Advertisment

ପ୍ରଭାସ ବଢେଇଲେ ଫିସ୍ : ଗୋଟେ ଫିଲ୍ମ ପାଇଁ ୧୫୦କୋଟି

ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।

author-image
Pramod Behera
Prabhas hikes his fees to 150 crore

Prabhas hikes his fees to 150 crore

ନୂଆଦିଲ୍ଲୀ : ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କୁ ପାନ୍ ଇଣ୍ଡିଆ ଷ୍ଟାର୍ କୁହାଯାଏ। ତାଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ ବଢିଯାଇଛି। ତେବେ ଏହି ଅବସରରେ ସାମ୍ନାକୁ ଖବର ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରିଦେଇଛନ୍ତି।

Advertisment

କବୀର ସିଂହ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ଟଙ୍କା ଦାବି କରିଛନ୍ତି। ସୂଚନା ମୁତାବକ ପ୍ରଭାବ ଯେଉଁ ଫିଲ୍ମ ବି ସାଇନ୍ କରୁଛନ୍ତି ଏନେଇ ୧୦୦ କୋଟି ମାଗୁଛନ୍ତି। ତେଣୁ ନିର୍ମାତା ବିନା ଆପତ୍ତିରେ ତାଙ୍କୁ ୧୦୦ କୋଟି ଦେବା ନେଇ ପ୍ରସ୍ତୁତ ମଧ୍ୟ। କିନ୍ତୁ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ମାଗିଛନ୍ତି। ଶେଷରେ ନିର୍ମାତା ତାଙ୍କ କଥାକୁ ମଧ୍ୟ ମାନି ନେଇଛନ୍ତି।

Advertisment

ବର୍ତ୍ତମାନ ପ୍ରଭାସ ‘ରାଧେଶ୍ୟାମ’ର ଶୁଟିଂ ଶେଷ କରିଛନ୍ତି। ବର୍ତ୍ତମାନ ସେ ସାଲାର୍, ଆଦିପୁରୁଷ, ପ୍ରୋଜେକ୍ଟ କେ ଓ ସ୍ପିରିଟ୍ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏନେଇ ସେ ହାଇଦ୍ରାବାଦରୁ ମୁମ୍ବାଇ ଦୈନିକ ଯିବାଆସିବା କରୁଥିବା ଦେଖାଯାଏ। ତେବେ ଆଗକୁ ପ୍ରଭାସ ନିଜର ବଡ ଖବର ଖୁବ ଶୀଘ୍ର ଶୁଣାଇପାରନ୍ତି। ବର୍ତ୍ତମାନ ଏହି ପ୍ରୋଜେକ୍ଟ ଉପରେ କଥାବାର୍ତ୍ତା ଚାଲିଛି।

ପ୍ରଭାସ ବର୍ତ୍ତମାନ ଶ୍ରୀ ଭେଙ୍କେଟେଶ୍ୱର କ୍ରିଏସନ୍, ଯୁବୀ କ୍ରିଏସନ୍‌, ମୈତ୍ରୀ ମୁଭି ମେକର୍ସଙ୍କ ସହ ନିଜର ଆସୁଥିବା ପ୍ରୋଜେକ୍ଟ ଉପରେ କଥାବାର୍ତ୍ତା କରୁଛନ୍ତି। ଚଳିତ ବର୍ଷ ପ୍ରଭାସ ତାଙ୍କର ଆଉ ୨ଟି ପ୍ରୋଯେକ୍ଟର ଘୋଷଣା କରିବେ। ଶୁଣାଯାଏ ଯେ ସେ ସିଦ୍ଧାର୍ଥ ଆନନ୍ଦଙ୍କ ଶ ମଧ୍ୟ କଥାବାର୍ତ୍ତା କରୁଛନ୍ତି। ଆଗାମୀ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଛି।

ନିକଟରେ ପ୍ରଭାସଙ୍କ ‘ସାହୋ’ ରିଲିଜ୍ ହୋଇଥିଲା। ଏହାକୁ ହିନ୍ଦୀରେ ମଧ୍ୟ ରିଲିଜ୍ କରାଯାଇଥିଲା। କିନ୍ତୁ ପରିତାପର କଥା ‘ବାହୁବଳୀ’ ଯେତିକି ହିଟ୍ ହୋଇଥିଲା ‘ସାହୋ’ ସେତିକି ଫ୍ଲପ୍ ହୋଇଥିଲା। ସାହୋ ପରେ ତାଙ୍କ ଆଉ କୌଣସି ଫିଲ୍ମ ରିଲିଜ୍ ହୋଇ ନାହିଁ।

Prabhas Entertainment
Advertisment
Advertisment