Advertisment

DigiLocker ବ୍ୟବାହାର କଲେ ଆଉ ସାଙ୍ଗରେ ଧରିବାକୁ ପଡ଼ିବ ନାହିଁ ଜରୁରୀ କାଗଜ

ପେଟିଏମ୍‌ ବ୍ୟବହାରୀଙ୍କ ପାଇଁ ବଡ ଖବର। ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସେବା ନେଣଦେଣ କରୁଥିବା କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଦେଇଛି। ବାସ୍ତବରେ, ବର୍ତ୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଡିଜିଲୋକର୍ ବ୍ୟବହାର କରିପାରିବେ

author-image
Sarbeswar
ପ୍ଲେ' ଷ୍ଟୋରକୁ ପୁଣି ଫେରିଲା Paytm

paytm

ନୂଆଦିଲ୍ଲୀ: ପେଟିଏମ୍‌ ବ୍ୟବହାରୀଙ୍କ ପାଇଁ ବଡ ଖବର। ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସେବା ନେଣଦେଣ କରୁଥିବା କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଦେଇଛି। ବାସ୍ତବରେ, ବର୍ତ୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଡିଜିଲୋକର୍ ବ୍ୟବହାର କରିପାରିବେ। କମ୍ପାନୀ ଏହାର ମିନି-ଆପ୍ ଷ୍ଟୋର ମାଧ୍ୟମରେ ଡିଜିଲୋକରକୁ ଷ୍ଟୋର କରିଛି। ଡିଜି ଲକର୍ ହେଉଛି ଏକ ପ୍ରକାର ଭର୍ଚୁଆଲ୍ ଲକର୍। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ପୂର୍ବରୁ ଏହା ଅନୁମୋଦିତ ହୋଇସାରିଛି।

Advertisment

ପେଟିଏମ୍ ଉପଭୋକ୍ତାମାନେ ଡିଜି ଲକରରୁ ସେମାନଙ୍କର ସମସ୍ତ ସରକାରୀ ରେକର୍ଡଗୁଡିକୁ ଫାଇଲ କରି ରଖିପାରିବ। ଏହାସହ ଉପଭୋକ୍ତାମାନେ ଅଫଲାଇନରେ ଥିଲେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ ହୋଇଛି। ପେଟିଏମ୍ ବ୍ୟବହାରକାରୀମାନେ ବର୍ତ୍ତମାନ ଡିଜି ଲକର ମାଧ୍ୟମରେ ଆଧାର, ଡ୍ରାଇଭିଂ ଲାଇସେନ୍ସ, ଯାନ ଆରସି ଏବଂ ଇନସୁରାନ୍ସ ଭଳି ଡକ୍ୟୁମେଣ୍ଟ ମଧ୍ୟ ଷ୍ଟୋର କରିରଖିପାରିବେ ବୋଲି କୁହାଯାଇଛି।

Advertisment

ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ବୀମା ପରି ଅତ୍ୟନ୍ତ ଜରୁରୀ ଡକ୍ୟୁମେଣ୍ଟଗୁଡିକ ଡିଜି ଲକରରୁ ରିଷ୍ଟୋର ମଧ୍ୟ କରାଯାଇପାରିବ ବୋଲି ସୂଚନା ମିଳିଛି। ଉପଭୋକ୍ତାମାନେ ନିଜେ KYC ଏବଂ ଭିଡିଓ KYC ପାଇଁ DigiLocker ରେ ଡକ୍ୟୁମେଣ୍ଟ୍ ବ୍ୟବହାର କରିପାରିବେ। ପେଟିଏମ୍ ମାଧ୍ୟମରେ କରୋନା ଟିକା ବୁକ୍ କରିଥିବା ଉପଭୋକ୍ତାମାନେ ମଧ୍ୟ ସେମାନଙ୍କର କରୋନା ଟିକାର ସାର୍ଟିଫିକେଟ୍ ଡିଜି ଲକରରେ ରଖିପାରିବେ ବୋଲି କୁହାଯାଇଛି। ତେବେ ନିଜର ଡକ୍ୟୁମେଣ୍ଟଗୁଡିକ ଦେଖିବା ଏବଂ ରିଷ୍ଟୋର କରିବାକୁ ହେଲେ ଉପଭୋକ୍ତାମାନଙ୍କୁ ପେଟିଏମ୍ ଆପରେ ଥିବା ଡକ୍ୟୁମେଣ୍ଟର ପ୍ରୋଫାଇଲକୁ ଯିବାକୁ ପଜଡ଼ିବ। DigiLocker ରେ ଡକ୍ୟୁମେଣ୍ଟ୍ ଯୋଡିବା ପରେ, ଉପଭୋକ୍ତାଙ୍କର ଇଂଟରନେଟ୍‌ କନେକ୍ସନ ଥାଉ କିମ୍ବା ନଥାଉ ସେମାନେ ସବୁ ଦରକାରୀ କାଗଜ ଡାଉନ୍‌ଲୋଡ଼ କରିପାରିବେ ବୋଲି କୁହାଯାଇଛି। ତେବେ ପୂର୍ବରୁ upi ଟ୍ରାନ୍‌ଜାକ୍ସନ ହୋଇପାରିବ ବୋଲି କୁହାଯାଇଥିଲା ଆଉ ଏବେ କମ୍ପାନୀ ପୁଣି ନୂଆ ଫିଚର ଦେଇ ଉପଭୋକ୍ତଙ୍କ ମନ ଜିଣିଥିବା କୁହାଯାଇଛି।

India DigitalLocker
Advertisment
Advertisment