• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପ୍ରଶାସନ ଶୁଣିଲାନି, ମୁଖ୍ୟମନ୍ତ୍ରୀ ଶୁଣିଲେନି । ଗରିବ ଲୋକର ଜମିକୁ ସପା ନେତା କବଜା କରିନେବା ପରେ ନିଜ ପରିବାର କଥା ଚିନ୍ତା କରି ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।  ୟୁପିର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆତ୍ମହତ୍ୟା ଉଦ୍ୟମ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଉତ୍ତରପ୍ରଦେଶ ମେନପୁର ଜିଲ୍ଲାର ବାସିନ୍ଦା ବିମଲେଶ କୁମାର ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜଣେ ସପା ନେତା ତାଙ୍କ ଚାଷ ଜମି ଉପରେ କବଜା ଜମାଇଥିବା ଅଭିଯୋଗ କରି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ଯୁବକ ଜଣକ । ତେବେ ସେ ସଂପୃକ୍ତ ସପା ନେତାଙ୍କ ନାମ ପ୍ରକାଶ କରିନାହାନ୍ତି ।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କୁ ଆତ୍ମହତ୍ୟା କରିବାର କାରଣ ପଚରାଯିବା ପରେ ସେ କହିଥିଲେ ଜଣେ ସପା ନେତା ତାଙ୍କ ଚାଷକୁ କବଜା କରିନେଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଅଜାଣତରେ ଜମି ବିକ୍ରି ମଧ୍ୟ ହୋଇସାରିଛି । ଏନେଇ ବାରମ୍ବାର ସେ ଅଭିଯୋଗ କରିଛନ୍ତି । ଗରିବ ଲୋକ ହୋଇଥିବାରୁ ତାଙ୍କ କଥା କେହି ଶୁଣୁନାହାନ୍ତି । ଡିଏମ, ଏସଡିଏମଙ୍କ ନିକଟକୁ ଦୌଡ଼ି ଦୌଡ଼ି ଚପଲ ଛିଡ଼ିଗଲା, କିନ୍ତୁ କେହି ତାଙ୍କ କଥା ଶୁଣିଲେନି ।

ଜିଲ୍ଲା ପ୍ରଶାସନ ନିକଟରୁ ବିଶ୍ୱାସ ହରାଇବା ପରେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କ ଗୁହାରୀ ଶୁଣିନଥିଲେ। କେବେଳ ପ୍ରତିଶ୍ରୁତି ଦେଇ ତାଙ୍କୁ ଫେରାଇ ଦିଆଯାଇଥିଲା । ଶେଷରେ ଅନ୍ୟଉପାୟ ନପାଇ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ ବୋଲି ସେ କହିଛନ୍ତି ।