ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା
ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବ୍ ସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।
ମୁଗ କୁଇଣ୍ଟାଲ ପିଛା ୮୫୫୮ ଟଙ୍କା ଓ କପା କୁଇଣ୍ଟାଲ ପିଛା ୬୬୨୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ । ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ ।
ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ ।
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର ଓ ରମେଶ ପୋଖରିଆଲ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଶ୍ରମମନ୍ତ୍ରୀ ଥିଲେ ଗଙ୍ଗୱାର। ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଇସ୍ତଫା ଦେଇଛନ୍ତି।ସ୍ୱାସ୍ଥ୍ୟ ଗତ କାରଣ ଥିବାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ଼ା ମଧ୍ୟ ଇସ୍ତଫା ଦେଇଛନ୍ତି।
ଆଜି ସଂଧ୍ୟା ୬ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ। ଏଥିପାଇଁ ବିଜ୍ଞପ୍ତ ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ସେଭେନ୍ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଲାଗିଲାଣି
ମୋଦିଙ୍କ ଟିମ୍ରେ ସାମିଲ ହୋଇପାରନ୍ତି ନୂଆ ୧୮ ମନ୍ତ୍ରୀ। ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍ ନାଁ ଯାଇଥିବା ସୂଚନା ମିଳିଛି। ଏହାସହ ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଯାଇଥିବା ସୂଚନା ମିଳିଛି
ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ୍ର ସଂପ୍ରସାରଣ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କିଛି ସାଂସଦଙ୍କୁ ଦିଲ୍ଲୀ ଡକରା ଯାଇଛି। କ୍ୟାବିନେଟ୍ ସଂପ୍ରସାରଣରେ ଏଥିରେ ୨୮ ଜଣଙ୍କୁ ନୂଆ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।