• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମେଲ୍ ପଠାଇ ପାରୁନାହାନ୍ତି ଭାରତର ଅନେକ ଲୋକ

ନୂଆଦିଲ୍ଲୀ : ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । Gmail ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି । Gmail  ୟୁଜର୍ସମାନେ ମେଲ୍ ପଠାଇ ପାରୁନାହାନ୍ତି କି କିମ୍ବା ମେଲ୍ ରିସିଭ୍ କରିପାରୁ ନାହାନ୍ତି । ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି ୟୁଜର୍ସ ।

ଇଣ୍ଟରନେଟ୍ ସେବା ବନ୍ଦ ହେଲେ ନଜର ରଖୁଥିବା ସାଇଟ୍ Down Detector ଅନୁସାରେ ୬୮ ପ୍ରତିଶତ ଲୋକ ଗୁଗଲ ଲଗ୍ ଇନରେ ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ୧୮ ପ୍ରତିଶତ ୟୁଜର ସର୍ଭର କନେକ୍ସନ୍ ନେଇ ଅଭିଯୋଗ କରିଛନ୍ତି । ସେହିପରି ୧୪ ପ୍ରତିଶତ ଉପଭୋକ୍ତା ଲଗ ଇନରେ କରିପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ତେବେ ଏ ସମ୍ପର୍କରେ ଲୋକମାନେ ଟ୍ୱିଟରରେ ଅସନ୍ତୋଷ ଜାହିର କରିଛନ୍ତି । #gmaildown ସହିତ ଟ୍ୱିଟ୍ କରିଛନ୍ତି ଅନେକ ୟୁଜର । ତେବେ Gmail ସେବା ପ୍ରଭାବିତ ହେବା ପରେ କମ୍ପାନୀ ପକ୍ଷରୁ ଏ‍ବେ ସୁଦ୍ଧା କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ । ଭାରତର ଅନେକ ପ୍ରାନ୍ତରୁ ଆସିଥିବା ଉପଭୋକ୍ତାମାନେ ଜିମେଲ୍ ଡାଉନ୍ ହୋଇଥିବାର ଅଭିଯୋଗ କରୁଛନ୍ତି ।

ନିକଟରେ ଗତ ସପ୍ତାହରେ ଦୁଇ ଦୁଇ ଥର ଅଚଳ ହୋଇଥିଲା ଫେସବୁକ, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର । ଫଳରେ ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା । ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା ।