ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ୪୮ ଶହ କିଲୋର ମିଠା ଭାତ ଏକା ସାଙ୍ଗରେ ତିଆରି ହୁଏ। କୁହାଯାଉଛି ଏତେ ମାତ୍ରାରେ ଏକା ସାଙ୍ଗରେ ଭୋଗ ଅନ୍ୟ କେଉଁଠାରେ ତିଆରି କରାଯାଏ ନାହିଁ
ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।
ପେଟିଏମ୍ ବ୍ୟବହାରୀଙ୍କ ପାଇଁ ବଡ ଖବର। ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସେବା ନେଣଦେଣ କରୁଥିବା କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଦେଇଛି। ବାସ୍ତବରେ, ବର୍ତ୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଡିଜିଲୋକର୍ ବ୍ୟବହାର କରିପାରିବେ
ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସକୁ ୧୮ ହଜାର କୋଟି ଟଙ୍କାରେ କିଣିବାରେ କଂପାନୀ ସଫଳ ହୋଇଛି। ଗତ ୨ ହଜାର ମସିହାରୁ ଆଜି ଯାଏଁ ଟାଟା ଗ୍ରୁପ ଏକ ଡଜନ କମ୍ପାନି ଅଧିଗ୍ରହଣ କରି ସାରିଛି। ଏବେ ଜାଣନ୍ତୁ କେବେ କେଉଁ କଂପାନୀକୁ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ।
ଚୀନରେ ଆତଙ୍କ। ଏଥର କରୋନା ନୁହେଁ, ବ୍ୟାପୁଛି ଆଉ ଏକ ମହାମାରୀ। ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଏହା ଦେଖି ଛାନିଆ ହୋଇଗଲେନି ଚାଇନା ଲୋକେ। କଣ କରିବେ ସେ କଥା ଭାବି ନ ପାରି ତ୍ରାହି ତ୍ରାହି ଡାକ ଛାଡିଲେଣି। ଏମିତି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତର୍କ ସୂଚନା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି
ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୦୧,୭୪୩ରେ ପହଞ୍ଚିଛି
ଆଜି ମାଟି ଝୁରୁଛି, ସାଥୀ ବି ଝୁରୁଛି ଆଉ ମନେ ପକାଉଛି ଗାଁର ପ୍ରତ୍ୟେକଟି ବ୍ୟକ୍ତି । ଏଇଠି ସେ ବଢ଼ିଥିଲା, ଚାଲି ଶିଖିଥିଲା । ସେ ଥିଲା ଗାଁ ମାଟି ପାଇଁ ଗର୍ବ । ଆଜି ସେ ଫେରିଛି ସେହି ଗାଁକୁ ହେଲେ ଜୀବନ୍ତ ନୁହେଁ ବରଂ ସହିଦର ଆଖ୍ୟା ନେଇ ଫେରିଛି । ପଞ୍ଜାବର ବିଭିନ୍ନ କୋଣ ଅନୁକୋଣରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରଦାସପୁର ହେଉ କି ରୁପର୍ କିମ୍ବା କପୁରଥାଲା, ସବୁଠି ଆଜି ସହିଦଙ୍କ ସମ୍ମାନରେ ନଇଁଛି ମଥା ।
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ତାଙ୍କୁ ସବୁ ପ୍ରକାରର ଲୁକ୍ ମାନିଥାଏ। ତାହା କାଜୁଆଲ୍ ହେଉ କି ଡିଜାଇନର ବା ଏୟାର୍ପୋର୍ଟ ସବୁଥିରେ ସେ ସୁଟ୍ ହୋଇଯାଆନ୍ତି।
ଜୀବନ ନେଉଛି ପ୍ଲାଷ୍ଟିକ୍ ଓ ମେକ୍ଅପ୍ରେ ବ୍ୟବହାର ହେଉଥିଲା କେମିକାଲ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ବହୁଳ ଭାବରେ ବ୍ୟବହୃତ ହେଉଛି ରାସାୟନିକ ପଦାର୍ଥ । ଆଉ ଏହି ରାସାୟନିକ ପଦାର୍ଥ କେତେ ମାରାତ୍ମକ ହୋଇପାରେ, ଏହା ନୂତନ ଅନୁସନ୍ଧାନରୁ ଜଣା ପଡିଛି । କେମିକାଲ ବ୍ୟବହାର ଯୋଗୁଁ ଆମେରିକାରେ ଅନେକ ଲୋକ ଜୀବନ ହରାଉଛନ୍ତି
ଓଡିଶାର ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କେବଳ ଓଡିଶା ନୁହେଁ, ନିଜ ପ୍ରତିଭାକୁ ସେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି। ସେ ଓଡିଆ ସମେତ ହିନ୍ଦୀ ଓ ବଙ୍ଗଳା ଗୀତରେ ମଧ୍ୟ ନିଜ ସୁମଧୁର କଣ୍ଠଦାନ କରି ଶ୍ରୋତାମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି। ନିକଟରେ ଦୁର୍ଗାପୂଜା ଅବସରରେ ଅନ୍ତରାଙ୍କର ପ୍ରଥମ ରବୀନ୍ଦ୍ର ସଂଗୀତ ସୋଲୋ ଆଲ୍ବମ୍ ମୁକ୍ତିଲାଭ କରିଛି।
ମହାମାରୀ କରୋନାର ସୃଷ୍ଟି ଚୀନରୁ ହିଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ କିନ୍ତୁ ଏନେଇ ସର୍ବଦା ଅସ୍ୱୀକାର କରିଆସୁଛି । ଅନୁମାନ କରାଯାଉଛି ଯେ ଚୀନର ବାଦୁଡିଙ୍କ ଠାରୁ କରୋନା ସଂକ୍ରମଣ ମଣିଷକୁ ବ୍ୟାପିଛି । ମହାମାରୀ କରୋନାର ଉତ୍ପତ୍ତି ଉହାନ୍ ସହର ପରିଦର୍ଶନ ପାଇଁ WHO ପକ୍ଷରୁ ଏକ ପ୍ରସ୍ତାବ ରଖାଯାଇଛି । କିନ୍ତୁ ଚୀନ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ।
ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ପରିବା ମଧ୍ୟରରେ ବାଇଗଣ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ବାଇଗଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ରହିଥାଏ, ଯହା ଫଳରେ କ୍ୟାଲୋରୀ ବହୁତ କମ୍ ଅଟେ । ବାଇଗଣରେ ପଲିଫେନୋଲ ନାମକ ଏକ ପ୍ରାକୃତିକ ଉଦ୍ଭିଦ କମ୍ପାଉଣ୍ଡର ରହିଥାଏ । ଯାହା ଗ୍ଲୁକୋଜ ଅବଶୋଷଣ କରି ଶରୀରରେ ଇନସୁଲିନର ପରିମାଣ ବଢାଇଥାଏ ।
କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରିକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ
୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି ମିନତି ହେଲେ ବି ଶୁଣୁନଥିଲା ନରପିଶାଚ ।
ତାଲିବାନ୍ ରାଜ୍ରେ ଆଫଗାନିସ୍ତାନରେ ଗୁଞ୍ଜରିତ ହେଲା ହରେ କୃଷ୍ଣ ଓ ହରେ ରାମ ଶବ୍ଦ । ବନ୍ଧୁକ ମୁନରେ ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଥିଲା । ହେଲେ ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି
କରୋନା କାଳରେ ଫିକା ପଡ଼ିଛି ପାର୍ବଣ। ନା ଅଛି ଉତ୍ସାହ ନା ଅଛି ହସଖୁସିର ପରିବେଶ। ପୂଜା ବଜାର ବି ମାନ୍ଦା ପଡ଼ିଛି। ଏଭଳି ସମୟରେ ରାବଣ ପୋଡ଼ି ଉପରେ ନିର୍ଭର କରୁଥିବା ବାଉଁଶ କାରିଗରମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଭାରତର ସାଇବର୍ ଡିଭିଜନ୍ ଉପରେ ଶତ୍ରୁ ଦେଶ ହ୍ୟାକର୍ସଙ୍କ ଆଖି । ପାକିସ୍ତାନୀ ହ୍ୟାକରମାନେ ମୁମ୍ବାଇର ଇଷ୍ଟ ସାଇବର ଡିଭିଜନର ଇମେଲ ଆଇଡି ହ୍ୟାକ୍ କରିଛନ୍ତି । ହ୍ୟାକିଂ ପରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି । ଏକ ଇମେଲ ଆଇଡିରୁ ପୋଲିସ ଅଧିକାରୀଙ୍କୁ ଫିସିଂ ମେଲ ପଠାଯାଉଛି, ଆଉ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି
ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ବେଡ଼ ଉପରେ ଖସି ପଡ଼ିଲା ଉଲକାପିଣ୍ଡ । କାନାଡାର ଜଣେ ମହିଳାଙ୍କ ସହ ଏପରି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ଶୋଇଥିବା ସମୟରେ ଛାତ ଚିରି ଆକାଶରୁ ଖସି ପଡ଼ିଲା ମୃତ୍ୟୁ । ମହାକାଶରୁ ଏକ ଉଲକାପିଣ୍ଡ ଆସି ସେ ଶୋଇଥିବା ବିଛଣାରେ ପଡ଼ିଯାଇଥିଲା ।
୫୦ରୁ ୬୦ ବର୍ଷ ବୟସର ମହିଳାମାନେ ‘ଲୋଟା ଦୌଡ଼’ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏମାନେ ୫୦ ମିଟର ପର୍ଯ୍ୟନ୍ତ ଲୋଟା ଧରି ଦୌଡ଼ିବା ପରେ ୱିନିଙ୍ଗ ପଏଣ୍ଟରେ ପାଣିରେ ଭର୍ତ୍ତି ଲୋଟାକୁ ଫୋପାଡ଼ି ଦେଇଥିଲେ।
ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରିଚାଲିଛି ଶତ୍ରୁ ଦେଶ ପାକିସ୍ତାନ । କେତେବେଳେ ଚୀନ ସହ ମିଶି ଯୋଜନା ପ୍ରସ୍ତୁତ କରୁଛି ତ ଆଉ କେତେବେଳେ ଭାରତ ଭିତରକୁ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ କରାଉଛି । କାଶ୍ମୀର ଘାଟିରେ ଶାନ୍ତି ଦେଖିଲେ ଦେହରେ ନିଆଁ ଲାଗିଯାଉଛି । ଭାରତର ଭୂସ୍ୱର୍ଗରେ କୌଣସିମତେ ଅରାଜକତା ତଥା ହିଂସା ସୃଷ୍ଟି କରିବାକୁ ସୁଯୋଗ ଖୋଜୁଛି ପାକିସ୍ତାନ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।
ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ ।
ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ୍ ଖେଳିବ ।
ସାଧାରଣ ଲୋକଙ୍କୁ ଝଟକା । ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ଓ ପିଏନଜି ମୂଲ୍ୟ ମଧ୍ୟ ବଢ଼ି ଚାଲିଛି । ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଲା PNG ଗ୍ୟାସ୍ ମୂଲ୍ୟ । ଆଇଜିଏଲ୍ ପୁଣିଥରେ PNG ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି କରିଛି । ୧୦ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ PNG ଗ୍ୟାସ୍ ମହଙ୍ଗା ହୋଇଛି
କୋଇଲା ଅଭାବ ପାଇଁ ପାର୍ବଣରେ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି ନ ହେଉ । ଏଥିପାଇଁ କୋଇଲା ଯୋଗାଣ ବଢ଼ାଇବ ପାଇଁ କୋଲ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶର ତାପଜ ବିଦ୍ୟୁତ ସଂସ୍ଥାଗୁଡ଼ିକ କୋଇଲା ଯୋଗାଣ ଜାରି ରହିଛି ଏବଂ ରାଜ୍ୟଗୁଡ଼ିକୁ କୋଇଲା ଷ୍ଟକ୍ ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିବା କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି