• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକଙ୍କ ଉପରେ କାର ମାଡ଼ିଯିବା ଘଟଣାରେ ଛଡ଼ିଶଗଡ଼ରେ ବନ୍ଦ ଡାକରା । ଯଶପୁର ସହରରେ ସମସ୍ତ ଦୋକନ ବଜାର ଓ ଅଫିସ ଆଦି ବନ୍ଦ ରହିଥିଲା । ଗତକାଲି ଛତିଶଗଡ଼ର ପାଥଲଗାଁଓ ବଜାରପଡ଼ାରେ ଦଶହରା ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ରାସ୍ତାରେ ଶତାଧିକ ଲୋକ ଏକାଠି ଯାଉଥିଲେ । ଅଚାନକ ଏକ ଦ୍ରୁତଗାମୀ କାର ଆସିଲା ଓ ଲୋକଙ୍କ ଉପରେ ଚଢ଼ି ଚାଲିଗଲା । ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏହାର ପ୍ରତିବାଦରେ ଆଜି ଯଶପୁର ସହରରେ ବନ୍ଦ ଡାକରା ଦିଆଯାଇଥିଲା । ଲୋକମାନେ ବନ୍ଦ ଡାକରାକୁ ସମର୍ଥନ କରିବା ସହ ଶାନ୍ତି ଶୃଙ୍ଖଳାର ସହ ବନ୍ଦକୁ ସଫଳ କରିଛନ୍ତି । ସ୍ଥାନୀୟ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା ।

ସୂଚନାଯୋଗ୍ୟ, ସେହି କାର ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଲୋକମାନେ କାରକୁ କାବୁ କରି ସେଥିରେ ନିଆଁ ଲଗାଇଦେଇଥିଲେ । କାର ଚାଳକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଏହି ଘଟଣାରେ ପ୍ରାୟ ୨୦ ଜଣ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଏବେବି ଗମ୍ଭୀର ରହିଛି । ଆହତଙ୍କ ମଧ୍ୟରୁ ଅଧିକାଂଶ ଘଟଣାସ୍ଥଳରେ ବେହୋସ ହୋଇଯାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଦୁର୍ଘଟଣାର ସେହି ଭୟଙ୍କର ମୂହୁର୍ତ୍ତକୁ ମନେ ପକାଇ ସେମାନେ କହିଛନ୍ତି ଯେ, ହଠାତ କଣ ହେଲା କେହି କିଛି ବୁଝିପାରିନଥିଲେ । ଚେତା ଫେରିବା ପରେ ହସ୍ପିଟାଲରେ ନିଜକୁ ପାଇଥିଲେ ।

ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେପେଟେ ପୋଲିସ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।