Advertisment

ମହାକାଶ ଯୁଗ ଆଡ଼କୁ ବ୍ୟଗ୍ର ଭାବରେ ମାଡ଼ି ଚାଲିଛି ଭାରତ

ମହାକାଶଯୁଗ ମୁହାଁ ଭାରତ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ନୂତନ ଚିନ୍ତାଧାରା ରଖୁଥିବା ଶିଳ୍ପଗୁଡିକୁ ଯାହା ସୁବିଧା ଆବଶ୍ୟକ ସମସ୍ତ ସହଯୋଗ ମିଳିବ

author-image
Sarbeswar
ISRO

ISRO

ନୂଆଦିଲ୍ଲୀ: ମହାକାଶଯୁଗ ମୁହାଁ ଭାରତ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ନୂତନ ଚିନ୍ତାଧାରା ରଖୁଥିବା ଶିଳ୍ପଗୁଡିକୁ ଯାହା ସୁବିଧା ଆବଶ୍ୟକ ସମସ୍ତ ସହଯୋଗ ମିଳିବ। ଏହି କ୍ଷେତ୍ରରେ ସାମିଲ ପ୍ରତିଷ୍ଠାନର ବିଚାରଧାରାକୁ ଗୁରୁତ୍ୱ ପ୍ରଦାନ କରାଯିବ । ଭାରତୀୟ ମହାକାଶ ସଂଘ ବା ଇଣ୍ଡିଆନ ସ୍ପେଶ୍ ଆସୋସିଏସନର ଉଦଘାଟନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ମହାକାଶ ଯୁଗ ଆଡ଼କୁ ଆଗେଇ ଚାଲିଛି ବିଶ୍ୱ। ଆଗେଇ ଚାଲିଛି ଭାରତ, ମହାକାଶ ଶିଳ୍ପରେ ଘରୋଇ ସଂସ୍ଥାଙ୍କ ଭାଗିଦାରୀକୁ ଆହୁରି ସୁଗମ କରିବା ପାଇଁ ପ୍ରତିଷ୍ଠା ହୋଇଛି, ଭାରତୀୟ ମହାକାଶ ସଂଘ ବା ଇଣ୍ଡିଆନ୍ ସ୍ପେଶ୍ ଆସୋସିଏସନ । ଏହାର ବିଧିବଦ୍ଧ ଉଦଘାଟନ ଅବସରରେ ଗତକାଲି ଇସ୍ରୋ ଏବଂ ମହାକାଶ ଶିଳ୍ପ ସହ ଜଡ଼ିତ ବିଭିନ୍ନ ସଂସ୍ଥାର ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପାରଦର୍ଶିତା ହାସଲ କରିଥିବା ସ୍ୱଦେଶୀ ଏବଂ ବିଦେଶର ଅନେକ ସଂସ୍ଥା ଏହି ସମ୍ମିଳନୀରରେ ସାମିଲ ହୋଇ ନିଜର ମତ ରଖିଥିଲେ। ସମ୍ମିଳନୀରେ ସାମିଲ ପ୍ରତିନିଧିଙ୍କ ସହ ଆଲୋଚନା କରି ମହାକାଶ ବିଜ୍ଞାନ ଓ ଶିଳ୍ପର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ।

Advertisment

ସେ କହିଛନ୍ତି ଯେ, ସ୍ପେଶ୍ ଷ୍ଟାର୍ଟଅପ୍ ଗୁଡିକ ଲାଗି ଯାହା ସୁବିଧା ଆବଶ୍ୟକ ସେ ସବୁ ଯୋଗାଇ ଦିଆଯିବ। ସରକାରଙ୍କ ନୀତିରେ ସକରାତ୍ମକ ପରିବର୍ତ୍ତନ କରାଯିବ। ଇଣ୍ଡିଆନ୍ ସ୍ପେଶ୍ ଆସୋସିଏସନ୍ ଜରିଆରେ ମହାକାଶକ୍ଷେତ୍ରରେ ପରିବର୍ତ୍ତନ ଲାଗି ଘରୋଇ ଶିଳ୍ପ ସଂସ୍ଥାର ବିଚାରଧାରାକୁ ସ୍ୱାଧୀନତା ପ୍ରଦାନ କରଯିବ। ଏଥିରେ ସାମିଲ ସଂସ୍ଥାର ବିଚାରଧାରାକୁ ସାମିଲ କରାଯିବ। ସରକାର ଏହାକୁ ପୂରଣ କରିବାକୁ ସବୁ ପ୍ରୟାସ କରିବେ। ଭବିଷ୍ୟତର ଯୁବବର୍ଗଙ୍କୁ ଏଥିଲାଗି ପ୍ରସ୍ତୁତ କରିବାକୁ ହେବ । ମହାକାଶ କ୍ଷେତ୍ରକୁ ସାଧାରଣ ନାଗରିକଙ୍କ ଉନ୍ନତି ଲାଗି ସମ୍ବଳ ଭାବେ ଆମେ ଦେଖିବା ଏବଂ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଇଣ୍ଡିଆନ ସ୍ପେସ୍ ଆସୋସିଏସନରେ ସାମିଲ ପ୍ରତିନିଧିଙ୍କ ଯୋଜନା ଓ ପରାମର୍ଶକୁ ଗୁରୁତ୍ୱ ଦେବା ସହ ସାରା ଦେଶରେ ଏହାକୁ ନେଇ ଉତ୍ସାହ ବୃଦ୍ଧି ପାଇଛି। ଏକବିଂଶ ଶତବ୍ଦୀର ଭାରତ ଆଜି ଯେଉଁ ସାମର୍ଥ୍ୟର ସହ ଆଗକୁ ବଢୁଛି ଏବଂ ଯାହା ସବୁ ପବିରର୍ତ୍ତନ ଘଟୁଛି ଏହାର ମୂଳ ହେଉଛି ଭାରତର ସାମର୍ଥ୍ୟ ଉପରେ ଅତୁଟ ବିଶ୍ୱାସ। ଭାରତର ସାମର୍ଥ୍ୟ ଦୁନିଆର କୌଣସି ବି ଦେଶଠାରୁ କମ ନୁହେଁ। ଏହି ସାମର୍ଥ୍ୟକୁ ଆଗକୁ ବଢାଇବାକୁ ସରକାର ସମସ୍ତ ପ୍ରୟାସ କରିବେ । ଏଥିଲାଗି ସମସ୍ତ ନିଷ୍ପତ୍ତି ନେବାକୁ ସରକାର ପ୍ରସ୍ତୁତ ରହିଥିବା କୁହାଯାଇଛି। ମହାକାଶ ବିଜ୍ଞାନ ଏବଂ ମହାକାଶ ଶିଳ୍ପକୁ ନେଇ ଯାହା ସବୁ ପରିବର୍ତ୍ତନ ଘଟୁଛି। ଏହା ଦ୍ରୁତ ଗତିରେ ଆଗକୁ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରତିରକ୍ଷାଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ସମସ୍ତ କ୍ଷେତ୍ରରେ ସରକାର ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଛନ୍ତି । ସରକାରଙ୍କ ଲକ୍ଷ୍ୟ ସାଧାରଣ ଜନତାଙ୍କୁ ସୁବିଧା ପ୍ରଦାନ କରିବା । ଏଥିଲାଗି ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଜାରି ରହିଛି। ଏହି କ୍ଷେତ୍ରରେ ପରିବର୍ତ୍ତନ ଲାଗି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ISROର ଦ୍ୱାର ସମସ୍ତ ଘରୋଇ ପ୍ରତିଷ୍ଠାନ ଲାଗି ଖୋଲିଦିଆଯାଇଛି। ନୂତନ ଚିନ୍ତାଧାରା ରଖୁଥିବା ଘରୋଇ ସଂସ୍ଥା ଗୁଡିକର ସୁବିଧା ଲାଗି ସରକାର ସବୁ ବ୍ୟବସ୍ଥା କରିବେ ବୋଲି ମୋଦି କହିଛନ୍ତି।

Narendra Modi ISRO
Advertisment
Advertisment