Advertisment

’ମୁଁ ହିଁ କଂଗ୍ରେସର ବସ୍ ’ : କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ସୋନିଆ ଗାନ୍ଧୀଙ୍କ ଜବାବ୍

ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
sonia

sonia

ନୂଆଦିଲ୍ଲୀ : ଜାତୀୟ କଂଗ୍ରେସରେ କନ୍ଦଳ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସ୍ୱରରେ ସମାଲୋଚନା କରିବା ସହ ମୁଁ କଂଗ୍ରେସର ବସ୍ ବୋଲି କହିଛନ୍ତି  । କଂଗ୍ରେସ ଅଧ୍ୟକ୍ଷ ତଥା ସାଂଗଠନିକ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକରେ ସୋନିଆ ଗାନ୍ଧୀ ପ୍ରାରମ୍ଭିକ ଉଦବୋଧନରେ କହିଛନ୍ତି କଂଗ୍ରେସର ପ୍ରତ୍ୟେକ ସଦସ୍ୟ ଦଳର ପୁନର୍ଜୀବନ ଚାହୁଁଛନ୍ତି । ତେବେ ଏଥିପାଇଁ ଦଳର ଏକତା ତଥା ସ୍ୱାର୍ଥ ପାଇଁ ସର୍ବୋପରି ଏହାକାଠି ହେବା ଆବଶ୍ୟକ । ଏଥିସହ ସେ ଦଳର ନେତାମାନଙ୍କୁ ଆତ୍ମ ନିୟନ୍ତ୍ରଣ ଏବଂ ଅନୁଶାସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

Advertisment

ବୈଠକରେ ବିଦ୍ରୋହୀ ନେତା ସମୂହ ତଥା 'ଜି -23' କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ସୋନିଆ ଗାନ୍ଧୀ । ମୁଁ ପୂର୍ଣ୍ଣକାଳୀନ ତଥା କଂଗ୍ରେସ ସଭାପତି । ଗଣମାଧ୍ୟମ ମାଧ୍ୟମରେ ମୋ ସହିତ କଥାବାର୍ତ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ମିଳିମିଶି ଖୋଲାଖୋଲି ଭାବେ ଆଲୋଚନା କରିବା, ଲୁଚାଛପାରେ ସମାଧାନ ମିଳିବ ନାହିଁ । ସାଂଗଠନିକ ନିର୍ବାଚନ ଏବଂ ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କରେ ସୋନିଆ ଗାନ୍ଧୀ କହିଛନ୍ତି, ନିୟମିତ କଂଗ୍ରେସ ମୁଖ୍ୟଙ୍କ ନିର୍ବାଚନ ପାଇଁ ଜୁନ୍ ୩୦ ସୁଦ୍ଧା ରୋଡ୍ ମ୍ୟାପ୍ ଶେଷ ହୋଇଥିଲା । କିନ୍ତୁ କରୋନା ଦ୍ୱିତୀୟ ଲହରୀ ଯୋଗୁଁ ସମୟସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଥିଲା । ଆଜି ସବୁଦିନ ପାଇଁ ଆଲୋଚନା ମାଧ୍ୟରେ ସ୍ପଷ୍ଟତା ଆଣିବାର ଏକ ସୁଯୋଗ ଆସିଛି ।

ସେହିପରି ଲଖିମପୁର ଖେରି ହିଂସାକାଣ୍ଡ ସମ୍ପର୍କରେ ମଧ୍ୟ ସିଡବ୍ଲ୍ୟୁସି ବୈଠକରେ ଆଲୋଚନା କରାଯାଇଛି । ବିଜେପିକୁ ଟାର୍ଗେଟ କରିବା ସହ ସୋନିଆ ଗାନ୍ଧୀ କହିଛନ୍ତି ଲଖିମପୁର-ଖେରିର ଘଟଣା ବିଜେପିର ମାନସିକତାକୁ ଦର୍ଶାଉଛି । କୃଷକଙ୍କ ଆନ୍ଦୋଳନକୁ ବିଜେପି କିପରି ଦେଖୁଛି, ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ।

Advertisment

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଅଛନ୍ତି ।

ସୂଚନାଯୋଗ୍ୟ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଜି -୨୩ କ୍ରମାଗତ ଭାବେ CWC ବୈଠକ ଡକାଇବାକୁ ଦାବି କରୁଥିଲେ । ଗତ ମାସରେ ପଞ୍ଜାବରେ ହୋଇଥିବା ଅଶାନ୍ତି ମଧ୍ୟରେ କପିଲ ସିବଲ ପ୍ରଶ୍ନ କରିଥିଲେ, ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛନ୍ତି ?

Sonia Gandhi CWC Meet
Advertisment
Advertisment