• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

army-officer-and-a-soldier-have-been-critically-injured-in-a-counter-terror-operation-in-jammu-kashm
ଜାମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର; ୨ ଯବାନ ସହିଦ

ଏନ୍‌କାଉଣ୍ଟରେ ସହିଦ୍‌ ହେଲେ ୨ ଯବାନ୍‌ । ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧାର ସବ ଡିଭିଜନର ନାର ଖାସ ଜଙ୍ଗଲରେ ଚାଲିଥିବା ଏକ ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ୨ଜଣ ଯବାନ ସହିଦ୍‌ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

Corona Situation in bhubaneswar
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୧୬ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୬,୮୬୨ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି, ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୪୦,୩୭,୫୯୨ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା

Amul
ଅମୂଲ ନାଁରେ ମେସେଜ ପଠାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ

ହ୍ୱାଟସ ଆପରେ ଆସୁଛି କି ଅମୂଲ ମେସେଜ। ଯଦି ନା, ତାହେଲେ ଆସିପାରି ଏହି ମେସେଜ। ଯଦି ହଁ, ତାହେଲେ ହୋଇ ଯାଆନ୍ତୁ ସାବଧାନ। ଟିକେ ଅଣଦେଖା କଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ। ହ୍ୟାକର୍ସମାନେ ଦେଶର ନାମିଦାମୀ କଂପାନୀ ନାଁରେ ଲୁଟିବା ଆରମ୍ଭ କରି ଦେଇଛନ୍ତି

Sameer Wankhede
ଦିନେ ବାପାଙ୍କୁ ପାଣି ପିଆଇଥିଲେ, ଆଜି ପୁଅକୁ ଗିରଫ କଲେ...

ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। ଗାଁଠୁ ସହର ସବୁଆଡେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚ୍ଚା। ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦବଙ୍ଗ ଅଫିସର ୧୦ ବର୍ଷ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ। ସେତେବେଳେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କୁ ପାଣି ପିଆଇ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଜାଣନ୍ତୁ ସେ ଦିନର ସେହି ଘଟଣାଟି କଣ ଥିଲା।

Daily Horoscope, 25 Sept 2021
Daily Horoscope,15 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅୋକ୍ଟୋବର ମାସ ୧୫ ତାରିଖ, ଶୁକ୍ରବାର, କନ୍ୟା ୨୯ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ଦଶମୀତିଥି,ଶ୍ରବଣା ନକ୍ଷତ୍ର, ମକରଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

president-dr-apj-abdul-kalam-birth-anniversary
ମିସାଇଲ୍‌ ମ୍ୟାନ୍‌ଙ୍କ ଜନ୍ମ ବାର୍ଷିକ; ମନେ ପକାଉଛି ସାରା ଦେଶ

ଆଜି ଦେଶର ୧୧ ତମ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ଜନ୍ମ ଜୟନ୍ତୀ । ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଯୋଗେ ଡକ୍ଟର କଲାମଙ୍କ ମନେପକାଇଛନ୍ତି ।

Pakistan Tea
ପାକିସ୍ତାନରେ କପେ ଚା ପିଇବା ମୁସ୍କିଲ୍, ଭାରତକୁ ଫୁଟାଣି ଦେଖାଇବା ପଡିଲା ମହଙ୍ଗା

ଚଳିତ ବର୍ଷ ଭାରତରୁ ଚିନି ଆମଦାନୀ କରିବାକୁ ପାକିସ୍ତାନ ମନା କରି ଦେଇଛି। ଯାହାକି ଦେଶ ପାଇଁ ମହଙ୍ଗା ହୋଇଛି। ପାକିସ୍ତାନ କ୍ରିକେଟର ଶୋଏବ ଅଖତରଙ୍କ ସହର ରାୱଲପିଣ୍ଡିରେ ଚା’ କପ୍ ମୂଲ୍ୟ ୪୦ ଟଙ୍କା ହୋଇଛି। ପୂର୍ବରୁ ଏଠାରେ ଏକ କପ୍ ଚା’ର ମୂଲ୍ୟ ଥିଲା ୩୦ ଟଙ୍କା। ଭାରତରୁ ଚିନି ଯିବା ବନ୍ଦ ହେବା ପରେ ଚା କପ ଦଶ ଟଙ୍କା ମହଙ୍ଗା ହୋଇ ୪୦ ଟଙ୍କାରେ ପହଂଚିଛି।

Fire
ବିଶାଳ କୋଠାରେ ଲାଗିଲା ନିଆଁ, ୪୬ ଜଣଙ୍କ ଗଲା ପ୍ରାଣ

ତାଇୱାନରେ ବଡ଼ ଦୁର୍ଘଟଣା। ଏକ ୧୩ ମହଲା ଘରେ ନିଆଁ ଲାଗିଯିବାକୁ ୪୬ ଜଣଙ୍କ ପ୍ରାଣ ଯାଇଛି। ଏହାସହ ଅନେକ ଲୋକ ପୋଡ଼ି ହୋଇ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୩ଟାରେ ଏକ ବିଶାଳ କୋଠାରେ ନିଆଁ ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଛି। ତେବେ ଖବର ପାଇଁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା।

Today IPL Final Match
IPL Final 2021: ଟାଇଟଲ୍‌ ପାଇଁ ସିଏସ୍‌କେ-କେକେଆର୍‌ ମଧ୍ୟରେ ହେବ କଡ଼ା ମୁକାବିଲା

ଆଜି ଆଇପିଏଲ୍‌ର ଗ୍ରାଣ୍ଡ୍‌ ଫିନାଲେ। ଟାଇଟଲ୍‌ ପାଇଁ ୟୁଏଇରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌(CSK) ଓ ମୋର୍ଗାନ୍‌ଙ୍କ କୋଲକାତା ନାଇଟ୍ ରାଇଡର୍ସ(KKR)।

president-ramnath-kovind
ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ; ଯବାନଙ୍କ ସହ ପାଳିବେ ଦଶହରା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ କାଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ଭାରତୀୟ ଯବାନଙ୍କ ସହ ଦଶହରା ପାଳନ କରିବେ ।

America
ବର୍ଷକୁ ଲକ୍ଷେ ଲୋକଙ୍କ ପ୍ରାଣ ନେଉଛି ଏହି କେମିକାଲ୍‌

ବର୍ଷକୁ ଲକ୍ଷେ ଲୋକଙ୍କ ଜୀବନ ନେଉଛି ଏକ ବିଷାକ୍ତ କେମିକାଲ୍ । ଏହି ରାସାୟନିକ ପଦାର୍ଥ ହୃଦରୋଗ କରାଉଛି ଓ ସେଥିରୁ ଲୋକଙ୍କ ମୃତ୍ୟୁ ଘଟୁଛି । ଏକ ଗବେଷଣାରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଆତଙ୍କିତ ଆମେରିକୀୟ । ତେବେ ସବୁଠୁ ଅଧିକ ଚିନ୍ତାର କାରଣ ହେଉଛି, ଏହି କେମିକାଲର ପ୍ରଚଳନ ଦୈନନ୍ଦିନ ଜୀବନରେ ଏତେ ବ୍ୟାପକ ଯେ, ଏହାଠୁ ଦୂରେଇ ରହିବା ଏକପ୍ରକାର ଅସମ୍ଭବ

Senior Maoist leader RK Dead
ବରିଷ୍ଠ ମାଓ ନେତା ଆର୍‌କେ ମୃତ

ଲାଲ୍‌ବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓ ନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍‌କେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ସେ ଅସୁସ୍ଥ ଥିଲେ।

Petrol price today
ଥମିବାର ନାଁ ନେଉନି ବର୍ଦ୍ଧିତ ତୈଳ ଦର

ଆଜି ପୁଣି ବଢିଲା ତୈଳ ଦର । ଗତ ମଙ୍ଗଳବାର-ବୁଧବାର ଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ହେଲେ ଗତକାଲି ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି ପାଇବା ପରେ ଆଜି ମଧ୍ୟ ତେଲ ଦର ବୃଦ୍ଧି ପାଇଛି ।

CBSE term 1 Exam
ଅଫଲାଇନରେ ହେବ ଦଶମ ଓ ଦ୍ୱାଦଶ ଟର୍ମ-୧ ବୋର୍ଡ ପରୀକ୍ଷା

କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

Kim Jong-un
କୋରିଆ ଯବାନଙ୍କ ଶକ୍ତି ପ୍ରଦର୍ଶନ, କିମ୍ ଜୋନ୍‌ ବି ଦେଖି ଛାନିଆ

ଯେତିକି କଠୋର, ସେତିକି କଷ୍ଟସାଧ୍ୟ । ଯନ୍ତ୍ରଣାକୁ ଲୁଚାଇ ସାହସିକତା ପ୍ରଦର୍ଶନ ଲାଗି ଦୁର୍ବାର ପ୍ରୟାସ କରିଥାନ୍ତି ଯବାନ ମାନେ । ସାମରିକ  ଅଭ୍ୟାସ ବେଳେ ଗୋଟିକ ପରେ ଗୋଟିଏ ଦୁଃସାହସିକ ସାମରିକ କଳା ପ୍ରଦର୍ଶନ କରୁଥାନ୍ତି ଉତ୍ତରକୋରିଆର ଯବାନ ।

Bisheswar Tudu
ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପ, ତେଜୁଛି ରାଜନୀତି

ମୟୂରଭଞ୍ଜ କଲେକ୍ଟର ଓ ଜିଲ୍ଲାର ଅନ୍ୟ ଓଏଏସ୍ ଅଧିକାରୀଙ୍କ ପ୍ରତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏ ଆକ୍ଷେପ ସୃଷ୍ଟି କରିଛି ବଡ଼ ରାଜନୈତିକ ହଲଚଲ୍ । ଗତକାଲି ଟୁଡୁ ସାଂଘାତିକ ଅଭିଯୋଗ ଆଣିଥିଲେ ।

Nobel Painter
ଇଏ ସେହି ବ୍ୟକ୍ତି ଯିଏ ନିଜ ତୁଳିରେ ଆଙ୍କୁଛନ୍ତି ନୋବେଲ ବିଜେତାଙ୍କ ଚିତ୍ର..

କିଏ ବିଜ୍ଞାନ, କିଏ ସାହିତ୍ୟ, ତ ଆଉ କିଏ ଶାନ୍ତି ପାଇଁ ପାଇଛନ୍ତି ନୋବେଲ୍ ପୁରସ୍କାର । ହେଲେ ସବୁ ନୋବେଲ ପୁରସ୍କାର ବିଜେତାଙ୍କ ଫଟୋ ଜଣେ ଆଙ୍କିଛି । ଏହି ସବୁ ଚିତ୍ରରେ ଗୋଟିଏ ସାମଞ୍ଜସ୍ୟ ରହିଛି ।

Salary
CMଙ୍କ ଦରମା: ଯୋଗୀଙ୍କ ଦରମାଠୁ କେଜ୍ରିୱାଲଙ୍କ ଦରମା ଅଧିକ, ତେବେ ସବୁଠାରୁ ଅଧିକ କାହାର ?

ଆପଣ ଜାଣନ୍ତି କି, କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଦରମା ପାଇଥାନ୍ତି ? ଆଉ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସବୁଠାରୁ କମ୍‌ ଦରମା ପାଇଥାନ୍ତି ? ତେବେ ଆସନ୍ତୁ ଜାଣିବା..

BSF
ଏଣିକି ସୀମାନ୍ତରେ ନୁହେଁ ସୀମା ଭିତରେ ପଶି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ BSF

ବଢ଼ିଲା ବିଏସ୍‌ଏଫ୍‌ର ବଳ । ଏଣିକି କେବଳ ସୀମାରେ ନୁହେଁ ସୀମା ଭିତରେ ପଶି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏସ୍‌ଏଫ୍‌ । ସୀମା ସୁରକ୍ଷା ବଳ ବା ବିଏସ୍ଏଫ୍‌ର କ୍ଷମତା ବୃଦ୍ଧି କରାଯାଇଛି ।

Aryan Khan
ବଢ଼ିଲା ଅଡ଼ୁଆ ! ଆହୁରି ୬ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌

ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ଆଜି ବି ତାଙ୍କୁ ମିଳିଲାନି ଜାମିନ । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍‌ରେ । ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ପୁଣି ଥରେ ଆର୍ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ।

Amit Shah
ପାକିସ୍ତାନକୁ ଶାହଙ୍କ ଚେତାବନୀ ! ନସୁଧୁରିଲେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌

ଜାମ୍ମୁ-କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିବା ଘଟଣାରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ ଅମିତ ଶାହ । ସିଧାସଳଖ ପାକିସ୍ତାନକୁ ଦେଲେ ଚେତାବନୀ ।

Priyanka Chopra
ଦୁଃଖି ଥିବା ଭଳି ଫଟୋ ଛାଡ଼ିଲେ ପ୍ରିୟଙ୍କା, ଫ୍ୟାନ୍ସ କହିଲେ ବଲିଉଡ୍‌ ଫେରିଆସ

ପୁଣି ଏଥରେ ଫେରିଆସ । ବଲିଉଡ୍‌କୁ ପୁଣି ଫେରିଆସ ପ୍ରିୟଙ୍କା ! ହଲିଉଡ ବଲିଉଡ୍ ଅଭିନେତ୍ରୀ ତଥା ସୁନ୍ଦରୀ ପ୍ରିୟଙ୍କା ଚୋପଡ଼ା ଏବେ ପୁଣି ଚର୍ଚ୍ଚାରେ । ଏମିତିରେ ବି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ।

edible-oil
୧୫ ଟଙ୍କା ପର୍ଯ୍ୟନ୍ତ କମିପାରେ ଖାଇବା ତେଲ ଦର ! ଅଶୋଧିତ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଉପରୁ ଆମଦାନୀ ଶୁଳ୍କ ହଟିଲା

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି । ଏହା ସହ ପ୍ରୋସେସିଂ ଅଏଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ କରିଛନ୍ତି ।

pakistan-minister-advice-to-take-measure-to-counter-inflation
‘କମ୍‌ ରୁଟି ଖାଅ , ବିନା ଚିନିରେ ଚା’ ପିଅ’ : ପାକିସ୍ତାନୀ ମନ୍ତ୍ରୀ

ପାକିସ୍ତାନ୍‌ରେ ବଢୁଛି ଦରଦାମ୍‌ । ପ୍ରତ୍ୟେକ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ତଥା ବର୍ଦ୍ଧିତ ଦରଦାମ୍‌ର ମୁକାବିଲା କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ପାକିସ୍ତାନ୍‌ ବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି ।

kolkata-burj-khalifa-durga-puja-pandal-closed
ବନ୍ଦ ହେଲା କୋଲକାତାର 'ବୁର୍ଜ ଖଲିଫା' ପୂଜା ପଣ୍ଡାଲ !

ବନ୍ଦ ହେଲା କୋଲକାତାର ପ୍ରଶିଦ୍ଧ 'ବୁର୍ଜ ଖଲିଫା' ପୂଜା ପାଣ୍ଡାଲ । ଅତ୍ୟଧିକ ଭିଡ଼ ଯୋଗୁଁ 'ବୁର୍ଜ ଖଲିଫା'ର ଡିଜାଇନ୍‌ରେ ନିର୍ମିତ ଦୁର୍ଗା ପୂଜା ପାଣ୍ଡାଲକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି ।