ନୂଆଦିଲ୍ଲୀ : କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରିକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ । ଏହା ଅଧୀନରେ ଦେଶର ବିଭିନ୍ନ ସରକାରୀ ବିଭାଗର ମିଶ୍ରଣରେ ଏକ ନେଟୱର୍କିଂ ପ୍ଲାନିଂ ଗ୍ରୁପ ପ୍ରସ୍ତୁତ କରାଯିବ ।
ଏହି ଯୋଜନା ଦେଶର ମାଷ୍ଟରପ୍ଲାନ ଏବଂ ଭିତ୍ତିଭୂମିର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇପାରିବ । ୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଗତି ଶକ୍ତି ଯୋଜନାର ଘୋଷଣା କରିଥିଲେ ।
Gati Shakti Master Plan
- ଆଗାମୀ ୪-୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ନୂତନ ବିମାନବନ୍ଦର, ହେଲିପ୍ୟାଡ ଏବଂ ୱାଟର ଏରୋଡ୍ରୋମ ଫିଲ୍ଡ ନିର୍ମାଣ ହେବାକୁ ଯାଉଛି । ଦେଶର କୃଷକ ଏବଂ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ କାମ ଚାଲିଛି ।
- ଗତିଶକ୍ତି ଯୋଜନା ମାଧ୍ୟମରେ ଦେଶରେ UDAN ଅଧୀନରେ ଆଞ୍ଚଳିକ ସଂଯୋଗ ତ୍ୱରାନ୍ୱିତ ହେବ । ୨୦୨୪-୨୫ ସୁଦ୍ଧା ବିମାନବନ୍ଦର / ହେଲିପୋର୍ଟ / ୱାଟର ଏରୋଡ୍ରୋମ ସଂଖ୍ୟା ୨୨୦କୁ ବୃଦ୍ଧି ପାଇବ। ଏଥିରେ ୧୦୯ଟି ନୂତନ ବିମାନବନ୍ଦର ରହିବ । ଆଉ ଏହା ଅଧୀନରେ ଦେଶରେ ୫୧ ଟି ଏୟାରଷ୍ଟ୍ରିପ୍, ୧୮ ଟି ନୂତନ ପ୍ରକଳ୍ପ, ୧୨ ଟି ୱାଟର ଏରୋଡ୍ରୋମ ଏବଂ ୨୮ ଟି ହେଲିପୋର୍ଟର ବିକାଶ କାର୍ଯ୍ୟ ସାମିଲ ରହିଛି ।
- ଦେଶରେ ଚାଲୁଥିବା କାମର ଗତି ବର୍ତ୍ତମାନ ଭାରତର ନୂତନ ପରିଚୟରେ ସୃଷ୍ଟି କରୁଛି । ସେହିପରି ୧ ହଜାର କିଲୋମିଟର ଲମ୍ବର ନୂତନ ମେଟ୍ରୋ ମାର୍ଗରେ କାମ ଚାଲିଛି । ଆକାଂକ୍ଷା ବୃଦ୍ଧି ପାଇଛି, ତୀବ୍ର ବେଗରେ କାମ ହେଉଛି ।
- ଗତ ୭୦ ବର୍ଷ ତୁଳନାରେ ଭାରତ ତୀବ୍ର ବେଗରେ କାମ କରୁଛି । ପ୍ରଥମ ନାଚୁରାଲ ଗ୍ୟାସ୍ ପାଇପ୍ ଲାଇନ୍ ୧୯୮୭ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଉ ତା’ପରେ ୨୦୧୪ ପର୍ଯ୍ୟନ୍ତ ଦେଶରେ ୨୭ ବର୍ଷରେ ୧୫ ହଜାର କିଲୋମିଟର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ କରାଯାଇଥିଲା । ଆଜି ସାରା ଦେଶରେ ୧୬,୦୦୦ କିଲୋମିଟରରୁ ଅଧିକ ଗ୍ୟାସ ପାଇପଲାଇନରେ କାମ ଚାଲିଛି । ୨୭ ବର୍ଷରେ ଯେଉଁ କାମ ହୋଇଥିଲା, ଅଧା ସମସୀମା ମଧ୍ୟରେ ଏହି କାମ ହୋଇଛି ।
- ସେହିଭଳି ଏହି ଯୋଜନା ଅନୁସାରେ ୨୦୨୪-୨୫ ସୁଦ୍ଧା NHAI ଦ୍ୱାରା ପରିଚାଳିତ ଜାତୀୟ ରାଜପଥକୁ ୨ ଲକ୍ଷ କିଲୋମିଟର ଲମ୍ବକୁ ବୃଦ୍ଧି କରାଯିବ । ୨୦୧୪ ମସିହାରେ ଏହା ମାତ୍ର ୯୧,୦୦୦ କିଲୋମିଟର ଥିଲା ଏବଂ ଚଳିତ ନଭେମ୍ବର ଶେଷ ସୁଦ୍ଧା ଅର୍ଥାତ୍ ଏହା ୧.୩ ଲକ୍ଷ କିଲୋମିଟରରେ ପହଞ୍ଚିଯିବ ।
- ପୂର୍ବରୁ ପୋର୍ଟ ଥିଲେ ସୁଦ୍ଧା ସଂଯୋଗ କରୁଥିବା କୌଣସି ରେଳ-ସଡ଼କ ମାର୍ଗ ନଥିଲା । ଫଳରେ ରପ୍ତାନି ଓ ଲଜିଷ୍ଟିକ୍ ମୂଲ୍ୟ ବୃଦ୍ଧି ହେଉଥିଲା । ଏହା ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ଏକ ପ୍ରତିବନ୍ଧକ । ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ଲଜିଷ୍ଟିକ୍ ମୂଲ୍ୟ ଜିଡିପିର ପ୍ରାୟ ୧୩ ପ୍ରତିଶତ ଅଟେ । ଦୁନିଆର ବଡ ବଡ଼ ଦେଶରେ ଏପରି ପରିସ୍ଥିତି ନାହିଁ ।
- ଆଜି ଏକବିଂଶ ଶତାବ୍ଦୀର ଭାରତ ସରକାରୀ ବ୍ୟବସ୍ଥାର ପୁରୁଣା ଚିନ୍ତାଧାରାକୁ ଛାଡି ଆଗକୁ ବଢ଼ୁଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା ପାଇଁ କେବଳ ୱର୍କ କଲଚର୍ ବିକଶିତ ହୋଇନାହିଁ, କିନ୍ତୁ ପ୍ରକଳ୍ପଗୁଡ଼ିକୁ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି ।