Advertisment

ମୁକ୍ତିଲାଭ କଲା ଅନ୍ତରା ଚକ୍ରବର୍ତ୍ତୀଙ୍କ ରବୀନ୍ଦ୍ର ସଂଗୀତ ଆଲ୍‌ବମ୍‌

ଓଡିଶାର ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କେବଳ ଓଡିଶା ନୁହେଁ, ନିଜ ପ୍ରତିଭାକୁ ସେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି। ସେ ଓଡିଆ ସମେତ ହିନ୍ଦୀ ଓ ବଙ୍ଗଳା ଗୀତରେ ମଧ୍ୟ ନିଜ ସୁମଧୁର କଣ୍ଠଦାନ କରି ଶ୍ରୋତାମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି। ନିକଟରେ ଦୁର୍ଗାପୂଜା ଅବସରରେ ଅନ୍ତରାଙ୍କର ପ୍ରଥମ ରବୀନ୍ଦ୍ର ସଂଗୀତ ସୋଲୋ ଆଲ୍‌ବମ୍‌ ମୁକ୍ତିଲାଭ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Release Anatara Chakraborty Rabidra Sangeeta Solo album

Release Anatara Chakraborty Rabidra Sangeeta Solo album

ଭୁବନେଶ୍ୱର : ଓଡିଶାର ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ କେବଳ ଓଡିଶା ନୁହେଁ, ନିଜ ପ୍ରତିଭାକୁ ସେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି। ସେ ଓଡିଆ ସମେତ ହିନ୍ଦୀ ଓ ବଙ୍ଗଳା ଗୀତରେ ମଧ୍ୟ ନିଜ ସୁମଧୁର କଣ୍ଠଦାନ କରି ଶ୍ରୋତାମାନଙ୍କର ଅତି ପ୍ରିୟ ହୋଇପାରିଛନ୍ତି।

Advertisment

ନିକଟରେ ଦୁର୍ଗାପୂଜା ଅବସରରେ ଅନ୍ତରାଙ୍କର ପ୍ରଥମ ରବୀନ୍ଦ୍ର ସଂଗୀତ ସୋଲୋ ଆଲ୍‌ବମ୍‌ ମୁକ୍ତିଲାଭ କରିଛି। କୋଲକାତାର ଫନୀଭୂଷନ ମଞ୍ଚରେ ମୁକ୍ତିଲାଭ କରିଛି ରବୀନ୍ଦ୍ର ଆଲବମ ‘ଆମାର୍ ପରାନ୍ ଯାହା ଚାହେଁ’। ଏଥିରେ ଅନ୍ତରା ଚକ୍ରବର୍ତ୍ତୀ ୬ଟି ଗୀତରେ ନିଜର କଣ୍ଠଦାନ କରିଛନ୍ତି। ଏହି ସବୁ ଗୀତଗୁଡିକ ପଣ୍ଡିତ ବିପ୍ଳବ ମଣ୍ଡଳଙ୍କ ପରିଚାଳନାରେ ପ୍ରସ୍ତୁତ ହୋଇଛି।

Release Anatara Chakraborty Rabidra Sangeeta Solo albumମୁକ୍ତିଲାଭ କଲା ଅନ୍ତରା ଚକ୍ରବର୍ତ୍ତୀଙ୍କ ରବୀନ୍ଦ୍ର ସଂଗୀତ ଆଲ୍‌ବମ୍‌

ତେବେ ଆକାଶ ମ୍ୟୁଜିକ୍ ତରଫରୁ ଆୟୋଜିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଡା. ଶ୍ରୀକୁମାର ଚକ୍ରବର୍ତ୍ତୀ ଯୋଗ ଦେଇଥିବା ବେଳେ ଭାସ୍କର ଭଟ୍ଟାଚାର୍ଯ୍ୟ, ଅମିଓ ଦେଓ, ଚିନୁ କାଞ୍ଜିଲାଲ୍, ସଞ୍ଜିବ୍ ଅଧିକାରୀ ଆର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisment

ଏହି ଅବସରରେ ଅନ୍ତରା ବହୁତ ଖୁସି ଥିବାବେଳେ ତାଙ୍କର ଚଳିତ ବର୍ଷ ଦଶହରା ଟିକେ ନିଆରା ହୋଇଥିବା କହିଛନ୍ତି। ଏହା ସହିତ ସେ ସମସ୍ତ ଓଡିଆ ଶ୍ରୋତାମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେମାନେ ଏହି ଗୀତଗୁଡିକୁ ଶୁଣିବା ସହିତ ପୂର୍ବ ପରି ଭଲପାଇବା ଦେବେ। ଅନ୍ତରା ଚକ୍ରବର୍ତ୍ତୀଙ୍କ ଓଡିଆ ଗୀତଗୁଡିକ ଯେପରି ହୃଦୟ କିଣିପାରିଛି ସେହିପରି ତାଙ୍କର ରବୀନ୍ଦ୍ର ସଂଗୀତ ଲୋକପ୍ରିୟ ହେବ ବୋଲି ଆଶା।

କରୋନା ସମୟରେ ଚାଲିଥିବା ଲକ୍‌ଡାଉନ୍‌କୁ ଅନ୍ତରା ସଂଗୀତ ଶୁଣି ଓ ରିୟାଜ୍ କରି କାଟିଥିବା କହିଥିଲେ। ସେ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ। ହିନ୍ଦୀରେ ରେଭେନ୍ସା ୟୁନିଭର୍ସିଟିରୁ ଏମ୍‌ଫିଲ୍ କରିଥିବା ବେଳେ ପିଏଚ୍‌ଡି କରୁଛନ୍ତି। ସେ ମଧ୍ୟ ଗୀତାର ବଜେଇବାରେ ରୁଚି ରଖନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ପ୍ରସିକ୍ଷଣ ନ ନେଇଥିଲେ ବି ଅନ୍‌ଲାଇନ୍ ସାହାଯ୍ୟରେ ଶିଖୁଥିବା କହିଛନ୍ତି।

Antara Chakraborty Playing Guitarଗୀତାର ବଜାଇବା ମୁହୂର୍ତ୍ତରେ ଅନ୍ତରା ଚକ୍ରବର୍ତ୍ତୀ

ଏଯାବତ ସେ ୮୦ଟି କଥାଚିତ୍ର, ୫୦୦ଆଲବମ୍ ଓ ୧୫ଟି ଟେଲି ଧାରାବାହିକରେ କଣ୍ଠଦାନ କରିସାରିଛନ୍ତି । ଓଡ଼ିଆ ବ୍ୟତିତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରନ୍ତି । ତାଙ୍କ ପିତା ମୋହିତ ଚକ୍ରବର୍ତ୍ତୀ ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ।

ମଉଡ଼ମଣି କଥାଚିତ୍ରରେ ସେ ଜଣେ ବାଳ କଣ୍ଠଶିଳ୍ପୀ ଭାବରେ ଗୀତ ଗାଇଥିଲେ । ଜଗୁ ଅଟୋବାଲା ଚଳଚ୍ଚିତ୍ରର "ଭିଜା ଭିଜା କୁହୁଡ଼ି ତଳେ" ତାଙ୍କୁ ଆଦୃତି ଆଣିଦେଇଥିଲା । ଏହା ସହିତ ଓଡିଆ ଫୀଲ୍ମ ‘ଇସ୍କ ତୁ ହି ତୁ’ ରେ ମଧ୍ୟ କଣ୍ଠଦାନ କରିଛନ୍ତି। ଏନେଇ ତାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ସମ୍ମାନ ମଧ୍ୟ ମିଳିଛି। ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ 'ବିଶାରଦ' ହାସଲ କରିଛନ୍ତି ।

Antara Chakraborty Odia Song Ollywood Antara Chakraborty
Advertisment
Advertisment