• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Clove oil for health
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ,ଯନ୍ତ୍ରଣାରୁ ମିଳେ ଉପସମ

ଶରୀରର ବିଭିନ୍ନ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲ ବହୁତ ଲାଭଦାୟକ ଅଟେ । ଆୟର୍ବେଦରେ ଲବଙ୍ଗ ଏକ ଔଷଧୀୟ ଦ୍ରବ୍ୟ ଅଟେ । ଲବଙ୍ଗର ତେଲ ଅନେକ ଯନ୍ତ୍ରଣା ଓ ଶରୀର ପିଡ଼ାରୁ ମୁକ୍ତି ଦେଇଥାଏ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ଯାହା ଶରୀରର ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ଲବଙ୍ଗ ତେଲ ।

rakesh asthana
ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କୁ ଆଶ୍ୱସ୍ତି : ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନାଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପୋଲିସ କମିଶନର ତଥା ଗୁଜୁରାଟର କ୍ୟାଡର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କ ବିରୋଧରେ ବିଚାରାଧୀନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ଆବେଦନରେ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଏବଂ ତାଙ୍କ ସେବାରେ ଏକ ବର୍ଷ ବୃଦ୍ଧିକୁ ବେଆଇନ୍ କହି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

plane crashes
ଘର ଉପରକୁ ହଠାତ୍ ଖସିପଡିଲା ଚଳନ୍ତା ବିମାନ, ଦେଖନ୍ତୁ ଏହି ଭିଡିଓ....

ଘର ଉପରକୁ ଖସିପଡିଲା ଚଳନ୍ତା ବିମାନ । ଆମେରିକାର କାଲିଫର୍ନିଆରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Delhi Police
ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନିଂ କରିଥିଲେ ବୋଲି ଜଣାପଡ଼ିଛି। 

16-Years Old Commit Suicide
ମୃତ୍ୟୁ ପୂର୍ବରୁ ଶେଷ ଇଚ୍ଛା କହି ଜୀବନ ହାରିଲେ ୧୬ ବର୍ଷୀୟ ଯୁବକ

ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଆଶା ରଖିଥିଲେ, ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା। ଆଉ ମଉଳିଗଲା ସବୁ ସ୍ୱପ୍ନ। ଭଲ ଡ୍ୟାନ୍ସର ହୋଇ ନପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Indo China Talk
କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ ନେଇ ଭାରତ-ଚୀନ ଦୋଷ ଲଦାଲଦି

ଏମିତିକି ଚୀନ କହିଛି ଉପୁଜିଥିବା ପରିସ୍ଥିତିକୁ ଭାରତ ସରକାର ହୃଦବୋଧ କରୁ ନ ଥିବା ଭଳି ଲାଗୁଛି। ଚୀନର ଏଭଳି ଆରରଣ ପରେ ପୂର୍ବ ଲଦାଖର ଉଭୟ ପଟେ ଦୁଇ ଦେଶ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ଆଗକୁ ପୂର୍ବ ଲଦାଖରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ହେବାକୁ ଥିବାରୁ ଏହା ସମସ୍ୟା ସୃଷ୍ଟି କରିପାରେ।

Daily Horoscope,8 Oct 2021
Daily Horoscope,12 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର, ୧୨ତାରିଖ, ମଙ୍ଗଳବାର, କନ୍ୟା ୨୬ଦିନ, ଆଶ୍ୱିନ ମାସ, ଶୁକ୍ଳପକ୍ଷ, ସପ୍ତମୀତିଥି, ମୂଳା ନକ୍ଷତ୍ର, ଧନୁଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

jammu-and-kashmir-3-lashkar-e-taiba-trf-terrorists-killed-in-shopian-encounter
ଶୋପିଆନ୍ ଏନକାଉଣ୍ଟରରେ ଟଳିଲେ ଲସ୍କର-ଇ-ତୋଏବାର ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ

ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ଶୋପିଆନ୍‌ରେ ଆଜି ସକାଳେ ଏକ ଏନ୍‌କାଉଣ୍ଟର ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ୱାରା କରାଯାଇଥିବା ଏହି ଏନକାଉଣ୍ଟରରେ ଲଶ୍କର-ଇ-ତାଇବାର ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

electric power crisis
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ?

ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? ଦିନକୁ ଦିନ କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି । କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ । ଶକ୍ତି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ NTPC, କୋଇଲା, ଶକ୍ତି ମନ୍ତ୍ରାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Man stay 3 days on three avoiding-police
ପୋଲିସ୍ ହାତରୁ ରକ୍ଷା ପାଇବା ପାଇଁ ୩ ଦିନ ଗଛରେ ବସିଲେ

ପୋଲିସଠାରୁ ରକ୍ଷା ପାଇବା ପାଇଁ ଅପରାଧୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କେତେବେଳେ ସେମାନେ ଖସି ଯିବାରେ ସଫଳ ହୁଅନ୍ତି ତ ପୁଣି କେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

41-year-old-lady-teacher-pregnant-after-sex-with-15-year-old-student
୪୧ ବର୍ଷୀୟ ଶିକ୍ଷୟିତ୍ରୀ ୧୫ ବର୍ଷର ଛାତ୍ରଙ୍କ ସହ ସମ୍ପର୍କ ରଖି ଗିରଫ

ଏହା କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ। କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ। ଏହି ଖବର ଜଣେ ମହିଳା ଶିକ୍ଷକ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ।

Nuclear bombs could be necessary to save earth
ପୃଥିବୀକୁ ରକ୍ଷା କରିବା ନେଇ ବ୍ୟବହାର ହେବ ପରମାଣୁ ବୋମା!

ପରମାଣୁ ବୋମା ସୃଷ୍ଟି ବିନାଶର କାରଣ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି କିଏ କହେ ପୃଥିବୀକୁ ରକ୍ଷା କରିବାକୁ ହେଲେ ପରମାଣୁ ବୋମା ବିସ୍ଫୋରଣ କରିବା ଆବଶ୍ୟକ ହୋଇପାରେ, ଏହାକୁ ବିଶ୍ୱାସ କରିବା ଅସମ୍ଭବ। କିନ୍ତୁ ଏହା ସତ। ଭବିଷ୍ୟତରେ ପୃଥିବୀକୁ ବିନାଶରୁ ରକ୍ଷା କରିବା ପାଇଁ ଆମକୁ ପରମାଣୁ ବୋମା ବିସ୍ଫୋରଣ କରିବାର ବିକଳ୍ପ ଗ୍ରହଣ କରିବାକୁ ପଡିବ ବୋଲି ଆମେରିକାର ଲରେନ୍ସ ଲିଭର୍‌ମୋର ନ୍ୟାସ୍‌ନାଲ୍‌ ଲାବୋରେଟୋରୀର ପୂର୍ବତନ ଗବେଷକ ପାଟ୍ରିକ୍ କିଙ୍ଗ ମତ ଦେଇଛନ୍ତି।

Gold price today
ଆଜି କେତେ ରହିଛି ସୁନା ଓ ରୂପା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।

Eating meat is bad for health
ବ୍ରିଟେନବାସୀ କମଉଛନ୍ତି ମାଂସ ଖାଇବା ଅଭ୍ୟାସ

ହିନ୍ଦୁ ପରମ୍ପରାରେ ସାଧାରଣତଃ ଆମିଷ ଭୋଜନକୁ ବାରଣ କରାଯାଏ। ଏହାକୁ ତାମସିକ ଭୋଜନର ଏକ ବଡ ଉତ୍ସ ବୋଲି ଗ୍ରହଣ କରାଯାଏ। କିନ୍ତୁ ପାଶ୍ଚାତ୍ୟଦେଶରେ ଆମିଷ ବିଶେଷ କରି ମାଂସକୁ ସୁସ୍ଥ ଶରୀରର ପାଇଁ ଉପଯୋଗୀ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନ ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସୁଛି। ବ୍ରିଟେନବାସୀ ଲଗାତର ଭାବେ ମାଂସ ସେବନରେ ରୋକ ଲଗେଇବାରେ ଲାଗିଛନ୍ତି।

 Ashish Mishra
ତିନି ଦିନିଆ ରିମାଣ୍ତରେ ଗଲେ ଆଶିଷ ମିଶ୍ରା

ତିନି ଦିନିଆ ରିମାଣ୍ତରେ ଗଲେ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସା ମାମଲା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ତିନି ଦିନିଆ ପୋଲିସ ରିମାଣ୍ତକୁ ପଠାଯାଇଛି । ଆଶିଷ ବର୍ତ୍ତମାନ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତରେ ରହିଥିବାବେଳେ, ଗତ ୯ ତାରିଖରେ ପ୍ରାୟ ୧୨ ଘଣ୍ଟା ଧରି ଜେରା କରିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏହାସହ ରବିବାର ଦିନ ତଦନ୍ତକାରୀ ଟିମ୍ ଦ୍ୱାରା ହିଂସାକାଣ୍ଡ ଘଟଣା ସ୍ଥଳକୁ ଯାଇ ସିସିଟିଭି ଯାଂଚ କରାଯାଇଥିଲା ।

Vastu tips
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ‌ଏହି ସବୁ କାର୍ଯ୍ୟ, ପ୍ରବେଶ କରିଥାଏ ନାକରାତ୍ମକ ଶକ୍ତି

ପୌରାଣିକ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ମାନି ଚଳିଲେ ଘରେ ନାକାରାତ୍ମକ ପରିବେଶ ସୃଷ୍ଟି ହୋଇନଥାଏ । ସନ୍ଧ୍ୟା ପରେ ବିଭିନ୍ନ କାର୍ଯ୍ୟ କରିବା ବର୍ଜନୀୟ ଅଟେ । ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ ।

Amitabh Bachchan tearup deal with Kamla Pasand pan masala
ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ର ଡିଲ୍‌କୁ ଛାଡିଲେ ଅମିତାଭ

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ୍ ମିଡିଆରେ ସେ ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲ୍‌କୁ ସେ ଛାଡିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲ୍‌ର ଶିକାର ହେବାକୁ ପଡିଥିଲା। ଏହାକୁ ନେଇ ବିଗ୍ ବି ନିଜ ଅଫିସ୍‌ର ମତକୁ ବି ନିଜ ବ୍ଲଗ୍‌ରେ ଶେୟାର କରିଛନ୍ତି।

Post Office
ମାସକୁ ୧୫୦୦ ଟଙ୍କା ଜମା କଲେ ପାଇବେ ୩୫,୦୦,୦୦୦... ଏହି ସ୍କିମ୍ କ’ଣ ଜାଣନ୍ତୁ...

ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି

kkr vs rcb
କେକେଆର୍ ଓ ଆରସିବି ପାଇଁ କର ବା ମର ସ୍ଥିତି

ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.30 ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କ୍ୱାଲିଫାୟର-୨ ମ୍ୟାଚ୍ ଖେଳିବ ।

Economics Nobel
ଅର୍ଥନୀତିରେ ଘୋଷଣା ହେଲା ନୋବେଲ, ଜାଣନ୍ତୁ କାହାକୁ ମିଳିବ ପୁରସ୍କାର?

ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ଡେଭିଡ଼ କାର୍ଡ, ଜୋସୁଆ ଡି. ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସ ଏହି ସମ୍ମାଜନକ ପୁରସ୍କାର ପାଇବେ

corona
୨୪ ଘଣ୍ଟାରେ ୧୯୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଦେଶରେ ଗତକାଲି ଯେତିକି ସଂକ୍ରମଣ ଥିଲା ଆଜି ବି ସେତିକି ପରିମାଣରେ ରହିଛି। ଅର୍ଥାତ୍‌ ଆଜି ବି ଦେଶରେ ୧୮ ହଜାର ପାଖାପାଖି ସଂକ୍ରମଣ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍‌ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮, ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟାରେ ୧୯୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ।

 beautiful and radiant skin tips
ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇଁ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି। ଆମେ ଘରୋଇ ଉପାୟରେ ନିଜ ଦୈନଦିନ ଜୀବନ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇପାରିବେ ।

Hum do humare do trailer out
ହମ୍‌ ଦୋ ହମାରେ ଦୋ’ ଟ୍ରେଲର୍‌ ରିଲିଜ୍

ବଲିଉଡ ଅଭିନେତା ରାଜକୁମାର ରାଓ ଓ କୃତୀ ସେନନଙ୍କ ଆଗାମୀ ଫିଲ୍ମ ‘ହମ ଦୋ ହମାରେ ଦୋ’ର ପ୍ରଥମ ଟିଜର ରିଲିଜ୍ ହୋଇଛି। ଏହି ଟିଜର ‘ଫାମିଲିବାଲୀ ଦିୱାଲୀ’ ଟ୍ୟାଗ୍‌ଲାଇନରେ ଜାରି ହୋଇଛି। ପୂର୍ବରୁ କୃତୀ ଏହାର ସୂଚନା ନିଜ ସୋସିଆଲ୍ ମିଡିଆ ମାଇକ୍ରୋବ୍ଲଗିଂ ଆକାଉଣ୍ଟ୍, କୁ ରେ ଦେଇଛନ୍ତି। ଏହି ଫିଲ୍ମରେ ପରେଶ ରାୱଲ, ରନ୍ନା ପାଠକ ଶାହ ଓ ଅପାରଶକ୍ତି ଖୁରାନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଚଳିତ ମାସ ୨୯ ତାରିଖରେ ରିଲିଜ୍ ହେବ।

ଅମିତାଭ୍ ବଚ୍ଚନ
ବୟସ ତାଙ୍କ ସମ୍ମୁଖରେ ହାର ମାନିଛି, ଛୋଟ ହେଉ କି ବଡ଼ ସବୁ ସ୍କ୍ରିନରେ ଅମିତାଭ ହିଟ୍

ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍ । ଦମଦାର ଭଏସ୍ ଓ ଜବରଦସ୍ତ ଆକ୍ସନ୍ ତାଙ୍କୁ ସମସ୍ତ ଭାରତୀୟଙ୍କ ହୃଦୟରେ ସ୍ଥାନ ଦେଇଛି । ଯେତେବେଳେ ସେ ନିଜର ପରିଚୟ ଦିଅନ୍ତି, ତାହା ଇତିହାସ ପାଲଟେ । ସେ ବିଗ୍ ବି, ସେହନସାହା, ବିଜୟ, ମୁନ୍ନା, ଆଙ୍ଗ୍ରି ୟଙ୍ଗମ୍ୟାନ୍, ସୁପରଷ୍ଟାରଙ୍କ ସୁପରଷ୍ଟାର, ଶତାବ୍ଦୀର ମହାନାୟକ ।

Weekly Horoscope, 11 to 14 October 2021
ସାପ୍ତାହିକ ରାଶିଫଳ,୧୧ରୁ ୧୭ ଅକ୍ଟୋବର ୨୦୨୧,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ଆପଣ ଖର୍ଚ୍ଚ ସମୟରେ ଅଧିକ ଯତ୍ନବାନ ହେବେ। ବ୍ୟବସାୟୀମାନେ ସତର୍କ ରହନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ।