• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦେଶରେ ଖୋଲିବ ଆଉ ୧୦୦ଟି ସୈନିକ ସ୍କୁଲ

  • ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ : ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିବା ଏହି ବୈଠକରେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ନୂଆ ସ୍କୁଲ ପାଇଁ ଅନୁମତି ମିଳିବା ପରେ ସରକାରଙ୍କ ପକ୍ଷରୁ ଏକ ବୟାନ୍ ଜାରି କରାଯାଇଛି । ଜାତୀୟ ଶିକ୍ଷା ନୀତି (NEP) ଅନୁରୂପ ଆଗକୁ ବଢ଼ିବା ସହ ଭାରତ ସରକାର ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଜାତୀୟ କର୍ତ୍ତବ୍ୟ ଏବଂ ଦେଶପ୍ରେମର ଭାବନା ଆଧାରିତ ଶିକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ସେହିପରି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି. ଯାହା ପିଲାମାନଙ୍କୁ ଅଧିକ ସକ୍ଷମ କରିବ ।

ସାରା ଦେଶରେ ଥିବା ୩୩ ସୈନିକ ସ୍କୁଲର ପ୍ରଶାସନିକ ଅନୁଭୂତିର ଲାଭ ଉଠାଇବା ପାଇଁ ୧୦୦ ନୂଆ ସମୃଦ୍ଧ ସୈନିକ ସ୍କୁଲର ସ୍ଥାପନା ପାଇଁ ନିର୍ଣ୍ଣୟ ହୋଇଛି । ଯେଉଁଥିରେ ସୈନିକ ସ୍କୁଲ ସୋସାଇଟିକୁ ସମୃଦ୍ଧ କରିବା ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି । ସରକାରୀ, ଘରୋଇ ସ୍କୁଲ, ଏନଜିଓର ପ୍ରସ୍ତାବ ଦେଇପାରିବେ ।

ସେହିପରି ଗତକାଲିର କ୍ୟାବିନେଟ ବୈଠକରେ ସ୍ୱଚ୍ଛ ଭାରତ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନର ଅବଧି ୨୦୨୫-୨୬ ଯାଏଁ ବୃଦ୍ଧି କରାଯିବ । ଏହି ଯୋଜନା ପାଇଁ ୫ ବର୍ଷ ଯାଏଁ ୧ ଲକ୍ଷ ୪୧ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ସହରକୁ ବାହ୍ୟ ମଳମୁକ୍ତ କରିବାକୁ ଲକ୍ଷ୍ୟ ରଖାଯିବା ସହିତ କୌଣସି ଜଳାଶୟରେ ଯେମିତି ଆବର୍ଜନାଯୁକ୍ତ ଜଳ ନ ମିଶେ, ତାକୁ ଗୁରୁତ୍ୱ ଦିଆଯିବ । ସବୁ ସହରକୁ ଆବର୍ଜନାମୁକ୍ତ ଥ୍ରୀ-ଷ୍ଟାର ପ୍ରମାଣପତ୍ର ଦେବାର ଲକ୍ଷ୍ୟ ମଧ୍ୟ ରହିଛି ।