Advertisment

ସମସ୍ୟାରେ ରାବଣ ପୋଡ଼ି ଉପରେ ନିର୍ଭର କରୁଥିବା ବାଉଁଶ କାରିଗର

କରୋନା କାଳରେ ଫିକା ପଡ଼ିଛି ପାର୍ବଣ। ନା ଅଛି ଉତ୍ସାହ ନା ଅଛି ହସଖୁସିର ପରିବେଶ। ପୂଜା ବଜାର ବି ମାନ୍ଦା ପଡ଼ିଛି। ଏଭଳି ସମୟରେ ରାବଣ ପୋଡ଼ି ଉପରେ ନିର୍ଭର କରୁଥିବା ବାଉଁଶ କାରିଗରମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

author-image
Rajalaxmi Sahoo
Ravan Podi

Ravan Podi

ନୂଆଦିଲ୍ଲୀ: କରୋନା କାଳରେ ଫିକା ପଡ଼ିଛି ପାର୍ବଣ। ନା ଅଛି ଉତ୍ସାହ ନା ଅଛି ହସଖୁସିର ପରିବେଶ। ପୂଜା ବଜାର ବି ମାନ୍ଦା ପଡ଼ିଛି। ଏଭଳି ସମୟରେ ରାବଣ ପୋଡ଼ି ଉପରେ ନିର୍ଭର କରୁଥିବା ବାଉଁଶ କାରିଗରମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପାର୍ବଣ ଆସିଲେ ଦିଲ୍ଲୀରେ ଡେରା ପକାଉଥିବା ବାଉଁଶ କାରିଗରମାନେ ରାବଣ ପ୍ରତିକୃତି ବିକ୍ରି କରି ଭଲ ଦି ପଇସା ରୋଜଗାର କରିଥାନ୍ତି। କିନ୍ତୁ ଦୁଇ ବର୍ଷ ହେବ କରୋନା ମାଡ଼ରେ ଭାଙ୍ଗି ଯାଇଛି ସେମାନଙ୍କ ଆର୍ଥିକ ମେରୁଦଣ୍ଡ।  

Advertisment

ମହାମାରୀ କରୋନା କାରଣରୁ ଏଥର ପ୍ରସିଦ୍ଧ ଦିଲ୍ଲୀର ପ୍ରସିଦ୍ଧ ରାମଲୀଳାରେ ଜମିବନି ଭିଡ କି ଦେଖିବାକୁ ମିଳିବନି ରାବଣ ପୋଡ଼ି। ଯାହାର ପ୍ରଭାବ କାରିଗରଙ୍କ ଉପରେ ପଡ଼ିଛି। କାରିଗରମାନେ ନିଜ ଭିଟାମାଟି ଛାଡ଼ି ରୋଜଗାର ଆଶାରେ ୱେଷ୍ଟ୍‌ ଦିଲ୍ଲୀର ତିତାପୁରରେ ଡେରା ପକାଇଛନ୍ତି। ହେଲେ ଗତ ଥର ସ୍ଥିତି ଯାହା ଥିଲା ଏଥର ବି ସମାନ ସ୍ଥିତି। କରୋନା କଟକଣା ପାଇଁ ରାବଣ ପୋଡ଼ି ଉପରେ ରୋକ ଲାଗିଛି। ଛୋଟ ଆକାର ରାବଣ ପ୍ରତିକୃତି ହିଁ ବିକ୍ରି ହେଉଛି। 

ପ୍ରତି ବର୍ଷ ଏହି ସମୟରେ ରାବଣ ପୁତ୍ତଳିକାର ଡିମାଣ୍ଡ ରହୁଥିଲା। ଏଥର କିନ୍ତୁ ଗ୍ରାହକଙ୍କ ପକ୍ଷରୁ କୌଣସି ଆଗ୍ରହ ଦେଖିବାକୁ ମିଳୁନି। କେବଳ ଛୋଟ ଛୋଟ ପିଲାଙ୍କ ଖୁସି ପାଇଁ ରାବଣ ପ୍ରତିକୃତି ପ୍ରସ୍ତୁତ କରାଯାଉଛି। ଘର, ପାର୍କ ଏବଂ ଖାଲି ସ୍ଥାନରେ ପିଲାମାନେ ଏହାକୁ ଜଳାଇ ଖୁସି ହୋଇପାରିବେ। ଏହା ସେମାନଙ୍କୁ ବେଶ୍ ଖୁସି ଦେବ ବୋଲି କାରିଗର କହିଛନ୍ତି।  

Advertisment

ସରକାରୀ କଟକଣାକୁ ଦୃଷ୍ଟିରେ ରଖି କାରିଗରମାନେ ୧୦ ଫୁଟ୍‌ରୁ ଅଧିକ ଉଚ୍ଚତାର ରାବଣ ପ୍ରତିକୃତି ନିର୍ମାଣ କରି ନାହାନ୍ତି। କେବଳ ଅତି ଛୋଟ ଆକାରର ରାବଣ ପୁତ୍ତଳିକାର ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ସଂଖ୍ୟାରେ ପ୍ରସ୍ତୁତ କରାଯାଇଛି। ପ୍ଲାଷ୍ଟିକ ଓ ବାଉଁଶରେ ଏହିସବୁ ରାବଣ ପ୍ରତିକୃତି ତିଆରି କରାଯାଇଛି। ୧୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରାବଣ ପ୍ରତିକୃତି ବିକ୍ରି କରାଯାଉଛି। ଏଥିପାଇଁ ପରିଶ୍ରମ ଅଧିକ କରାଯାଉ ଥିବାବେଳେ ପାରିଶ୍ରମିକ କମ୍ ମିଳୁଥିବାରୁ କାରିଗରମାନେ ଅସନ୍ତୋଷ ଜାହିର କରିଛନ୍ତି।   

New Delhi Bamboo Artisans Ravan Podi Covid Curbs
Advertisment
Advertisment