Advertisment

ବଂଶବାଦ ଅପେକ୍ଷା ବଲିଉଡ୍‌ରେ ବର୍ଣ୍ଣବୈଷମ ବେଶି ରହିଛି : ସିଦ୍ଦୀକୀ

ନବାଜୁଦ୍ଦୀନ୍ ସିଦ୍ଦୀକୀ କହିଛନ୍ତି ଯେ ଆମ ସିନେମା ଶିଳ୍ପରେ ବହୁତ ଭେଦଭାବ ରହିଛି। ଫିଲ୍ମରେ ଇନ୍ଦିରା ତିୱାରୀ ମୁଖ୍ୟ ଭୂମିକାରେ ଥିଲେ। ତାଙ୍କ ସହିତ କାମ କରି ମୁଁ ବହୁତ ଖୁସି। ଯଦି ବି ଆଗକୁ କିଛି ତାଙ୍କ ସହିତ କାମ କରିବାର ସୁଯୋଗ ମିଳେ ତେବେ ମୁଁ ହସି ହସି କାମ କରିବି। ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବଂଶବାଦ ଅପେକ୍ଷା ବର୍ଣ୍ଣବୈଷମ୍ୟ ସମସ୍ୟା ବେଶି ରହିଛି।

author-image
Pramod Behera
Nawazuddin Siddiqui says industry has more racism problem than nepotism

Nawazuddin Siddiqui says industry has more racism problem than nepotism

ନୂଆଦିଲ୍ଲୀ : ବଲିଉଡ ଇଣ୍ଡଷ୍ଟ୍ରୀରେ ଯଦି ଦକ୍ଷ କଳାକାରମାନଙ୍କୁ ଖୋଜାଯାଏ ତେବେ ନବାଜୁଦ୍ଦୀନ୍ ସିଦ୍ଦୀକୀଙ୍କ ନାମ ନିଶ୍ଚିତ ସାମ୍ନାକୁ ଆସିବ। ବର୍ତ୍ତମାନ ଏହି ଅଭିନେତା ‘ଦ ଇଣ୍ଟର୍‌ନେସ୍‌ନାଲ୍ ଏମୀ ଆୱାର୍ଡ’ ପାଇଁ ମନୋନୀତ ହୋଇଛନ୍ତି। ଫିଲ୍ମ ‘ସିରିୟସ୍ ମ୍ୟାନ’ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଛି। ସୁଧୀର ମିଶ୍ରାଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ତିଆରି ହୋଇଥିଲା। ବର୍ତ୍ତମାନ ନିଜ ସିନେ କ୍ୟାରିୟରରେ ନବାଜୁଦ୍ଦୀନ୍ ସିଦ୍ଦୀକୀ ଶୀର୍ଷରେ ପହଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତଙ୍କ ସମ୍ମୁଖରେ ଏକ ସଫଳ ଅଭିନେତା। ତେବେ ତାଙ୍କୁ ଏହି ଜାଗାରେ ପହଞ୍ଚିବା ନେଇ କମ କଷ୍ଟ କରିବାକୁ ପଡିନି।

Advertisment
Nawazuddin Siddiqui Memesନବାଜୁଦ୍ଦିନୀ ସିଦ୍ଦୀକୀଙ୍କ ମେମ୍ସ

ଏକ ସାକ୍ଷାତକାର ଅବସରରେ ନବାଜୁଦ୍ଦୀନୀ ସିଦ୍ଦୀକୀ କହିଛନ୍ତି ଯେ “ସୁଧୀର ସାହେବଙ୍କ ପାଖରେ ସିନେମାକୁ ନେଇ ଅନେକ ଜ୍ଞାନ ଅଛି। ତାଙ୍କ ଚିନ୍ତାକରିବାର ମାଧ୍ୟମ ବହୁତ ସ୍ୱାଭାବିକ। ସେ ଜଣେ ହିରୋଇନଙ୍କୁ ନିଜ ଅନୁସାରେ ହିଁ ବାଛିଥାନ୍ତି। କିନ୍ତୁ ଏଠି କହୁଛି ଯେ ଆମ ସିନେମା ଶିଳ୍ପରେ ବହୁତ ଭେଦଭାବ ରହିଛି। ଫିଲ୍ମରେ ଇନ୍ଦିରା ତିୱାରୀ ମୁଖ୍ୟ ଭୂମିକାରେ ଥିଲେ। ତାଙ୍କ ସହିତ କାମ କରି ମୁଁ ବହୁତ ଖୁସି। ଯଦି ବି ଆଗକୁ କିଛି ତାଙ୍କ ସହିତ କାମ କରିବାର ସୁଯୋଗ ମିଳେ ତେବେ ମୁଁ ହସି ହସି କାମ କରିବି। ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବଂଶବାଦ ଅପେକ୍ଷା ବର୍ଣ୍ଣବୈଷମ୍ୟ ସମସ୍ୟା ବେଶି ରହିଛି।”

Advertisment

ନବାଜୁଦ୍ଦୀନ କୁହନ୍ତି ଯେ “ମୁଁ ମଧ୍ୟ ଅନେକ ବର୍ଷ ଧରି ଇଣ୍ଡଷ୍ଟ୍ରୀରେ ଏହି ସମସ୍ୟାର ସମ୍ମୁଖିନ ହୋଇଛି। ମୁଁ ଆଶା କରୁଛି ଯେ କଳା ରଙ୍ଗର ମହିଳାମାନଙ୍କୁ ମଧ୍ୟ ଇଣ୍ଡଷ୍ଟ୍ରୀରେ ସ୍ଥାନ ମିଳୁ ଏବଂ ସେମାନେ ବି ହୀରୋଇନ୍ ହୁଅନ୍ତୁ। ଏହା ବହୁତ ଆବଶ୍ୟକ ରହିଛି। ମୁଁ ଖାଲି କଳା ରଙ୍ଗର କଥା କହୁନି, ଏଠି ମଧ୍ୟ ଅନେକ ଭେଦଭାବ ରହିଛି। ଏହା ପୁଣି ଏହି ବର୍ଣ୍ଣବୈଷମ୍ୟକୁ ନେଇ। ଏହା ଯଦି ଶେଷ ହୋଇଯାଆନ୍ତି ତେବେ ଆମେ ହୁଏତ ଭଲ ସିନେମା କରିପାରନ୍ତେ। ମତେ ମଧ୍ୟ ଅନେକ ବର୍ଷ ଧରି ଅଣଦେଖା କରାଯାଇଥିଲା। କାରଣ ମୋର ଉଚ୍ଚତା କମ ଥିଲା ଆଉ ମୁଁ ଦେଖିବାକୁ ଟିକେ ଅଲଗା ପ୍ରକାର ଥିଲି।”

Nawazuddin Siddiqui is with his wife Aliyaପତ୍ନୀ ଆଲିଆଙ୍କ ସହିତ ନବାଜୁଦ୍ଦିନୀ ସିଦ୍ଦୀକୀ

ତାଙ୍କ କହିବା କଥା ଯେ “ମୁଁ ଏହିସବୁ କଥାକୁ ନେଇ ଅଭିଯୋଗ କରିପାରିବି ନାହିଁ, କାରଣ ମୁଁ ମୋ ଜାଗା ତିଆରି କରିଦେଇଛି। କିନ୍ତୁ ମୁଁ ଏ କଥା ସେମାନଙ୍କ ପାଇଁ କହିପାରିବି ଜେଉଁମାନେ ଏହିସବୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। କାରଣ ସେମାନେ ହେଉଛନ୍ତି ପ୍ରକୃତରେ ଜଣେ ଜଣେ ଭଲ ଅଭିନେତା ଓ ପରିଶ୍ରମୀ ମଧ୍ୟ। ମୁଁ ଚାହୁନାହି ସେମାନେ ବି ଏହି ଭେଦଭାବର ଶୀକାର ହୁଅନ୍ତୁ ବୋଲି।”

Bollywood Nawazuddin Siddiqui
Advertisment
Advertisment