• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nora
ମନି ଲଣ୍ଡରିଂ ମାମଲା : ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିବ ଇଡି 

ମନି ଲଣ୍ଡରିଂ ମାମଲାରେ ସେଲିବ୍ରିଟିଙ୍କ ଉପରେ ଇଡି ଚାବୁକ୍ । ଜ୍ୟାକଲିନଙ୍କ ପରେ ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି ନୋରା ଫତେହି । ମନି ଲଣ୍ଡରିଂ ମାମଲାରେ ନୋରାଙ୍କୁ ଜେରା କରିବ ଇଡି । ଆଜି ନୋରା ମୁମ୍ବାଇ ଇଡି ଅଫିସରେ ହାଜର ହୋଇଛନ୍ତି

Prime Minister Narendra Modi with former PM Manmohan Singh
ଏମ୍ସରେ ଚିକିତ୍ସିତ ହେଉଛନ୍ତି ମନମୋହନ ସିଂ : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

 Punjab CM's Son Wedding
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ବିବାହରେ ନିଶାରେ ଥିଲେ ପୋଲିସ୍‌କର୍ମୀ !

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ ପୁଅଙ୍କ ବିବାହ ସମାରୋହରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ମିଳିଛି। ଏପରିକି ସମାରୋହରେ ପୋଲିସ୍‌ ପୋଷାକରେ ଥିବା ଅନେକ ପୋଲିସ୍‌ କର୍ମୀ ନିଶାରେ ଥିଲେ ବୋଲି ଏବେ ସାମ୍ନାକୁ ଆସିଛି।

BSF
ବିଏସ୍‌ଏଫ୍‌ର କ୍ଷମତା ବୃଦ୍ଧି ! ସୀମା ଠାରୁ ୫୦ କିମି ଦୂରତା ମଧ୍ୟରେ ସନ୍ଧିଗ୍ଧକୁ ଗିରଫ କରିବାର ଅଧିକାର ମିଳିଲା

ଆତଙ୍କବାଦୀଙ୍କୁ ଖୋଜି ଖୋଜି ଧରିବେ ଯବାନ । ତ୍ରାହି ପାଇବେ ନାହିଁ ଆତଙ୍କୀ । ବୁଧବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ବିଏସଏଫର ଅଧିକାରକୁ ବଢ଼ାଇ‍ବା ସହ ଗିରଫ, ତଦନ୍ତ, ସର୍ଚ୍ଚ ଅପରେସନ୍ ଓ ଜବତ୍ କ୍ଷମତା ପ୍ରଦାନ କରାଯାଇଛି ।

One killed in Ayodhya Durga Puja pandal firing
ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ : ଜଣେ ଯୁବକ ମୃତ, ଦୁଇ ନାବାଳିକା ଗୁରୁତର

ଦୁର୍ଗାପୂଜା ଚାଲିଥିବା ବେଳେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଖିବୁଜା ଗୁଳିଚାଳନା କଲେ ଦୁର୍ବୃତ୍ତ । ଅଯୋଧ୍ୟା କୋଟୱାଲିର ଦେବକାଳୀ ଛକ ନିକଟସ୍ଥ କୋରଖାନା ଅଞ୍ଚଳରେ ଦୁର୍ଗାପୂଜା ଚାଲିଥିବା ସମୟରେ ଗୁଳିମାଡ଼ ହୋଇଛି ।

Aryan Khan
ଏନସିବିର ଯୁକ୍ତିକୁ ସାମ୍ନା କରିପାରିବେ କି ଆର୍ୟନ ? ଜାମିନ ପାଇଁ ଆଜି ବି ଶୁଣାଣି

ଡ୍ରଗ୍ସ ମାମଲାରେ ଗିରଫ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ପୁଣି ଶୁଣାଣି । ଜାମିନ୍ ପାଇଁ ଆବେଦନ କରି କାଲି ନିରାଶ ହୋଇଥିଲେ ଆର୍ୟନ ଖାନଙ୍କ ଓକିଲ । ଆର୍ୟନଙ୍କ ଜାମିନ୍ ଆବେଦନ ଶୁଣାଣିକୁ କୋର୍ଟ ଆଜିକୁ ଘୁଞ୍ଚାଇ ଦେଇଥିଲେ । ଫଳରେ ଆଜି ଦିନ ୧୧ଟା ପରେ ଶୁଣାଣି ହେବା ନେଇ ସୂଚନା ମିଳିଛି ।

petrol hike
ଖାଉଟିଙ୍କୁ ମହଙ୍ଗା ମାଡ; ଆଜି ପୁଣି ବଢିଲା ତୈଳ ଦର

ପୁଣି ବଢିଲା ତେଲ ଦର । ଗତ ଦୁଇ ଦିନର ବିରତି ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ବୃଦ୍ଧି ପଇଛି । ଗତ ମଙ୍ଗଳବାର ଓ ବୁଧବାର ତେଲ ଦର ସ୍ଥିର ରହିଥିଲା । ହେଲେ ଆଜି ବିଭିନ୍ନ ସହରରେ ପେଟ୍ରୋଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

blackout in Kabul
ବ୍ଲାକ୍ଆଉଟ୍ ହେଲା କାବୁଲ୍ : ବିଦ୍ୟୁତ୍ କମ୍ପାନୀର ବକେୟା ବିଲ୍ ଭରି ପାରିଲେନି ତାଲିବାନୀ ସରକାର ?

ଅନ୍ଧାରରେ ଡୁବିଲା କାବୁଲ୍ । ଅଚାନକ୍ ଚାରିଆଡ଼େ ଘୋଟିଗଲା ଅନ୍ଧକାର । ଉଜବେକିସ୍ତାନରୁ ହେଉଥିବା ବିଦ୍ୟୁତ୍ ଯୋଗାଣରେ ବୈଷୟିକ ତ୍ରୁଟି ଯୋଗୁଁ ଆଫଗାନିସ୍ତାନର ରାଜଧାନୀ କାବୁଲ ତଥା ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ଘଟିଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ହୋଇପାରିନି ।

covid
କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା : ମାସିକ ଅତିରିକ୍ତ ୫ ହଜାର ପ୍ରଦାନ କରିବେ ସରକାର

କୋଭିଡ୍ ମୃତକ ପରିବାରକୁ ମାସକୁ ଅତିରିକ୍ତ ୫ ହଜାର ସହାୟତା । କେରଳରେ କୋଭିଡ -19 ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଗରିବ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ପରିବାରକୁ ବର୍ତ୍ତମାନ ଦିଆଯାଉଥିବା ଆର୍ଥିକ ସହାୟତା ବ୍ୟତୀତ ଅତିରିକ୍ତ ୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ବୁଧବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି

durga puja
ଆଜି ମହାମାୟାଙ୍କ ମହାନବମୀ: ମଣ୍ଡପରେ ହେବ ସୂର୍ଯ୍ୟ ପୂଜା

ଆଜି ମହାମାୟାଙ୍କ ମହାନବମୀ ପୂଜା । ଆଜି ନବମୀରେ ମଣ୍ଡପରେ ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ । ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । କୋଭିଡ୍ କଟକଣା ଭିତରେ ବିଭିନ୍ନ ମଣ୍ଡପରେ ବିଧି ପାଳନ ପୂର୍ବକ ମାଆଙ୍କର ପୂଜାର୍ଚ୍ଚନା ହେଉଛି । ଚଣ୍ଡିପାଠରେ ଗୁଞ୍ଜରିତ ହେଉଛି ପରିବେଶ

Dharmendra Pradhan
ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା

ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।

Neet Exam
‘+2 ମାର୍କ ଆଧାରରେ ହେଉ ଡାକ୍ତରୀ ପାଠ୍ୟକ୍ରମରେ ଆଡ୍‌ମିଶନ’

ମେଧା ବନାମ ସାମାଜିକ ନ୍ୟାୟ । ଉଠିଯିବା ଉଚିତ୍ କି ମେଡିକାଲ ପଢିବା ଲାଗି ଉଦ୍ଦିଷ୍ଟ ନ୍ୟାସନାଲ ଏଲିଜିବିଲିଟି ଇଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ? ଏହାକୁ ନେଇ ବିତର୍କ ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । 

Ordered iphone 12 on flipkart but got Nirma Soap
ଫ୍ଲିପ୍‌କାର୍ଟରେ ଅର୍ଡରକଲେ ଆଇଫୋନ୍; ଆସିଲା ନିର୍ମା ସାବୁନ୍

ଆଜିକାଲି ଅନ୍‌ଲାଇନ୍ ମାର୍କେଟିଂ ଟ୍ରେଣ୍ଡ୍ ହୋଇଛି। ଫ୍ଲିପ୍‌କାର୍ଟରେ ଚାଲିଛି ମେଗା ସେଲ୍। ନିକଟରେ ଏହି ବିକ୍ରିରେ ଅନେକ ଉତ୍ପାଦ ଉପରେ ରିହାତି ଦିଆଯାଉଥିଲା। ଏହି ସେଲ୍‌ରେ, ଆଇଫୋନ୍ ୧୨ ମଧ୍ୟ ବହୁତ କମ୍ ଦାମ୍‌ରେ ବିକ୍ରି ହେଉଥିଲା। ଏନେଇ ଅନେକ ଗ୍ରାହକ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଜଣେ ଫ୍ଲିପ୍‌କାର୍ଟ ଗ୍ରାହକଙ୍କୁ ଆଇଫୋନ୍ ୧୨ ବଦଳରେ ଦୁଇଟି ନିର୍ମା ସାବୁନ୍ ମିଳିଛି। ଫ୍ଲିପ୍‌କାର୍ଟ ଗ୍ରାହକ ସିମ୍‌ରନ୍‌ପାଲ୍‌ ସିଂଙ୍କ ସହ ଏମିତି ଘଟିଛି।

ମୁଣ୍ଡ ଉପରେ ୭୩୫ ଅଣ୍ଡା; କରିଲେ ୱାର୍ଲ୍ଡ ରେକର୍ଡ
ମୁଣ୍ଡ ଉପରେ ୭୩୫ ଅଣ୍ଡା; କରିଲେ ୱାର୍ଲ୍ଡ ରେକର୍ଡ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ୨ କି ୩ ନୁହେଁ, ତାଙ୍କ ଟୋପି ଉପରେ ସେ ୭୩୫ ଟି ଅଣ୍ଡା ରଖି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଏହାର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛି ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ସେ ଏମିତି କିପରି କଲେ।

Terrorist
ଦିଲ୍ଲୀର ବିଭିନ୍ନ ସ୍ଥାନ ବୁଲି ତନ୍ନ ତନ୍ନ କରି ଦେଖିଥିଲା ଆତଙ୍କବାଦୀ ମହମ୍ମଦ ଅସରଫ, ଚରିଥିଲା ବଡ଼ ଷଡ଼ଯନ୍ତ୍ର

ଦିଲ୍ଲୀ ଲକ୍ଷ୍ମୀନଗର ରମେଶ ପାର୍କ ଅଞ୍ଚଳରୁ ଗିରଫ ହୋଇଛି ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫ । ସେ ଏକ ବିରାଟ ଆକ୍ରମଣ କରିବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା ବୋଲି କୁହାଯାଇଛି ।

Covid Vaccine for Kids
ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାଙ୍କୁ ଦିଆଯିବ କରୋନା ଟିକା !

ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ୨ ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ଦିଆଯିବ ଭ୍ୟାକ୍ସିନ। ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଦିଆଯିବ ଟିକା

Doctors had to cut the private part of the young man
ନିଶା ନେଇଗଲା ପ୍ରାଇଭେଟ୍ ପାର୍ଟ

ମହଙ୍ଗା ପଡିଲା ମଦ୍ୟପାନ କରି ଗାଡି ଚଳେଇବା। ଏନେଇ ଜଣେ ଯୁବକଙ୍କୁ ହରେଇବାକୁ ହେଲା ତାଙ୍କ ପ୍ରାଇଭେଟ୍ ପାର୍ଟ। ମଦ୍ୟପାନ କରି ଏହି କାର୍‌ ଡ୍ରାଇଭିଂ କାରଣରୁ ଦୁର୍ଘଟଣା ଘଟିଥିଲା। ଏହି କାରଣରୁ ଯୁବକ ଜଣକ ବେହୋସ ହୋଇଯାଇଥିଲେ। ଶେଷକୁ କଥା ଏମିତି ହେଲା ଯେ ଡାକ୍ତରଙ୍କୁ ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିବାକୁ ପଡିଲା।

FSSAI Recruitment 2021
FSSAIରେ ଖାଲି ପଡିଛି ପଦବୀ,ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । FSSAI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ(FSSAI) ପକ୍ଷରୁ ୭୨ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ FSSAIର ଅଫିସାଆଲ ପେଜକୁ ଯାଇ ଲଗ୍ ଇନ୍ କରି ଆବେଦନ କରିପାରିବେ ।

Rich woman have paid boyfriend
ବଜାରରେ ମିଳୁଛି ବୟଫ୍ରେଣ୍ଡ୍; ଦରମା ଦେଲେ ସବୁ କରୁଛନ୍ତି

ଜଣେ ୪୪ ବର୍ଷୀୟ ମହିଳା ମାସକୁ ଦରମା ଦେଇ ରଖିଛନ୍ତି ବୟଫ୍ରେଣ୍ଡ୍। ମହିଳାଙ୍କ ଠାରୁ ତାଙ୍କ ବୟଫ୍ରେଣ୍ଡ ୧୫ ବର୍ଷ ସାନ। ତାଙ୍କ ସମ୍ପର୍କକୁ ନେଇ ମହିଳା ଜଣକ ସୋସିଆଲ୍ ମିଡିଆରେ ଅନେକ କିଛି କହିଛନ୍ତି।

whatsapp 1
ରାତି ୧୧ ରୁ ସକାଳ ୬ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ବନ୍ଦ !!

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍‌। ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଯାହା ଜଣାପଡ଼ିବା ପରେ ହ୍ୱାଟ୍ସଆପ୍‌ ୟୁଜର୍ସଙ୍କ ଚିନ୍ତା ବଢିଛି।

Do not sweep after sunset
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଝାଡ଼ୁ, ହୋଇଥାଏ ଅଶୁଭ

ଘର ସହିତ ଜଡିତ ଅନେକ କାର୍ଯ୍ୟ ଏବଂ ନିୟମିତ ଭାବରେ କରାଯାଉଥିବା କାର୍ଯ୍ୟ ମଧ୍ୟ ବାସ୍ତୁ ଶାସ୍ତ୍ରର ଏକ ଅଂଶ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ଜିନିଷକୁ ଅଣଦେଖା କରିବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ । କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା’ ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତି । ସୂର୍ଯ୍ୟୋଦୟ ପରେ ସମସ୍ତେ ସକାଳେ ନିଜ ଘର ସଫା କରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘର ସଫା କରିବା, ଖାସ କରି ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଅଶୁଭ ହୋଇଥାଏ ।

Aryan Khan
କୋର୍ଟରେ ଚାଲିଛି କିଙ୍ଗ ଖାନ୍ ପୁଅ ଆର୍ୟନଙ୍କ ବେଲ୍‌ ଶୁଣାଣି

କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି

Congress
ଲଖିମପୁର ହିଂସା ଘଟଣା, ଅଜୟ ମିଶ୍ରାଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ

ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଥମିବାର ନାଁ ନେଉନି ରାଜନୀତି । ୟୁପି ସରକାର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛି ଜାତୀୟ କଂଗ୍ରେସ ।

Amazon festival offer on gaming laptop
ଲାପ୍‌ଟପ୍‌ରେ ମେଗା ଅଫର୍‌; ରହିଛି ହାଇ ପ୍ରୋସେସର୍

ଆମାଜନରେ ମହା ପାର୍ବଣ ବିକ୍ରି ଚାଲିଛି। ବର୍ତ୍ତମାନ ସମୟରେ ଆପଣ ଗେମିଂ ଲାପ୍‌ଟପ୍ ଭଳି କିଛି ଦାମୀ ଇଲେକ୍ଟ୍ରୋନିକ୍ ଡିଭାସ୍‌କୁ ବହୁ ଶସ୍ତାରେ କିଣିପାରିବେ। ତେବେ ସେହି ଗେମିଂ ଲାପ୍‌ଟପ୍ ବିଷୟରେ ଯେଉଁଠିରେ ମିଳୁଛି ବମ୍ଫର ରିହାତି। ଏବେ ଗେମିଂ ଲାପ୍‌ଟପ୍‌ ଉପରେ ଟପ୍ ଡିଲ୍ସ ଚାଲିଥିବା ବେଳେ ଏହା ଅଧିନରେ ଆମାଜନ୍‌ରେ ଅଫର ମିଳୁଛି। ଖାଲି ଏତିକି ନୁହେଁ ଯଦି କୌଣସି ଗ୍ରାହକ ପ୍ରିମିୟମ୍ କ୍ୱାଲିଟିର ଲାପ୍‌ଟପ୍ କିଣେ ତେବେ ତାକୁ ସେଲ୍ ପ୍ରାଇସ୍ ବ୍ୟତୀତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ୧୦ ପ୍ରତିଶତ କେସବ୍ୟାକ୍‌ର ବି ଲାଭ ମିଳିବ।

Kangana and Madhuri
୯୦ ଦଶକର ହିଟ୍ ଗୀତ ସେୟାର କଲେ କଙ୍ଗନା,କହିଲେ ମନର କଥା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଇନଷ୍ଟାଗ୍ରାମରେ ଫିଲ୍ମ ସହ ଜଡିତ କାହାଣୀ ବାଣ୍ଟୁଛନ୍ତି । ଏହି ସମୟରେ, କଙ୍ଗନା ୯୦ ଦଶକର ହିଟ୍ ଫିଲ୍ମ 'ହମ୍ ଆପକେ ହେଁ କନ୍ ' ର ଏକ ଭିଡିଓ ସେୟାର କରିଛନ୍ତି । ମାଧୁରୀ ଦୀକ୍ଷିତ ଏବଂ ସଲମାନ ଖାନଙ୍କ ଉପରେ ଫିଲ୍ମର ପ୍ରସିଦ୍ଧ ଗୀତ 'ଦିଦି ତେରା ଦେବର ଦିୱାନା'ର ଗୀତଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା ।