• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମାଆ ଦୂର୍ଗାଙ୍କୁ ନାଲି ବସ୍ତ୍ର, ନାଲି ଫୁଲ ଏବଂ ଲାଲ ପଦ୍ମ ଅର୍ପଣ କରାଯିବା ଉଚିତ୍

  • ରୂପା ଏବଂ ତମ୍ବା ବାସନରେ କରନ୍ତୁ ମାଆଙ୍କ ପୂଜା

ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଉପାୟରେ ପୂଜା କରାଯାଏ । ନବରାତ୍ରୀ ସମୟରେ ନଅ ପ୍ରକାରର ଦେବୀଙ୍କୁ ପୂଜା କରାଯାଏ । ଶୈଲପୁତ୍ର, ବ୍ରହ୍ମଚରିଣୀ, ଚନ୍ଦ୍ରଗାନ୍ତ, କୁଶମଣ୍ଡା,ସ୍କନ୍ଦମାତା, କାଟାନି, କାଲତ୍ରୀ, ମହାଗୌରୀ ଏବଂ ଶିଦ୍ଧିଦତ୍ରୀ ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଆମେ ଘରେ ପୂଜା କରିବା ବେଳେ ଅନେକ ନିୟମ ଓ ବିଦ୍ଧିକୁ ଅନୁସରଣ କରିବା ଉଚିତ୍ । ଦେବୀ ଦୁର୍ଗାଙ୍କ ପୂଜା ପାଇଁ ବିଭିନ୍ନ ନିୟମ ରହିଛି । ବିଦ୍ଧି ଅନୁଯାୟୀ ପୂଜାପାଠ କରିବା ଦ୍ୱାରା ପରିବାରରେ ସୁଖ, ପ୍ରଗତି ଏବଂ ସମୃଦ୍ଧତା ଆସିଥାଏ ବୋଲି ମାନ୍ୟତା ରହିଛି ।

  • ବାସ୍ତୁ ଅନୁଯାୟୀ ଯଦି ଆପଣ ଘରେ ମାଆ ଦୁର୍ଗାଙ୍କର ପୂଜା କରୁଛନ୍ତି ତାହେଲେ ଘରର କୋଠରୀର ଉତ୍ତର ପାର୍ଶ୍ୱରେ ମାଆଙ୍କୁ ସ୍ଥାପନା କରିବା ଉଚିତ୍ । ଯଦି ଉତ୍ତର ପାର୍ଶ୍ୱ ଉପଲବ୍ଧ ନଥାଏ ତାହେଲେ ପୂର୍ବ ଏବଂ ଉତ୍ତର ପୂର୍ବ କୋଣ ମଧ୍ୟରେ ମାଆଙ୍କର ମୂର୍ତ୍ତିକୁ ସ୍ଥାପନ କରନ୍ତୁ । ମୂର୍ତ୍ତିର ଉଚ୍ଚତା ୧୦ ଫୁଟରୁ ଅଧିକ ହେବା ଉଚିତ୍ ନୁହେଁ ।
  • ମାଆ ଦୂର୍ଗାଙ୍କର ପୂଜା ସ୍ଥାନ ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ରହିବା ଉଚିତ୍ ନୁହେଁ ।
  • ମୂର୍ତ୍ତି କିମ୍ବା ଦେବୀଙ୍କ ଚିତ୍ରକୁ ଚାରି ଗୋଡ଼ିଆ ଚୌକି ଉପରେ ରଖାଯିବା ଉଚିତ ଏବଂ କାନ୍ଥଠାରୁ ଅତି କମରେ ୧ ଇଞ୍ଚ ଦୂରରେ ରଖିବା ଉଚିତ୍ ।
  • ପୂଜା ସ୍ଥାନର ରଙ୍ଗ ଧଳା କିମ୍ବା ହାଲୁକା ନୀଳ କିମ୍ବା ସବୁଜ ହେବା ଉଚିତ୍ ।
  • ବାସ୍ତୁ ଅନୁଯାୟୀ ପୂଜା ପାଇଁ କେବଳ ରୂପା ଏବଂ ତମ୍ବା ବାସନ ବ୍ୟବହାର କରାଯିବା ଉଚିତ୍ । ଲୁହା ନିର୍ମିତ କିମ୍ବା ଷ୍ଟିଲରେ ନିର୍ମିତ ବାସନକୁ ବ୍ୟବହାର କରିବା ନିଷେଧ ଅଟେ ।
  • ମାଆ ଦୂର୍ଗାଙ୍କୁ ନାଲି ବସ୍ତ୍ର, ନାଲି ଫୁଲ ଏବଂ ଲାଲ ପଦ୍ମ ଅର୍ପଣ କରାଯିବା ଉଚିତ୍ । ଏହା ଦ୍ୱାରା ମାଆଙ୍କ ଆଶିଷ ଲାଭ ମିଳିଥାଏ ।
  • ଶାସ୍ତ୍ର ଅନୁସାରେ ହାତ ଓ ପାଦ ସଫା ନକରି କେହି ପୂଜା ସ୍ଥାନରେ ପ୍ରବେଶ କରିବା ଉଚିତ୍ ନୁହେଁ ।
  • ନବରାତ୍ରୀ ସମୟରେ କେଶ କାଟିବା, ନଖ କାଟିବା ଉଚିତ୍ ନୁହେଁ ।