ଗତ କିଛି ଦିନ ହେବ ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ସଂକଟ ଦେଖାଦେଇଛି। ଏହି କାରଣରୁ, ଶକ୍ତି ଉତ୍ପାଦନ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ହେବାର ସମ୍ଭାବନା ଅଛି। ଏହି କାରଣରୁ ଭବିଷ୍ୟତରେ ବିଦ୍ୟୁତ୍ ଉତ୍ପାଦନର ନୂତନ ପଦ୍ଧତି ଗ୍ରହଣ କରିବା ଉପରେ ଆଲୋଚନା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ଚାଇନାରୁ ଏକ ଉତ୍ସାହଜନକ ଖବର ଆସିଛି। ପଡୋଶୀ ଚାଇନାରେ ଏକ ଥୋରିୟମ୍ ଆଧାରିତ ପରମାଣୁ ବିଜୁଳି କେନ୍ଦ୍ରର ପରୀକ୍ଷଣ କରାଯାଉଛି।
ଟାଟା ଗ୍ରୁପ୍ସରେ ପୁଣି ଥରେ ଏୟାର୍ ଇଣ୍ଡିଆର ଘରବାହୁଡ଼ା । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ସରକାର ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ । ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା ।
ଇଣ୍ଟରନେଟ୍ ଦୁନିଆରେ ଅନେକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଦେଖିବା ପରେ ପୂରା ଦିନ ଖୁସି ହୋଇଯାଏ। ଏବେ ଗୋଟିଏ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହି ଭିଡିଓ ଦେଖିବା ପରେ, ସମସ୍ତଙ୍କ ମୁହଁରେ ଖୁସି ଆସିବ। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଆମେରିକୀୟ ବ୍ୟକ୍ତି ଲଭ୍ରାତ୍ରୀ ଫିଲ୍ମର ଗୀତରେ ଗର୍ବା କରୁଥିବା ଦେଖିବାକୁ ମିଳେ।
ସ୍କୁଲରେ ପିଲାମାନେ ବଦମାସୀ କରିବା ଏକ ସାଧାରଣ କଥା। ଏହା ଏକ ନୂଆ କଥା ନୁହେଁ ଯେ କ୍ଲାସ ଚାଲିଥିବା ସମୟରେ ପିଲାମାନେ କିଛି ଖାଉଥିବା ନଜର ଆସିବା, କିମ୍ବା ସ୍କୁଲକୁ ଅନୁମତି ନ ଥିବା ଜଳଖିଆ ନେଇ ଧରାହେବା। ଚାଇନାରେ ମଧ୍ୟ ଜଣେ ବାଳିକା ସ୍କୁଲ ଛାତ୍ରାବାସରେ ଏଭଳି କିଛି ସ୍ନାକ୍ସ ଲୁଚେଇ ରଖିଥିଲେ ଏହା ଦେଖିବା ପରେ ଶିକ୍ଷକ ଏତେ ରାଗି ଗଲେ ଯେ ତାକୁ ଶହ ଶହ ବସ ଉଠ ହେବା ନେଇ ଦଣ୍ଡ ଦେଲେ।
ଏବେ ଜେଲ୍ର ଚାରିକାନ୍ଥରେ ରାତି କାଟିବେ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ପ୍ରଥମ ଥର ପାଇଁ ଏନ୍ସିବି ଅଧିକାରୀ ତାଙ୍କୁ ଆର୍ଥର ରୋଡ୍ ଜେଲ୍କୁ ନେଇଥିଲେ। କିନ୍ତୁ କିଲା କୋର୍ଟର ଶୁଣାଣି ଚାଲିଥିଲା। ଆଶା ଥିଲା ଜାମିନ୍ ମିଳିଯିବ। କିନ୍ତୁ ଆର୍ଯ୍ୟନଙ୍କୁ ଝଟକା ଲାଗିଥିଲା ଯେତେବେଳେ କୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ। ତେବେ ଆସନ୍ତୁ ଜାଣିବା ଜେଲ୍ରେ ଆର୍ଯ୍ୟନଙ୍କ ଜୀବନ କିପରି କଟିବ।
କରୋନା ପରେ ପୁଣି ସାମ୍ନାକୁ ଆସିଲା ଏକ ରହସ୍ୟମୟ ରୋଗ । କାନାଡାର ନ୍ୟୁ ବ୍ରନ୍ସୱିକ୍ ସହରରେ ଏହି ଅଜଣା ମସ୍ତିଷ୍କ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଅଜଣା ମସ୍ତିଷ୍କ ରୋଗରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ୫୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଛି ।
ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ଏଥର ତାଙ୍କ ଫଟୋ ଦେଖି ଫ୍ୟାନ୍ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ରାକ୍ଷୀ ଏବେ ନିଜର ନୂଆ ଲୁକ୍ରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିବା ଈଶା ଦେଓଲ ୨୦୧୨ରେ ବିବାହ ଓ ପରେ ମା ହେବା ପରେ ସିନେ ଦୁନିଆରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ବର୍ତ୍ତମାନ ଈଶା ପୁନର୍ବାର ଅଭିନୟ ଦୁନିଆକୁ ଫେରୁଛନ୍ତି। ଈଶା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ ଫିଲ୍ମର ମଧ୍ୟ ପ୍ରଯୋଜନା କରିଛନ୍ତି।
ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୨୩୭ ବିଲିୟନ ଟଙ୍କା ବ୍ୟୟର ପ୍ରସ୍ତାବ ଦିଆଯାଇଛି।
ପୁଣିଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ । ହରିୟାଣାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ସନ୍ନୀ ଲିଓନ୍ ବଲିଉଡର ଜଣେ ନାମୀଦାମି ଅଭିନେତ୍ରୀ। ସେ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ନିଜ ପ୍ରଶଂସକମାନଙ୍କ ସହିତ ନିଜର ଷ୍ଟାଇଲିସ୍ ଫଟୋ ଓ ମଜ୍ଜାଳିଆ ଭିଡିଓ ମଧ୍ୟ ଶେୟାର କରନ୍ତି। ନିକଟରେ ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏହି ଭିଡିଓରେ ସେ କନିକା କପୁରଙ୍କ ଗୀତ ‘ମଧୁବନ’ରେ ଜବରଦସ୍ତ ନାଚୁଥିବା ନଜର ଆସିଛନ୍ତି।
ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।
ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର। ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଂଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ସରିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀପକ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରେମିକା ଜୟା ଭରଦ୍ୱାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଷ୍ଟାଡିୟମରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇପଡି ରୋମାଣ୍ଟିକ୍ ମୁଡ୍ରେ ସେ ପ୍ରସ୍ତାବ ରଖିଥିଲେ। ଜୟା ଏହି ପ୍ରସ୍ତାବରେ ରାଜି ହେବା ପରେ ଦୀପକ ତାଙ୍କୁ ମୁଦି ପିନ୍ଧାଇଥିଲେ ।
ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।
ପ୍ରାୟତଃ ସମସ୍ତେ ଛୋଟ ୱାଲେଟ୍ ବା ପର୍ସ ନିଜ ପାଖରେ ରଖିଥାନ୍ତି । ବିଶେଷକରି ଏଥିରେ ଟଙ୍କା ରଖାଯାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏଥିରେ ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ରଖିଦେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ୱାଲେଟ୍ ବା ପର୍ସ ସହିତ ଜଡିତ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଆପଣ ସାମିଲ ଅଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଟଙ୍କା ଯଦି ଆପଣ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆପଣ ଟଙ୍କା ପାଇପାରିବେ। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି, କେବଳ ୟୁପି ଚାଷୀମାନେ ଏହାର ଲାଭ ଉଠାଇପାରିବେ।
କୁଆଡେ ଗଲେ ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ? ଲଖିମ୍ପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି କ୍ରାଇମ୍ ବ୍ରାଞ୍ଚର ନିକଟରେ ଉପସ୍ଥିତ ହୋଇନାହାଁନ୍ତି । ଯାହା ଏବେ କାହାକୁ ଜଣାନାହିଁ ।
ସରପଂଚଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। କାରଖାନା ଚାଲୁ କରିବା ଲାଗି ମାଗୁଥିଲେ ଦେଢ ଲକ୍ଷ ଲାଂଚ। ତେବେ ଗୁଜରାଟ୍ର ଦୁର୍ନୀତି ନିବାରଣ ବ୍ୟୁରୋ ଘଟଣାର ପର୍ଦ୍ଦାଫାସ କରିବା ସହ ସରପଂଚକୁ ଗିରଫ କରିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।
ଚଳିତ ବର୍ଷ ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର । କଟକ ସହରର କେତେକ ମୁସଲମାନ ଏବଂ ଓଡ଼ିଆ କାରିଗର ଜରିମେଢକୁ ତିଆରି କରିଥାନ୍ତି ।
ଘରେ ରୋଷେଇ ପାଇଁ ବିଭିନ୍ନ ମସଲା ଓ ପତ୍ର ବ୍ୟବହାର କରାଯାଇଥାଏ ଓ ଏହା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଥାଏ । କିନ୍ତୁ ଖାଦ୍ୟର ସ୍ୱାଦ ବଢେଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଏହା ହିତକର ଅଟେ । ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପାଇଁ ହିତକର ଅଟେ ।
ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ
ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ।
ଏତଲାରେ ଅଛି କେତେ ଜଣଙ୍କ ନାଁ ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି, ଏହିସବୁ ଦିଗରୁ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।