• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବୈଜ୍ଞାନିକଙ୍କ ନୂଆ ଅନୁସନ୍ଧାନ 

  • ‌ଏଣିକି ନଦୀ ପୋଖରୀ ପାଣି ହେବ ଜୀବାଣୁମୁକ୍ତ

ୱାଶିଂଟନ୍: ପାଣିକୁ ଜୀବାଣୁର ନାଶ କରିବ ହାଇଡ୍ରୋଜେଲ ଟ୍ୟାବଲେଟ୍ । ପାନୀୟ ଜଳର ସମସ୍ୟାକୁ କିଛି ମାତ୍ରାରେ ଦୂର କରିବା ପାଇଁ ଆମେରିକାର ବୌଜ୍ଞାନିକମାନେ ଏହି ହାଇଡ୍ରୋଜେଲ ଟ୍ୟାବଲେଟ୍ (Hydrogel Tablet)କୁ ତିଆରି କରିଛନ୍ତି । ଉକ୍ତ ଟ୍ୟାବଲେଟ୍ ଦ୍ୱାରା ନଦୀ ତଥା ପୋଖରୀର ଅପରିଷ୍କାର ଜଳକୁ ମାତ୍ର ଏକ ଘଣ୍ଟା ମଧ୍ୟରେ ହିଁ ବିଶୁଦ୍ଧ ଜଳରେ ପରିଣତ କରିପାରିବ । ଏହାସହ ବୌଜ୍ଞାନିକମାନେ ଦାବି କରିଛନ୍ତି କି ଏହି ଟ୍ୟାବଲେଟ୍ ପାଣିକୁ ୯୯. ୯ ପ୍ରତିଶତ ଜୀବାଣୁମୁକ୍ତ କରିପାରିବ ।

ସମଗ୍ର ବିଶ୍ୱରେ ପାନୀୟ ଜଳର ଅଭାବ ଦେଖା ଦେଉଥିବାବେଳେ ଆମେରିକାର ଟେକ୍ସାସ୍‌ ବିଶ୍ୱବିଦ୍ୱାଳୟ (University of Texas at Austin)ର ବୈଜ୍ଞାନିକମାନେ ଏହି ହାଇଡ୍ରୋଜେଲ ଟ୍ୟାବଲେଟ୍‌କୁ ତିଆରି କରିଛନ୍ତି । ଏନେଇ ବୈଜ୍ଞାନିକମାନେ କହିଛନ୍ତି, 'ସାଧାରଣତଃ ଜୀବାଣୁମୁକ୍ତ କରିବା ପାଇଁ ପାଣିକୁ ଫୁଟାଯାଇଥାଏ । ଯାହା ପାଇଁ ଉଭୟ ସମୟ ଏବଂ ଶକ୍ତିର ଆବଶ୍ୟକତା ପଡିଥାଏ । ହେଲେ ହାଇଡ୍ରୋଜେଲ ଟ୍ୟାବ୍‌ଲେଟ୍‌ ଦ୍ୱାରା ଅପରିଷ୍କାର ଜଳକୁ ପାନୀୟଜଳରେ ପରିବର୍ତ୍ତନ କରିବା ସହଜ ହୋଇଛି ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଟ୍ୟାବ୍‌ଲେଟ୍‌କୁ ନଦୀ ତଥା ପୋଖରୀରେ ଜଳରେ ପକାଇଦିଆଯିବ । ଟ୍ୟାବ୍‌ଲେଟ୍‌ ପକାଇବା ଘଣ୍ଟାଏ ପରେ ନଦୀ ତଥା ପୋଖରୀରେ ଥିବା ପାଣି ଜୀବାଣୁ ମୁକ୍ତ ହୋଇଯିବ । ଯାହା ପରେ ପାଣିରୁ ଏହି ଟ୍ୟାବ୍‌ଲେଟ୍‌କୁ ବାହାର କରିହେବ । ଟ୍ୟାବ୍‌ଲେଟ୍‌ କାରଣରୁ ପାଣିରେ କୌଣସି କ୍ୟାମିକାଲ୍‌ ତଥା ରାସାୟନିକ ପଦାର୍ଥ ମଧ୍ୟ ଉତ୍ପନ୍ନ ହେବ ନାହିଁ ।

Scientists develop hydrogel tablet capable of making river water drinkable(‘ ହାଇଡ୍ରୋଜେଲ ଟ୍ୟାବଲେଟ୍ ’)

ଅନୁସନ୍ଧାନକାରୀମାନେ କହିବା ଅନୁସାରେ, 'ପାଣିରେ ପକାଇବା ପରେ ଏହି ଟାବଲେଟ୍ ହାଇଡ୍ରୋଜେନ୍ ପେରକ୍ସାଇଡ୍ ସୃଷ୍ଟି କରିଥାଏ । ଯାହା କାର୍ବନ କଣିକା ସହ ମିଶି ଜୀବାଣୁକୁ ମାରିଦେଇଥାଏ । ଅନୁସନ୍ଧାନରେ ଏହା ଦାବି କରାଯାଇଛି ଯେ, ଏହି ଟ୍ୟାବ୍‌ଲେଟ୍‌ ମଣିଷକୁ କ୍ଷତି ପହଞ୍ଚାଇପାରିବା ଭଳି କୌଣସି ରାସାୟନିକ କିମ୍ବା ଉପ-ଦ୍ରବ୍ୟ ସୃଷ୍ଟି କରେ ନାହିଁ । ବୈଜ୍ଞାନିକ ଗୁଇହୁଆ ୟୁ କହିଛନ୍ତି, 'ବିଶ୍ୱରେ ବିଶୁଦ୍ଧ ଜଳର ଅଭାବକୁ ହ୍ରାସ କରିବାରେ ହାଇଡ୍ରୋୱାଟର ଟାବଲେଟ୍ ଏକ ଗେମ୍‌ ଚେଞ୍ଜର ଭାବେ ପ୍ରମାଣିତ ହେବ ।ଏହାର ବ୍ୟବହାର କରିବା ସବୁଠୁ ସହଜ ହୋଇଥିବାରୁ ଏହା ସମାଜରେ ଏକ ବଡ ପରିବର୍ତ୍ତନ ଆଣିପାରିବ ।

ରିସର୍ଚ୍‌ ଟିମ୍‌ କହିଛନ୍ତି, ଲୋକମାନଙ୍କ ପାଇଁ ବଜାରରେ ଏହି ହାଇଡ୍ରୋଜେଲ ଟାବଲେଟକୁ ଉପଲବ୍ଧ କରାଇବା କାମରେ ଟିମ୍‌ ଲାଗିପଡିଛି । ଏହାସହ ଉକ୍ତ ଟ୍ୟାବ୍‌ଲେଟ୍‌କୁ କିପରି ଉନ୍ନତ କରାଯାଇ ଭିନ୍ନ ଭିନ୍ନ ପ୍ରକାରର ଜୀବାଣୁ ଓ ଭାଇରସ୍‌ ସହ କିପରି ଲଢିପାରିବାର ସେ ବିଷୟରେ ମଧ୍ୟ ଅନୁସନ୍ଧାନ କରାଯାଉଛି ।