ କାର୍ଡକୁ ବ୍ୟବହାର କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ୟୁପିର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆତ୍ମହତ୍ୟା ଉଦ୍ୟମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଭାରତକୁ ମିଳିଲା ପିଲାଙ୍କ କୋଭିଡ୍ ଟିକା । ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏନେଇ କୋଭାକ୍ସିନକୁ ଡିସିଜିଆଇ ଅନୁମତି ଦେଇଥିବା ସୂଚନା ମିଳିଛି । ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା ।
ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେଙ୍କ ପଛରେ ଗୁଇନ୍ଦାଗିରି କରୁଛି ପୋଲିସ୍ ? ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଦୁଇ ପୋଲିସ କର୍ମଚାରୀ ତାଙ୍କର ପିଛା କରୁଥିବା ଅଭିଯୋଗ କରିଛନ୍ତି
ପାଣିକୁ ଜୀବାଣୁର ନାଶ କରିବ ହାଇଡ୍ରୋଜେଲ ଟ୍ୟାବଲେଟ୍ । ପାନୀୟ ଜଳର ସମସ୍ୟାକୁ କିଛି ମାତ୍ରାରେ ଦୂର କରିବା ପାଇଁ ଆମେରିକାର ବୌଜ୍ଞାନିକମାନେ ଏହି ହାଇଡ୍ରୋଜେଲ ଟ୍ୟାବଲେଟ୍ (Hydrogel Tablet)କୁ ତିଆରି କରିଛନ୍ତି ।