Advertisment

ବୁଲେଟ୍‌ର ଜବାବ ବୁଲେଟ୍‌ରେ ଦେଲା ସେନା

କାଶ୍ମୀରରେ ସେନା ନେଲା ବଦଲା। ଆତଙ୍କୀଙ୍କ ଗୁଳିରେ ୫ ଯବାନ ସହିଦ ହେବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଗଲା ୨୪ ଘଣ୍ଟାରେ ୪ ଆତଙ୍କୀ ନିହତ ହୋଇଛନ୍ତି

author-image
Sarbeswar
Terrorist killed in encounter

Terrorist killed in encounter

ଜାମ୍ମୁ: କାଶ୍ମୀରରେ ସେନା ନେଲା ବଦଲା। ଆତଙ୍କୀଙ୍କ ଗୁଳିରେ ୫ ଯବାନ ସହିଦ ହେବା ପରେ ସେନା ପକ୍ଷରୁ ଆରମ୍ଭ ହୋଇଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଗଲା ୨୪ ଘଣ୍ଟାରେ ୪ ଆତଙ୍କୀ ନିହତ ହୋଇଛନ୍ତି। ଗତ କିଛି ଦିନ ଧରି ଉପତ୍ୟକାରେ ଭୟର ବାତାବରଣ ସୃଷ୍ଟି ହୋଇଛି ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସେନା ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ବୀର ଯବାନ ମାନେ ଏହାର କଡ଼ା ଜବାବ ଦେଉଛନ୍ତି । ଏପଟେ ଦିଲ୍ଲୀରେ ମଧ୍ୟ ପଣ୍ଡ ହୋଇଛି ପାକିସ୍ତାନର ବଡ଼ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର।

Advertisment

୨୪ ଘଣ୍ଟାରେ ସେନାର ତିନି ତିନିଟି ବଡ଼ ଅପରେସନ୍। ଟାର୍ଗେଟ ସଫଳ, ଟଳିଲେ TRFର ତିନି ଆତଙ୍କୀ। ସାଥି ଯବାନଙ୍କ ବଳିଦାନର ବଦଲା ନେଲା ଭାରତୀୟ ସେନା। ଭ୍ୟାଲିରେ ଜୋର ଧରିଲା ଆତଙ୍କୀ ନିପାତ ଅଭିଯାନ। ଭାରତୀୟ ସେନାର ଲକ୍ଡ ଟାର୍ଗେଟରେ ଟଳିଲେ ଲସ୍କର-ଇ-ତାଏବା ସମର୍ଥିତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍-TRFର ୩ଜଣ ସଶସ୍ତ୍ର ଆତଙ୍କବାଦୀ। ପୂରଣ ହେଲା ୫ ବୀର ଯବାନ ଓ ୭ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ। ବୁଲେଟର ବଦଲା ବୁଲେଟରେ ନେଲା ଭାରତୀୟ ସେନା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଭୋରୁ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ସୋପିଆନ ଜିଲ୍ଲାର ତୁଲରାନ୍ ଇମାମସାହେବ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ସେନା ଓ ଆତଙ୍କବାଦୀ। ଢେର୍ ସମୟ ଧରି ଉଭୟପଟୁ ଗୁଳି ବର୍ଷଣ ହୋଇଥିଲା। ଶେଷରେ ସେନାର ଘାତକ କାର୍ଯ୍ୟାନୁଷ୍ଠାନରେ ଟଳିଲେ ଟିଆରଏଫ୍‌ର ତିନି ଆତଙ୍କବାଦୀ।

Advertisment

ଗତ କିଛି ଦିନ ଧରି କାଶ୍ମୀର ଉପତ୍ୟକାରେ ସଂଗଠିତ ନରହତ୍ୟାରେ ସାମିଲ ଥିଲେ ଏହି ଆତଙ୍କୀ। ନିହତ ତିନି ଟିଆରଏଫ୍ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ମୁକ୍ତାର ଶାହା ଭାବେ ଚିହ୍ନଟ ହୋଇଛି। ଗତ ୫ ତାରିଖରେ ଜଣେ ଅଣ କାଶ୍ମୀର ଷ୍ଟ୍ରିଟ୍ ହକର୍ ବିହାରର ବୀରେନ୍ଦ୍ର ପାଶଓ୍ୱାନଙ୍କୁ ହତ୍ୟା କରିଥିଲା ମୁକ୍ତାର ଶାହା। ସେପଟେ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ପରିଚୟ ସନ୍ଧାନ କରୁଛି ସେନା। ନିହତ ଆତଙ୍କବାଦୀଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଗତକାଲି ମଧ୍ୟ ବାନ୍ଦିପୋରରେ ସେନାର ଅପରେସନରେ ଇମ୍ତିଆଜ ଅହମ୍ମଦ ଦର୍ ନାମକ ଲସ୍କର୍ ଆତଙ୍କବାଦୀ ନିହତ ହୋଇଥିଲା । ବାନ୍ଦିପରୋରେ ଜଣେ ଟ୍ୟାକ୍ସି ଡ୍ରାଇଭର ମହମ୍ମଦ ସଫି ଲୋନଙ୍କୁ ସେ ହତ୍ୟା କରିଥିଲା 

ଏପଟେ ଦିଲ୍ଲୀରେ ମଧ୍ୟ ଏକ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛି ପୋଲିସର ସ୍ପେଶାଲ୍ ସ୍ୱ୍କାର୍ଡ। ତା ନାଁ ମହମ୍ମଦ ଅସରଫ ବୋଲି ସୂଚନା ମିଳିଛି। ତା ନିକଟରୁ ହ୍ୟାଣ୍ଡ୍ ଗ୍ରେନେଡ, AK 47 ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ନବରାତ୍ରି ପୂଜା ଚାଲିଥିବାବେଳେ ଏହି ସମୟରେ କିଛି ବଡ ଅଘଟଣ ଘଟାଇବାକୁ ଆତଙ୍କବାଦୀଙ୍କ ଯୋଜନା ଥିବା ସୂଚନା ମିଳିଛି।

Terrorists Killed Encounter Jammu Kashmir
Advertisment
Advertisment