Advertisment

ଫାଇନାଲ ଦୌଡ ପାଇଁ ଶେଷ ଦିନ; କେକେଆର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ କିଏ ମାରିବ ବାଜି?

ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ୍ ଖେଳିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
kkr vs dc

kkr vs dc

ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୧ ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବଲା । ଏହି ଦୁଇ ଦଳ ମଧ୍ୟରେ କ୍ୟାଲିଫାୟର-୨ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଶାରଜାହ୍‌ ଠାରେ ଖେଳାଯିବ । ଆଜିର ମ୍ୟାଚର ବିଜେତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ୨୦୨୧ ର ଫାଇନାଲ ମ୍ୟାଚ୍ ଖେଳିବ । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍ ଜିତି ଫାଇନାଲରେ ନିଜ ସ୍ଥାନ ସ୍ଥିର କରିସାରିଛି । ତେବେ ଆଜି ଫାଇନାଲ ଦୌଡ ପାଇଁ ଦୁଇ ଦଳଙ୍କ କର ବା ମର ସ୍ଥିତି ।

Advertisment

ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୯ ରୁ ୟୁଏଇ ଠାରେ ଅନୁଷ୍ଠିତ ହୋଇଛି । ତେବେ ଏହି ସିଜନର କ୍ୟାଲିଫାୟର-୨ ମ୍ୟାଚଟି ୟୁଏଇର ଶାରଜାହ୍ ଠାରେ କେକେଆର ଓ ଦିଲ୍ଲି ମଧ୍ୟରେ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାଲିଫାୟର-୧ ରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ହାରି ଆଜି କେକେଆର୍ ସହ କ୍ୟାଲିଫାୟର-୨ ଖେଳିବ । ଭାରତରେ ଖରାପ ପ୍ରଦର୍ଶନ କରିଥିବା କେକେଆର୍ ୟୁଏଇ ମାଟିରେ ପାଦ ଦେବା ପରେ ନିଜର ଶକ୍ତିଶାଳୀ ଖେଳ ପ୍ରଦର୍ଶନ ଦ୍ୱାରା ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଥିଲା ।

Advertisment

ଦିଲ୍ଲୀ କ୍ୟାପିଟାଲ୍ସର ଉଭୟ ବ୍ୟାଟିଂ ଓ ବୋଲିଂ ଦୃଢ ରହିଛି । ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍‌ରେ ଅଧିନାୟକ ରିଷଭ୍ ପନ୍ତ, ଶିଖର ଧାୱନ, ଶ୍ରେୟସ ଅୟର, ସିମରନ୍ ହେଟମାୟର, ପୃଥିବୀ ଶୋ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ୍ ଥିବା ବେଳେ ବୋଲିଂ ୟୁନିଟରେ ଖଗିଶୋ ରାବାଡା, ନର୍କିଆ, ଆବେଶ ଖାନ୍, ଅକ୍ସର ପଟେଲ ଭଳି ପ୍ରତିଭାଶାଳୀ ବୋଲର ରହିଛନ୍ତି । ପୂର୍ବ ମ୍ୟାଚରେ ଧୋନୀ ତାଙ୍କ ପୁରୁଣା ଅନ୍ଦାଜରେ ମ୍ୟାଚଟିକୁ ସମାପ୍ତ କରିଥିଲେ । ତେବେ କେକେଆର୍ ପକ୍ଷରୁ ବ୍ୟାଟିଂ ଭାର ଶୁଭମନ୍ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ମୋର୍ଗାନ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ ସମ୍ଭାଳିବେ । ଶାକିବ ଅଲ ହାସନ ଏବଂ ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂର କ୍ଷମତା ରଖିଛନ୍ତି । କେକେଆର୍ ଦଳରେ ଆନ୍ଦ୍ରେ ରସଲ୍‌ଙ୍କ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି । ମିଷ୍ଟ୍ରି ସ୍ପିନର୍ ସୁନିଲ ନାରିନ କେକେଆର୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି ।

ଫାଇନାଲର ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ଘମାସାନ୍ ଲଢେଇ ହୋଇପାରେ ବୋଲି ଦର୍ଶକ ଆଶା ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ ନେଇ ଜୋର୍ ଦେଖାଇବ ବୋଲି ଆଶଙ୍କା କରାଯାଉଛି ।

IPL 2021 KKR Vs DC Qualifier 2
Advertisment
Advertisment