Advertisment

ବାପା ନୁହେଁ ସେ ନର୍କର କୀଟ : ବର୍ଷ ବର୍ଷ ଧରି ଝିଅକୁ ଦୁଷ୍କର୍ମ କରୁଥିଲା ଅମଣିଷ

୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି ମିନତି ହେଲେ ବି ଶୁଣୁନଥିଲା ନରପିଶାଚ ।

author-image
Prangyan Parimita
Uttar Pradesh:

Uttar Pradesh:

ଲଲିତପୁର : ବାପା ନୁହେଁ ସେ ନର୍କର କୀଟ । ଝିଅକୁ ରକ୍ଷା କରିବା ପରିବର୍ତ୍ତେ ଇଜ୍ଜତ୍ ଲୁଟୁଥିଲା ଅମଣିଷ । ବର୍ଷ ବର୍ଷ ଧରି କୁନି ଝିଅକୁ ଦୁଷ୍କର୍ମ କରୁଥିଲା ପିଶାଚ ବାପା । ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାରେ ବାପାଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏକାଦଶ ଶ୍ରେଣୀରେ ଜଣେ ନାବାଳିକା ଜନ୍ମକଲା ବାପା ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି । ବାପା ଯେ କେବଳ ଦୁଷ୍କର୍ମ କରୁଥିଲା ତା’ନୁହେଁ ପଣ୍ୟ ବସ୍ତୁ ପରି ସାଙ୍ଗସାଥୀଙ୍କ ହାତକୁ ଟେକି ଦେଉଥିଲା । ସପା ଓ ବସପା ଜିଲ୍ଲା ସଭାପତିଙ୍କ ସମେତ ୨୮ ଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୋଗ ପରେ ଘଟଣାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତ ପିତା, ସପା ଜିଲ୍ଲା ସଭାପତି ତିଲକ ଯାଦବ, ବସପା ଜିଲ୍ଲା ସଭାପତି ଦୀପକ ଅହିରୱାରଙ୍କ ସମେତ ସମସ୍ତ ୨୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Advertisment

୧୧ ବର୍ଷ ବୟସରୁ ଝିଅକୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଅମଣିଷ ବାପା । ନାବାଳିକାଙ୍କ ଅଭିଯୋଗ ଅନୁସାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ବାପା ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲା । କୁନି ଝିଅର ଚିତ୍କାର ତା’ କାନକୁ ପଡ଼ୁନଥିଲା । କାକୁତି ମିନତି ହେଲେ ବି ଶୁଣୁନଥିଲା ନରପିଶାଚ । ଧୀରେ ଧୀରେ ନାବାଳିକା ପାଇଁ ଜୀବନ ଆହୁରି ଦୁର୍ବିସହ ହୋଇଗଲା । ବାପା ନିଜ ବନ୍ଧୁମାନଙ୍କୁ ହାତକୁ ଟେକିଦେଇଥିଲା କୁନି ଝିଅକୁ । ସପା ଜିଲ୍ଲା ସଭାପତି ତିଲକ ଯାଦବ ଏବଂ ବସପା ଜିଲ୍ଲା ସଭାପତି ଦୀପକ ଅହିରୱର ଏହି କୁକର୍ମରେ ସାମିଲ ଅଛନ୍ତି ।

ତେବେ ଏଥିପାଇଁ ବିରୋଧ କରୁଥିଲେ ପୀଡ଼ିତା ଓ ତାଙ୍କ ମା’କୁ ଧମକ ଦିଆଯାଇଥିଲା । ଜୀବନରୁ ମାରି ଦେବାକୁ ଭୟ ଦେଖାଉଥିଲେ ନରପିଶାଚ । ଆଉ ଏଥିପାଇଁ ଭୟରେ ସେ ଚୁପ୍ ରହୁଥିଲେ ଓ ବର୍ଷ ବର୍ଷ ଧରି ନର୍କଯାଜନା ଭୋଗି ଚାଲୁଥିଲେ । ହେଲେ ବର୍ତ୍ତମାନ ସାହସ କରି ପୀଡିତା ଛାତ୍ର ଏବଂ ତାଙ୍କ ମା ପୋଲିସ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ପୋଲିସ୍ ।

Advertisment

ପୀଡିତାଙ୍କ ଡାକ୍ତରୀ ପାଇନା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ପିତାଙ୍କ ଏପରି ଘୃଣ୍ୟ କାମ ସାମ୍ନାକୁ ଆସିବା ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଡ଼ା ଦଣ୍ଡବିଧାନ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

Uttar Pradesh
Advertisment
Advertisment