Advertisment

ସାମ୍ନାକୁ ଆସିଲେ ଆଉ ଜଣେ ରାନୁ ମଣ୍ଡଳ ; ଦେଖନ୍ତୁ କେତେ ସୁନ୍ଦର ଗାଉଛନ୍ତି ବୁଢୀମା

ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଜଣେ ବୟସର ଅପରାହ୍ଣରେ ପହଞ୍ଚିଥିବା ବୁଢୀମା ରାସ୍ତା ମଝିରେ ବସି ନିଜେ ହାରମୋନିୟମ ବଜେଇ ଗୀତ ଗାଉଥିବା ଦେଖାଯାଏ। ତେବେ ଏହି ବୁଢୀମା ଯେଉଁଭଳି ଭାବେ ହାରମୋନିୟମ ବଜଉଛନ୍ତି ଓ ତାହା ସହିତ ସ୍ୱର ମିଳେଇ ଗୀତ ଗାଉଛନ୍ତି ତାହାକୁ ଦେଖିଲେ ଯେ କେହି ବି ପ୍ରଭାବିତ ହୋଇଯିବ।

author-image
Pramod Behera
Old woman singing with harminium

Old woman singing with harminium

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆରେ ମିଳିଗଲା ଆଉ ଏକ ରାନୁ ମଣ୍ଡଳ। ଏହି ସ୍ୱରରେ ଏତେ ମାଧୁର୍ଯ୍ୟ ରହିଛି ଯେ ଯିଏ ଶୁଣୁଛି ସେ ଅଟକି ଯାଉଛି। ଏହା ହେଉଛି ସୋସିଆଲ୍ ମିଡିଆର ଯୁଗ। ସୋସିଆଲ୍ ମିଡିଆ ଆସିବା ଦିନରୁ ଯେଉଁ ସବୁ ଭିଡିଓ ଶେୟାର ହେଉଛି ତାହା ଦେଖୁ ଦେଖୁ ଭାଇରାଲ ହେଇଯାଉଛି। ଏହା ମଧ୍ୟ ଅନେକଙ୍କୁ ରାତାରାତି ଷ୍ଟାର କରିଦେଉଛି। ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଜଣେ ବୟସର ଅପରାହ୍ଣରେ ପହଞ୍ଚିଥିବା ବୁଢୀମା ରାସ୍ତା ମଝିରେ ବସି ନିଜେ ହାରମୋନିୟମ ବଜେଇ ଗୀତ ଗାଉଥିବା ଦେଖାଯାଏ। ତେବେ ଏହି ବୁଢୀମା ଯେଉଁଭଳି ଭାବେ ହାରମୋନିୟମ ବଜଉଛନ୍ତି ଓ ତାହା ସହିତ ସ୍ୱର ମିଳେଇ ଗୀତ ଗାଉଛନ୍ତି ତାହାକୁ ଦେଖିଲେ ଯେ କେହି ବି ପ୍ରଭାବିତ ହୋଇଯିବ।

Advertisment

ପ୍ରକାଶଥାଉ ଯେ ବୁଢୀମାଙ୍କର ଏହି ଭିଡିଓ just.hasley.things ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର ହୋଇଛି। ଭିଡିଓରେ ଆପଣମାନେ ଏହି ବୁଢୀମାର ସୁନ୍ଦର ସ୍ୱରକୁ ଶୁଣିପାରିବେ। ସେ ଯେଉଁଭଳି ହାରମୋନିୟମ ବଜେଇ ଗୀତ ଗାଉଛନ୍ତି ସତେ ଯେପରି ଲାଗେ ସେ ଏସବୁ କାହାଠାରୁ ଶିଖିଛନ୍ତି ଏବଂ ଜଣେ ପେଶାଦାର କଣ୍ଠଶିଳ୍ପୀ। ଭିଡିଓକୁ ଏପର୍ଯ୍ୟନ୍ତ ୪୩ ହଜାରରୁ ଅଧିକ ଲାଇକ୍ ମିଳିସାରିଛି। ଲୋକମାନେ ମଧ୍ୟ ଭିଡିଓ ଉପରେ ପ୍ରତିକ୍ରିୟା ରଖୁଛନ୍ତି। ଜଣେ ଉପଭୋକ୍ତା କମେଣ୍ଟ ଦେଇ ଲେଖିଛନ୍ତି ଯେ ‘ଟୋନୀ କକ୍କଡଙ୍କ ଗୀତ ଠାରୁ ବି ବହୁତ ଭଲ।’ ସେହିପରି ଅନ୍ୟଜଣେ ଲେଖିଛନ୍ତି ଯେ ‘ବାଦଶାହାଙ୍କୁ ଆଉଅ ଜଣେ ସିଙ୍ଗର ଷ୍ଟାର ମିଳିଗଲା।’ କେହି କେହି ତାଙ୍କୁ ପରବର୍ତ୍ତି ରାନୁ ମଣ୍ଡଳ ମିଳିଯିବା କଥା କହିଛନ୍ତି ତ ସ୍ୱରରେ ୫୦ ବର୍ଷ ତଳର ଯନ୍ତ୍ରଣା ଭରି ରହିଥିବା କହିଛନ୍ତି।

Advertisment

ଏହା ପୂର୍ବରୁ ‘ବଚ୍‌ପନ୍‌ କା ପ୍ୟାର୍‌’ ଫେମ୍‌ ସହଦେବଙ୍କ ଗୀତ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ବାଦଶାହା ଏହି ପିଲାକୁ ତାଙ୍କ ସହ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ‘ପ୍ୟାର୍ କା ନଗ୍‌ମା’ ଗାଇ ଭାଇରାଲ ହୋଇଥିଲେ। ତାଙ୍କୁ ମଧ୍ୟ ହିମେଶ୍ ରେସ୍‌ମିୟା ସୁଯୋଗ ଦେଇଥିଲେ। ତାଙ୍କର ‘ତେରୀ ମେରୀ କାହାନୀ’ ମଧ୍ୟ ସୁପର୍‌ହିଟ୍ ହୋଇଥିଲା। ବର୍ତ୍ତମାନ ବୁଢୀମାଙ୍କ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ କାହାର ଆଶୀର୍ବାଦ ମିଳୁଛି ଦେଖିବା ବାକି ରହିଲା।

Entertainment Ranu Mandal Old Woman Singing
Advertisment
Advertisment