କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଛି। ଏହି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଗକୁ ବଡ଼ ଆତଙ୍କବାଦୀ ହମ୍ଲା କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି।
କେରଳରେ ପ୍ରବଳ ବର୍ଷା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।
ଲୋକଙ୍କ ଉପରେ କାର ମାଡ଼ିଯିବା ଘଟଣାରେ ଛଡ଼ିଶଗଡ଼ରେ ବନ୍ଦ ଡାକରା । ଯଶପୁର ସହରରେ ସମସ୍ତ ଦୋକନ ବଜାର ଓ ଅଫିସ ଆଦି ବନ୍ଦ ରହିଥିଲା ।
ଚାଷୀ ଆନ୍ଦୋଳନ ସ୍ଥଳ ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରବଜିତ ସିଂଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ତାକୁ ସୋନିପତର ଏକ କୋର୍ଟରେ ହାଜର କରାଯାଇଥିଲା ।
କରୋନା କାରଣରୁ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଆଇପିଏଲ୍ ୨୦୨୨ ଭାରତରେ ହିଁ ଆୟୋଜନ କରାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।
ଜାମ୍ମୁ-କାଶ୍ମୀରରେ ଦୁଇ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁସ୍ତାକ୍ ଖାଣ୍ଡେ ଆଜି ଯବାନ ଗୁଳିରେ ନିହତ ହୋଇଛି ।
ଦୁଇ ଦୁଇଟି ଖୁସି ଖବର ଦେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଗତକାଲି କୋଲକାତା ନାଇଟ୍ ରାଇଡର୍ସଙ୍କୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୧ ଟ୍ରଫି ଜିତିବା ପରେ ତାଙ୍କର ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେଇଛନ୍ତି ମାହି । କିନ୍ତୁ ଏବେ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ୨ୟ ଥର ବାପା ହେବାକୁ ଯାଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ପତ୍ନୀ ସାକ୍ଷୀ ଏବେ ୪ ମାସର ଗର୍ଭବତୀ ଅଛନ୍ତି ।
ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ଦୀର୍ଘ ୨୦ ବର୍ଷ ପରେ ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ ଅଭିନେତା ସନି ଦେୱଲ ଓ ଅଭିନେତ୍ରୀ ଅମିଷା ପଟେଲ । ପରଦାରେ ପୁଣି ଦେଖିବାକୁ ମିଳିବ ସକିନା ଓ ତାରା ସିଂଙ୍କ ରୋମାନ୍ସ । ପରଦାକୁ ଆସିବ ଫିଲ୍ମ ‘ଗଦର..ଏକ୍ ପ୍ରେମ୍ କଥା’ର ସିକ୍ୱେଲ ଗଦର-୨ । ତେବେ ଏନେଇ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କର ଆଗାମୀ ଫିଲ୍ମ ‘ଗଦର ୨’ ଘୋଷଣା କରିଛନ୍ତି ।
ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।
ସର୍ଭିଲାନ୍ସ ଚାଲିଛି, ଧୀରେ ଧୀରେ ଜଣାପଡିବ ଭିଡରେ କେତେ ସଂକ୍ରମଣ ବଢିଛି। ଭିଡକୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ।
ଆଜି ହେଉଛି ଏନ୍ଏସ୍ଜିର ୩୭ତମ ରାଇଜିଂ ଡେ । ଏହି ସ୍ଥାପନ ଦିବସ ଅବସରରେ ଆଜି ହରିୟାଣା ମାନେସର୍ରେ ଅତ୍ୟାଧୁନିକ ରଣକୌଶଳ ପ୍ରଦର୍ଶନ କରଛନ୍ତି ଏନ୍ଏସ୍ଜି କମାଣ୍ଡୋ ।
ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ସହରରେ ବାୟୁର ଗୁଣବତ୍ତା 'ନିମ୍ନ ଶ୍ରେଣୀରେ ପହଞ୍ଚିଛି ।
ଶରୀର ପାଇଁ କଞ୍ଚା ପନିପରିବା ଓ ଫଳ ଖାଇବା ଅତ୍ୟ ଲାଭଦାୟକ ଅଟେ । ସେହି ମଧ୍ୟରେ କାକୁଡ଼ି ଶରୀର ପାଇଁ ବହୁ ଉପଯୋଗୀ ଓ ଲାଭଦାୟକ ହୋଇଥାଏ । କାକୁଡ଼ିରେ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ କ୍ୟାଲୋରୀ, ଚର୍ବି, କୋଲେଷ୍ଟ୍ରଲକୁ କମ୍ କରିଥାଏ । କାକୁଡ଼ିରେ ଅଧିକାଂଶ ଜଳର ପରିମାଣ ଅଧିକ ରହିଥାଏ । ଯାହା ବ୍ୟାୟାମ ପରେ ଡିହାଇଡ୍ରେସନ୍ ରୋକିବାରେ ସାହାଯ୍ୟ କରିଥାଏ ।
ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି
ବିଶ୍ୱର ସବୁଠାରୁ ଧନୀ ଓ ବୈଦ୍ୟୁତିକ କାର କମ୍ପାନୀ ଟେସଲା ଇନସ୍ (Tesla Inc.) ର ସିଇଓ ଏଲନ୍ ମସ୍କ (Elon Musk)ଙ୍କ ସମ୍ପତ୍ତି ତ୍ରୀବ ବେଗରେ ବଢ଼ିବାର ଲାଗିଛି । ଶୁକ୍ରବାର ଦିନ କ୍ରମାଗତ ପଞ୍ଚମ ଦିନ ପାଇଁ ଟେସଲାର ସେୟାର ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଏଲନ୍ ମସ୍କର ମୋଟ ସମ୍ପତ୍ତି ମୂଲ୍ୟ ୬.୦୬ ଆରବ ଡ଼ଲାର ବୃଦ୍ଧି ପାଇ ୨୩୬ ଆରବ ଡ଼ଲାରରେ ପହଞ୍ଚିଛି
ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ । ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି । ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ବହୁତ ଭଲ ମଧ୍ୟ ହୋଇଥାଏ। ତେବେ ରାଶି ଅନୁସାରେ ଶନିଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍।
ତାଲିବାନ୍ର ନୂଆ ନିର୍ଦ୍ଦେଶାଦେଶ । ଏଣିକି ସର୍ବସାଧାରଣରେ ଲୋକଙ୍କ ହତ୍ୟା କରି ରାସ୍ତା ମଝିରେ ଟଙ୍ଗା ହେବନାହିଁ । ତାଲିବାନ୍ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଏହି ନିର୍ଦ୍ଦେଶାଦେଶ ଦେଇଛି ।
ପୁଣି ବଢିଲା ତୈଳ ଦର । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ କ୍ରମାଗତ ଭାବରେ ଆଜି ତୃତୀୟ ଦିନ ପାଇଁ ତେଲ ଦରକୁ ବୃଦ୍ଧି କରାଯାଇଛି । ଉଭୟ ପେଟ୍ରୋଲ୍ ଓ ଡିଜେଲ ଦରର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କନଜରଭେଟିଭ୍ ପାର୍ଟି ସାଂସଦ ଡେଭିଡ ଅମିସଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ପୂର୍ବ ଇଂଲଣ୍ଡର ଏକ ଚର୍ଚ୍ଚରେ ସହକର୍ମୀଙ୍କ ସହ ବୈଠକ କରୁଥିବା ସମୟରେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ପୋଲିସ ୨୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି ।
ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି
କଂଗ୍ରେସ ସାଂଗଠନିକ ନିର୍ବାଚନ, ଆଗାମୀ ବିଧାନସଭା ନିର୍ବାଚନ, ଲଖିମପୁର ଖେରୀ ହିଂସା, କୃଷକ ଆନ୍ଦୋଳନ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ଆଦି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିବ ବୋଲି କୁହାଯାଉଛି । ଆଜି ସକାଳ ୧୦ ଟାରୁ ଆରମ୍ଭ ହେବ ବୈଠକ ।
ବନ୍ଧୁ ନା ବଇରୀ ? ପାକିସ୍ତାନ୍ ସେନାକୁ ଚୀନ୍ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନୀ ସେନାଙ୍କ ବଳକା ତଥା ଖରାପ ହୋଇସାରିଥିବା ସାମରିକ ଉପକରଣ ଦେବା ଏହାର ମୁଖ୍ୟ କାରଣ ହୋଇପାରେ । ପାକିସ୍ତାନୀ ସେନା ଚୀନ୍ରୁ କିଛି ଅତ୍ୟାଧୁନିକ ସାମରିକ ଅସ୍ତ୍ର ଆମଦାନୀ କରିଥିଲେ
ଆଜି ୨୦୨୧ ମସିହା, ଅୋକ୍ଟୋବର ମାସ, ୧୬ତାରିଖ, ଶନିବାର, କନ୍ୟା ୩୦ଦିନ, ଅଶ୍ୱିନ ମାସ, ଶୁକ୍ଳପକ୍ଷ, ଏକାଦଶୀତିଥି , ଧନିଷ୍ଠା ନକ୍ଷତ୍ର, କୁମ୍ଭଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ହେଲେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜନ୍ମଦିନ ପାଳନ କରିବେନି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।