• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପାକିସ୍ତାନ୍‌ରେ ରହିଛି ଆଫ୍‌ଗାନ୍‌ର ୩୦୦୦ ଆକ୍ଟିଭ୍‌ ସିମ୍‌ କାର୍ଡ

  • ଆତଙ୍କୀମାନେ ବ୍ୟବହାର କରୁଛନ୍ତି ଆଫଗାନିସ୍ଥାନର ସୀମ୍‌ କାର୍ଡ

ଇସଲାମାବାଦ: ଆଫ୍‌ଗାନିସ୍ତାନ ଦଖଲ ପରେ ତାଲିବାନ୍‌ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଲଢିବାକୁ ପ୍ରସ୍ତୁତ ଅଛି । ଏକ ବିଶେଷ ସୂତ୍ରଅନୁସାରେ, ପାକିସ୍ତାନ ଅଧିନରେ ଥିବା କାଶ୍ମୀରରେ ଗୁପ୍ତଚର ଏଜେନ୍ସି ଆଇଏସ୍‌ର ଷ୍ଟାଫ୍, ସାଇବର ୟୁନିଟ୍‌ ଗ୍ରୁପ୍‌, ତାଲିବାନ୍‌, ଜେସ୍‌ ଏ ମହମଦ୍ଦ ଓ ଲସ୍କର-ଇ-ତୋଏବାର ଆତଙ୍କୀମାନେ ଆଫଗାନିସ୍ଥାନର ସୀମ୍‌ କାର୍ଡକୁ ବ୍ୟବହାର କରୁଛନ୍ତି । ତଥ୍ୟ ଅନୁସାରେ, ବର୍ତ୍ତମାନ ପାକିସ୍ତାନ୍‌ରେ (PoK)ରେ ଆଫଗାନ୍‌ର ପ୍ରାୟ ୩ ହଜାର ସିମ୍‌କାର୍ଡ ଆକ୍ଟିଭ୍‌ ତଥା ସକ୍ରିୟ ଥିବାର ଜଣାପଡିଛି ।

ଆଇଏସଆଇର ପ୍ରୋପଗାଣ୍ଡା ବିଭାଗର ଲୋକମାନେ କାଶ୍ମୀରରେ ହିଂସା ବିସ୍ତାର କରିବାକୁ ଚେଷ୍ଟା କରୁଥିବାବେଳେ ନୂଆ ଆତଙ୍କବାଦୀ ସ୍ଥାପନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ବରଫ ପଡିବା ପୂର୍ବରୁ ହିଁ ଜାମ୍ମୁକାଶ୍ମୀରରେ ଏକ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଏହି ଆତଙ୍କବାଦୀମାନେ ପ୍ରସ୍ତୁତ ଜାରି ରଖିଛନ୍ତି । ଗୁପ୍ତଚରଙ୍କ ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ଯୁଦ୍ଧରୁ ଫେରିଥିବା ବରିଷ୍ଠ ଲସ୍କର କମାଣ୍ଡର ଆବୁ ମୁନାଜିଲଙ୍କୁ ଜାମ୍ମୁ କାଶ୍ମୀରର ବରୀ ବ୍ରାହ୍ମଣ ଏବଂ ସାମ୍ବା ସେକ୍ଟର ମଧ୍ୟରେ ଥିବା କିଛି ନିର୍ଦ୍ଧିଷ୍ଟ ଅଞ୍ଚଳକୁ IED ଦ୍ୱାରା ବୋମା ବିସ୍ପୋରଣ କରିବା ଦାୟିତ୍ୱ ଦିଆଯାଇଛି ।

ପାକ୍‌ରେ ଉପସ୍ଥିତ ଥିବା ଆଇଏସଆଇର ସାଇବର ୟୁନିଟ୍ ଗ୍ରୁପ୍‌ ବିଶେଷ ରୂପରେ ଆଫଗାନିସ୍ତାନରେ ଥିବା ତାଲିବାନୀଙ୍କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ କରାଯାଉଛି । ଆଫଗାନିସ୍ତାନରେ ତାଲିବାନର କ୍ଷମତା ହାସଲ କରିବା ଘଟଣା ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ବିବେଚନା କରାଯାଉଛି । ଏହି ଟିମ୍‌ରେ ୨୦୦ ଜଣ ଲୋକ ରହିଛନ୍ତି । ଯେଉଁମାନେ ଏକ ଗ୍ରୁପ୍‌ ହୋଇ ସୋସିଆଲ୍‌ ମିଡିଆ ମାଧ୍ୟମରେ ପ୍ରସାର କରିବା ପାଇଁ ଲାଗି ପଡିଛନ୍ତି । ଏହି ଗ୍ରୁପ୍ ହ୍ୱାଟ୍‌ସଆପ୍‌ ଓ ଟେଲିଗ୍ରାମ୍‌ରେ ପ୍ରାୟ ୩୦୦ରୁ ଅଧିକ ଗ୍ରୁପ୍‌ ତିଆରି କରିଛନ୍ତି । ଯାହା ମାଧ୍ୟମରେ କାଶ୍ମୀର ଘାଟିରେ ଥିବା ଲୋକମାନଙ୍କ ମଧ୍ୟରେ ହିଂସା ଓ ସେମାନଙ୍କର ଚିନ୍ତାଧାରାକୁ ବଦଳାଇବାକୁ ପ୍ରୟାସ କରୁଛନ୍ତି ।