• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ୟନ

  • ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ବି ହେବ

ମୁମ୍ବାଇ : ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ । ତାଙ୍କୁ ବେଲ୍ ମିଳିବ ନା ସେ ଜେଲରେ ରହିବେ ତାର ନିଷ୍ପତ୍ତି ନେବେ କୋର୍ଟ । ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ସ୍ୱତନ୍ତ୍ର NDPC କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ । ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହୋଇଥିଲା । ତେବେ କୋର୍ଟ ବୁଧବାରକୁ ଏହାକୁ ଘୁଞ୍ଚାଇ ଦେଇଥିଲେ । ଏହାସହ ଅରବାଜ ମରଚାଣ୍ଟ୍ ଏବଂ ମୁନମୁନ୍ ଧମେଚାଙ୍କ ବି ଜାମିନ୍ ‌ଆବେଦନର ଶୁଣାଣି ବି ଘୁଞ୍ଚିଥିଲା।

ସେପଟେ NCB ମଧ୍ୟ ଆଜି ନିଜ ଜବାବ ଦାଖଲ କରିବ ବୋଲି ଜଣାପଡିଛି । ଆର୍ୟନଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଆଜି ହେବାର ଅଛି । ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ NCB ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା । କ୍ରୁଜ୍ ଜାହାଜରୁ ଆର୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗିରଫ କରିଥିଲା । ଆର୍ୟନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଅନ୍ୟ ୮ ଜଣ ମଧ୍ୟ ଧରାପଡିଥିଲେ । କୋର୍ଟ ଆର୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ବର୍ତ୍ତମାନ ଆର୍ୟନ୍ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଅଛନ୍ତି ।

ଏହି ମାମଲାରେ ଆର୍ୟନ ଖାନଙ୍କ ବ୍ୟତୀତ ମୁନମୁନ୍ ଧାମଚା, ଅରବାଜ୍ ମର୍ଚାଣ୍ଟ, ନୁପୁର ସତେଜା ଏବଂ ମୋହକ ଜୟସୱାଲ ମଧ୍ୟ ଜାମିନ ଆବେଦନ କରିଛନ୍ତି। ଆର୍ୟନ ଖାନଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟର ଧାରା ୮ (ସି), ୨୦ (ବି), ୨୭, ୨୮, ୨୯ ଏବଂ ୩୫ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଆର୍ୟନଙ୍କ ସମେତ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୨ ଜଣ ବିଦେଶୀ ନାଗରିକ ବି ରହିଛନ୍ତି । ବିଦେଶୀ ଲିଙ୍କ୍ ଆସିବା ପରେ ମାମଲାରେ ତଦନ୍ତ ପରିସୀମା ବଢ଼ିଛି ।