Advertisment

ଉର୍ବଶୀ ରୌତେଲାଙ୍କ ଡ୍ରେସ୍‌ର ଦାମ୍ ୪୦ ଲ‍କ୍ଷ

ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ତାଙ୍କୁ ସବୁ ପ୍ରକାରର ଲୁକ୍ ମାନିଥାଏ। ତାହା କାଜୁଆଲ୍ ହେଉ କି ଡିଜାଇନର ବା ଏୟାର୍‌ପୋର୍ଟ ସବୁଥିରେ ସେ ସୁଟ୍ ହୋଇଯାଆନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Urvashi Rautela 40lakh gown

Urvashi Rautela 40lakh gown

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ତାଙ୍କୁ ସବୁ ପ୍ରକାରର ଲୁକ୍ ମାନିଥାଏ। ତାହା କାଜୁଆଲ୍ ହେଉ କି ଡିଜାଇନର ବା ଏୟାର୍‌ପୋର୍ଟ ସବୁଥିରେ ସେ ସୁଟ୍ ହୋଇଯାଆନ୍ତି। ଉର୍ବସୀ ସବୁବେଳେ ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ବେଳେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି।

Advertisment

ଏହି ଭିଡିଓରେ ଡିଜାଇନର୍ ମାଇକେଲ୍ ସିଙ୍କୋଙ୍କ ପାଇଁ ରାପ୍‌ରେ ଚାଲିଥିବା ବେଳେ ଉର୍ବଶୀ ରୌତେଲା ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି। ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଡିଜାଇନରଙ୍କ ସହିତ ରାପ୍‌ ଚାଲିର ଏକ ଭିଡିଓ ଶେୟାର କରିଛନ୍ତି। ଏହି ରାପ୍‌ରେ ଉର୍ବଶୀ ଏକ ବଡ ବଲ ଗାଉନ୍ ଡ୍ରେସ୍ ପିନ୍ଧିଥିଲେ। ସେ ଏହି ରାପ୍ ଭିଡିଓ ଶେୟାର କରୁ କରୁ ପ୍ରଶଂସକମାନଙ୍କର କମେଣ୍ଟର ସୁଅ ଦେଖାଦେଇଥିଲା। ସେ ପିନ୍ଧିଥିବା ଏହି ଡ୍ରେସ୍‌ର ମୂଲ୍ୟ କେତେ ଜାଣିଛନ୍ତି। ଶୁଣିଲେ ଆପଣଙ୍କର ବି ମୁଣ୍ଡ ଚକ୍କର ଖାଇଯିବ। ଏହି ବଲ ଗାଉନ୍‌ର ଦାମ ହେଉଛି ୪୦ଲକ୍ଷ ଟଙ୍କା। ତେବେ ଉର୍ବଶୀଙ୍କ ମାଇକେଲ୍ ସିଙ୍କୋଙ୍କ ପାଇଁ ଏହି ରାପ୍ ପ୍ରଥମ ନୁହେଁ। ସେ ପୂର୍ବରୁ ଆରବର ଫେସନ ୱିକ୍‌ରେ ଇଜିପ୍ଟର ରାଜକୁମାରୀ କ୍ଲିଓପାଟ୍ରାଙ୍କ ଡ୍ରେସ୍‌ରେ ରାପ୍ କରିଥିଲେ।

Advertisment

ଉର୍ବଶୀ ରୌତେଲାଙ୍କ କାମର କଥା ଆଲୋଚନା କରିଲେ ସେ ଏକ ବଡ ବଜେଟ୍‌ର ବିଜ୍ଞାନଧର୍ମୀ ତାମିଲ୍ ଫିଲ୍ମରେ ତାଙ୍କର ତାମିଲ୍ ଡେବ୍ୟୁ ଆରମ୍ଭ କରିବେ। ଏଥିରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ୍ ଓ ଜଣେ ଆଇଆଇଟିଆନ୍ ଭୂମିକାରେ ନଜର ଆସିବେ। ଏହା ସହିତ ସେ ‘ବ୍ଲାକ୍ ରୋଜ୍’ ସହିତ ‘ଥିରୁତୁ ପାୟଲ୍ ୨’ର ହିନ୍ଦୀ ରିମେକ୍‌ରେ ମଧ୍ୟ ନଜର ଆସିବେ। ବର୍ତ୍ତମାନ ଉର୍ବସୀ ଜିଓ ଷ୍ଟୁଡିଓର ୱେବ୍ ସିରିଜ୍ ‘ଇନ୍ସେକ୍ଟର୍ ଅଭିନାଶ’ରେ ରଣଦୀପ ହୁଡ୍ଡାଙ୍କ ସହିତ ମୁଖ୍ୟ ଭୂମିକା ନିଭାଉଛନ୍ତି। ଏହି ସିରିଜ୍ ସୁପର କପ୍‌ ଅଭିନାଶ ମିଶ୍ରା ଓ ପୁନମ ମିଶ୍ରାଙ୍କ ସତ କାହାଣୀ ଉପରେ ଆଧାରିତ।

Bollywood Urvashi Rautela Urvashi Rautela 40lakh Gown
Advertisment
Advertisment