• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Bearded woman inundated by male
ମହିଳାଙ୍କ ମୁହଁ ସାରା ଦାଢି;‍ ତଥାପି ପୁରୁଷ ଆକୃଷ୍ଟ

ଶରୀରରୁ ଅବାଞ୍ଛିତ କେଶକୁ ବାହାର କରିବା ପାଇଁ ମହିଳାମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବଜାରରେ ଅନେକ ଉପାୟ ମଧ୍ୟ ରହିଛି। କିନ୍ତୁ ଏପରି ଜଣେ ମହିଳା ଅଛନ୍ତି, ତାଙ୍କ ମୁହଁରେ ଅନେକ କେଶ ଥିଲେ ମଧ୍ୟ ତାଙ୍କୁ କୌଣସି ଫରକ୍ ପଡୁନି। ଏହି ମହିଳାଙ୍କ ମୁହଁରେ ପୁରୁଷଙ୍କ ପରି ଦାଢି ଅଛି। ଏହାକୁ ନେଇ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ବେଳେ ସେ ଗର୍ବର ସହିତ ଏହାକୁ ସୋସିଆଲ ମିଡିଆରେ ପ୍ରଦର୍ଶନ କରୁଛନ୍ତି। ପୁରୁଷମାନେ ମଧ୍ୟ ତାଙ୍କ ବୋଲ୍ଡ ଫଟୋ ଦେଖି ଆକୃଷ୍ଟ ହେଉଛନ୍ତି।

Ananya Pandey
ବାପା ଚଙ୍କିଙ୍କ ସହ NCB ଅଫିସରେ ଅନନ୍ୟା

ବଲିଉଡ୍ ଷ୍ଟାର୍‌ ଅନନ୍ୟା ପାଣ୍ତେଙ୍କ ଘରେ ପହଞ୍ଚିଛି ଏନସିବି ସମନ୍ । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇ ବାସଭବନକୁ ଯାଇ ଯାଞ୍ଚ କରୁଛି ଏନ୍‌ସିବି । ତାଙ୍କୁ ଆଜି ୨ଟା ବେଳେ ହାଜର ହେବାକୁ ନୋଟିସ୍ କରିଛି ଏନସିବି ।

Luck will change the kitchenware
ଭାଗ୍ୟ ବଦଳାଇଦେବ ରୋଷେଇ ଘରର ସାମଗ୍ରୀ,ଜାଣନ୍ତୁ କିପରି

ଆମେ ଦୈନଦିନ ଜୀବନରେ ଏମିତି କିଛି ଜିନିଷ ବ୍ୟବହାର କରୁ ତାହା ଆମ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ବାସ୍ତୁଶାସ୍ତ୍ରରେ ବହୁତ କିଛି ସାମଗ୍ରୀ ଅଛି ଯାହା ଆମ ଭାଗ୍ୟ ସହିତ ଯୋଡ଼ି ହୋଇଛି । ବାସ୍ତୁ ଅନୁଯାୟୀ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ ।

Shahrukh Khan asked home food for son
ବାପା, ମତେ ଜେଲ୍‌ର ଖାଇବା ଭଲ ଲାଗୁନି : ଆର୍ୟନ୍

ଶାହରୁଖ ଖାନଙ୍କ ପରିବାରକୁ ଆଜିକାଲି ମାନସିକ ଚିନ୍ତାରେ ଜୀବନ କାଟିବାକୁ ପଡୁଛି। କାହିଁକି ବା ଚିନ୍ତାରେ ନ ରହିବେ, ଯେତେବେଳେ ମନ୍ନତର ରାଜକୁମାର ଜେଲରେ ଦିନ କାଟୁଛନ୍ତି ସେତେବେଳେ କୋଉ ବାପା-ମା ଶାନ୍ତିରେ ବା ରହିପାରିବେ। ଡ୍ରଗ୍ସ ମାମଲାରେ ଆଜିକୁ ୧୪ ଦିନ ହେବ ଆର୍ୟନ୍ ଖାନ ଜେଲ୍‌ର ଚାରିକାନ୍ଥ ଭିତରେ ଅଛନ୍ତି। ଜେଲରେ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି, ସେ ନିଜକୁ ଖାପଖୁଆଇ ପାରୁ ନାହାନ୍ତି। ଆଜି ଅର୍ଥାତ ଗୁରୁବାର ସକାଳେ ଶାହରୁଖ ଖାନ ଆର୍ଥର ରୋଡ୍ ଜେଲ୍ ଯାଇ ତାଙ୍କ ପୁଅକୁ ଭେଟି ତାଙ୍କୁ ସାହସ ଦେଇଛନ୍ତି।

Indian Currency
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ।

Inox offers free movie tickets
କାଲିଠାରୁ ପ୍ରେକ୍ଷାଳୟ ଖୋଲା; ଆଇନକ୍ସ ତରଫରୁ ମାଗଣା ଟିକେଟ୍

କରୋନା ଭାଇରସ୍ କାରଣରୁ ଦୀର୍ଘଦିନ ଧଦି ମଲ୍ଟିପ୍ଲେକ୍ସ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ବା ୨୨ ତାରିଖରୁ ଖୋଲାଯାଉଛି। ପୁଣିଥିରେ ବଡ ପରଦାର ଧମାକା ଫେରିବାକୁ ଯାଉଛି। ଏହି ମସ୍ତିକୁ ଆହୁରି ବଢେଇବା ନେଇ ଦର୍ଶକମାନଙ୍କ ପାଇଁ ମଲ୍ଟିପ୍ଲେକ୍ସ ଚେନ୍ ଆଇନକ୍ସ ଲେଜର ଲିମିଟେଡ୍ ଏକ ଭଲ ଉପହାର ନେଇ ଆସିଛି। ଏହି ଉପହାରରେ ମଲ୍ଟିପ୍ଲେକ୍ସ ଫ୍ରି ମୁଭି ଟିକେଟ୍ ବାଣ୍ଟୁଥିବା ଜଣାଯାଇଛି।

NCB's ascent sharukh's house
ଶାହାରୁଖଙ୍କ ଘରେ NCB, ଅନନ୍ୟା ପାଣ୍ଡେଙ୍କୁ ପଚରାଉଚୁରା

ଶାହାରୁଖଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(NCB) ଚଢଉ କରିଛି । ମନ୍ନତରେ ହାଉସରେ ବହୁ ତଲାସୀ ଆରମ୍ଭ କରିଛି ଏନସିବି । ତେବେ ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏହା ସହ ଅନନ୍ୟାଙ୍କୁ ଏନସିବି ଅଫିସରେ ଦିନ ଦ୍ୱିପହରରେ ହାଜର ହେବାକୁ ସମନ ଜାରି କରାଯାଇଛି ।

Gauahar Khan says a producer said she will die in her 30s
୩୦ ବର୍ଷରେ ମରି ଯାଇଥାନ୍ତେ ଏହି ଅଭିନେତ୍ରୀ!

ନିକଟରେ ଗୌହର ଖାନ କୃତୀ ଖରବନ୍ଦା ଓ ବିକ୍ରାନ୍ତ ମୈସୀଙ୍କ ଗୀତ ’୧୪ ଫେରେ’ରେ ନଜର ଆସିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଯେତେବେଳେ ଅଭିନୟ ଦୁନିଆରେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ ଜଣେ ପ୍ରଯୋଜକ ତାଙ୍କୁ ତାଙ୍କର କୁଣ୍ଡଳୀ ମାଗିଥିଲେ ଓ ତାଙ୍କୁ ୩୦ ବର୍ଷରେ ମରିଯିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କୁ ୩୮ ବର୍ଷ ହେଲାଣି।

Care of the body according to the season
ବଦଳୁଥିବା ଋତୁକୁ ନେଇ ଚିନ୍ତିତ କି ? ଫିଟ୍ ରହିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଆଗକୁ ଆସୁଛି ଶୀତ ଋତୁ । ଋତୁ ପରିବର୍ତ୍ତନ ହେବା କ୍ଷଣି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା ଋତୁ ପରିବର୍ତ୍ତନ ଜନିତ ରୋଗ କୁହାଯାଏ । ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହା ଯୋଗୁ ଚିଡ଼ଚିଡ଼ା ଲାଗିବା ସହ କୌଣସି କାମରେ ମନ ଲାଗି ନଥାଏ । ଫିଟ୍ ରହିବା ପାଇଁ ପ୍ରତିଦିନ ଖାଇବାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ । ଏହା ସହିତ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆମେ ଫିଟ୍ ରହିପାରିବା ।

indian-railways-gutka
ଗୁଟଖା ସଫା କରିବାକୁ ବାର୍ଷିକ ରେଳବାଇ ଖର୍ଚ୍ଚ କରୁଛି ୧୨ ଶହ କୋଟି ଟଙ୍କା !

ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି

China children
ପିଲା ଦୋଷ କଲେ ଦଣ୍ଡ ପାଇବେ ବାପା-ମା !

ଚୀନରେ ଆରମ୍ଭ ହୋଇଗଲା କି ତାଲିବାନୀ ଶାସନ? ଏକଛତ୍ରବାଦୀ ଶାସକ ଜିନପିଙ୍ଗ ମନମାନିକୁ ନେଇ ଏବେ ପୂରା ବିଶ୍ୱରେ ଚାଲିଛି ଚର୍ଚ୍ଚା। ଡ୍ରାଗନ ଏମିତି ଏକ ନିୟମ ଲାଗୁ କରିବାକୁ ଯାଉଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା ସଂପୂର୍ଣ୍ଣ ଭୁଲ। କୁହାଯାଉଛି ଚୀନ୍‌ରେ ଏଣିକି ପିଲାମାନେ ଭୁଲ କଲେ ତାହା ଲାଗି ଅଭିଭାବକମାନଙ୍କୁ ହିଁ ଦାୟୀ କରାଯିବ।

1 Billion Vaccinations Milestone
କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲ୍‌ଖୁଣ୍ଟ,୧୦୦ କୋଟି ଡୋଜ୍ ଟପିଲା ଟିକାକରଣ

କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।

Shah Rukh Khan Meets Son In Jail
ଜେଲ୍‌ରେ ପୁଅକୁ ଭେଟିଲେ ଶାହରୁଖ,ବାପାକୁ ଦେଖି ଇମୋସନାଲ୍‌ ହେଲେ ଆର୍ୟନ

ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ ଖାନ୍‌ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍‌ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

Bofors Guns Along LAC
ଚୀନ୍‌ର ଦାଦାଗିରିକୁ ମିଳିବ ମୁହଁତୋଡ଼ ଜବାବ

ଚୀନ୍‌ର ଦାଦାଗିରିକୁ ମିଳିବ କଡ଼ା ଜବାବ। ଏଲ୍ଏସିରେ ମୁତୟନ ହେଲା ବୋଫୋର୍ସ ତୋପ। ଚୀନ୍‌ର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଏଲ୍ଏସିରେ ବୋଫୋର୍ସ ଗନ୍‌ ମୁତୟନ କରିଛି। ଏହି ତୋପ ଅରୁଣାଚଳ ପ୍ରଦେଶରେ ଚୀନ୍ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି।

Kushinagar Airport
କୁଶୀନଗର ଏୟାରପୋର୍ଟକୁ ଉଦଘାଟନ କଲେ ମୋଦୀ

ଆଜି ଉତ୍ତର ପ୍ରଦେଶ କୁଶିନଗର ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଶ୍ରୀଲଙ୍କାରୁ ବୌଦ୍ଧ ଧର୍ମାବଳମ୍ବୀଙ୍କରୁ ନେଇ ଆସିଥିବା ଏକ ବିମାନ ଅବତରଣ କରିଥିଲା । କୁଶିନଗର ସହିତ ପ୍ରାଚୀନ ଭାରତ ଜଡ଼ିତ । ଏଠାରେ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କ ମହାପ୍ରୟାଣ ରହିଥିଲା ।

Uttarakhand
ଦେବଭୂମିରେ ପୁଣି ବିଗିଡ଼ିଲା ସ୍ଥିତି, ବାଦଲଫଟା ବର୍ଷା ନେଲାଣି ୪୫ରୁ ଅଧିକ ଜୀବନ

ପୁଣି ଦେବଭୂମି ଉତ୍ତରାଖଣ୍ଡର ସ୍ଥିତି ବିଗାଡ଼ିଛି ବାଦଲଫଟା ବର୍ଷା । ୨୦ରୁ ୨୫ ଘର ଧୋଇଯାଇଥିବା ବେଳେ, ୪୬ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୧୦ ଜଣ ଏବେବି ନିଖୋଜ ଅଛନ୍ତି ।

Uttarakhand Flood
ଦେବଭୂମିରେ ବାଦଲଫଟା ବର୍ଷାରେ ଗଲା ୪୬ ଜଣଙ୍କ ଜୀବନ; ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଦେବଭୂମିରେ ବାଦଲ ଫଟା ବର୍ଷା । ଏଯାଏଁ ଗଲାଣି ୪୬ ଜଣଙ୍କ ଜୀବନ । ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ଓ ରାସ୍ତା ସଫା ଜାରି ରହିଛି । ମେସିନ ସାହାଯ୍ୟରେ ନୈନିତାଲ ଜିଲ୍ଲାର ଜେଓଲିକୋଟ ରାସ୍ତାକୁ ସଫା କରାଯାଉଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପଡ଼ି ରହିଥିବା ବଡ଼ ବଡ଼ ପଥରକୁ ଭାଙ୍ଗି ସଫା କରାଯାଉଛି । ଏହାସହ ନୈନିତାଲ-କାଲାଢୁଙ୍ଗି ରାସ୍ତାକୁ ମଧ୍ୟ ସଫା କରି ଯାତାୟାତକୁ ସ୍ୱାଭାବିକ କରାଯାଇଛି ବୋଲି ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।

TB is caused by the breath of infected person
କରୋନା ବେଳେ ଖରାପ ଖବର; ଶ୍ୱାସରୁ ବି ବ୍ୟାପୁଛି ଯକ୍ଷ୍ମା ସଂକ୍ରମଣ

ଦୁନିଆର ସବୁଠାରୁ ସଂକ୍ରାମକ ଘାତକ ରୋଗ ମଧ୍ୟରୁ ଟିବି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାଧାରଣତଃ ଫୁସଫୁସ୍‌ ସମ୍ବନ୍ଧୀୟ ଏହି ସଂକ୍ରମଣ କାଶ ମାଧ୍ୟମରେ ବ୍ୟାପିଥାଏ। କିନ୍ତୁ ବର୍ତ୍ତମାନ ଏକ ସୂଚନା ମୁତାବକ ଏହା ଶ୍ୱାସକ୍ରିୟା ମାଧ୍ୟମରେ ମଧ୍ୟ ବ୍ୟାପିପାରେ। ଦୈନିକ ଜାଗରଣର ଏକ ସୂଚନା ଅନୁଯାୟୀ ଦକ୍ଷିଣ ଆଫ୍ରିକାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ 'କେବଳ କାଶ ଦ୍ୱାରା ନୁହେଁ ବରଂ ଶ୍ୱାସ ଦ୍ୱାରା ମଧ୍ୟ ଯକ୍ଷ୍ମା ସଂକ୍ରମଣ ହୋଇପାରେ।'

Why so rain in October
ଅକ୍ଟୋବରରେ ଦେଶସାରା କାହିଁକି ଏତେ ବର୍ଷା, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଦେଶରେ ପ୍ରାୟ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥାଏ। କିନ୍ତୁ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ପ୍ରବଳ ବର୍ଷା ହୋଇଥାଏ। କିଛି ଦିନ ପୂର୍ବରୁ ଦିଲ୍ଲୀ ସହିତ କେରଳ, ମଧ୍ୟପ୍ରଦେଶ, ବିହାର ଏବଂ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ଅନେକ ସ୍ଥାନରେ ଜନଜୀବନ ସହିତ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଗତ ଦିନରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେତୁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ନିଖୋଜ ଅଛନ୍ତି। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଦେଶରେ ଏଭଳି ବର୍ଷା ପାଇଁ ଅନେକ କାରଣ ଥିବା ବିଶେଷଜ୍ଞମାନେ କହିଛନ୍ତି।

covid-19
ଋଷରେ ଅଲୋଡା ରେକର୍ଡ ; ଦିନକରେ ୧,୦୧୫ କରୋନା ମୃତ୍ୟୁ

ଋଷରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଆଖିରେ ରଖି ମସ୍କୋରେ କୋଭିଡ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି । ସୂଚନା ଅନୁଯାୟୀ ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ଟପିଲାଣି । ମୁଖ୍ୟ କଥା ଏହା ଯେ ଦେଶରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଦେଶରେ ଭୟାବହ ପରିବେଶ ଖେଳିଯାଇଛି । ଦିନକରେ ୧,୦୧୫ ଜଣଙ୍କର କରୋନା ଜନିତ ମୃତ୍ୟୁ ପରେ ବିଶ୍ୱରେ ବିଶ୍ୱ ରେକର୍ଡ କରିଛି ଋଷ ।

The sun never sets in these places
ଏମିତି ଜାଗା, ଏଠି ଅସ୍ତ ହୁଅନ୍ତି ନି ସୂର୍ଯ୍ୟ

ଦିନ ପରେ ରାତି ଓ ରାତି ପରେ ଦିନ ହେବା, ଏହା ହିଁ ପ୍ରକୃତିର ନିୟମ। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ କମ ଲୋକେ ଜାଣନ୍ତି ଯେ ଏ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଦୁନିଆର ଏହି ଜାଗାରେ ସୂର୍ଯ୍ୟ ୭୦ ଦିନରୁ ଅଧିକ ଅସ୍ତ ହୁଅନ୍ତି ନାହିଁ। ଏହି ଶୁଣି ଆପଣ ହୁଏତ ବିଶ୍ୱାସ କରିପାରୁ ନ ଥିବେ। ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଏମିତି କେମିତି ବା ହେବ? ତେବେ ଆସନ୍ତୁ ଜାଣିନେବା କେଉଁ କେଉଁ ଜାଗାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

Aryan Khan
ଆର୍ୟନଙ୍କୁ ମିଳିଲାନି ଜାମିନ

ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନକୁ ଖାରଜ କଲା ମୁମ୍ବାଇ ଏନ୍‌ଡିପିଏସ କୋର୍ଟ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏନଡିପିଏସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଆର୍ୟନ ଖାନ୍‌ଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ଖାରଜ କରିଛି କୋର୍ଟ ।

This girl in mother lap is a big bollywood actress
ମା’ କାଖରେ ବଲିଉଡର ଜଣେ ବଡ ଅଭିନେତ୍ରୀ, ଚିହ୍ନନ୍ତୁ କିଏ?

ଆଜିକାଲି ବଲିଉଡ୍ ତାରକାଙ୍କ ଥ୍ରୋବ୍ୟାକ୍‌ ଫଟୋ ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। କିଛି ଦିନ ହେବ କୌଣସି ନା କୌଣସି ସେଲିବ୍ରିଟିଙ୍କ ପିଲାଦିନର ବା ଷ୍ଟ୍ରଗ୍ଲିଂ ଦିନର ଫଟୋ ଭାଇରାଲ ହେଉଛି। ଏହି ଅବସରରେ ଏବେ ଆଉ ଜଣେ ବଡ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ଫଟୋରେ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ତାଙ୍କ ମା’ଙ୍କ କାଖରେ ଅଛନ୍ତି। ଅଭିନେତ୍ରୀଙ୍କ ଏହି ପିଲାଦିନର ଫଟୋକୁ ଚିହ୍ନିବା ନେଇ ଲୋକେ ଲାଗିପଡିଛନ୍ତି।

Pakistan in deep economic crisis.
ପାକିସ୍ତାନରେ ଆର୍ଥିକ ସଙ୍କଟ, ଚିନ୍ତାରେ ଇମ୍ରାନ ଖାନ୍‌

କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ­­ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚିନ୍ତାରେ ପଡିଛନ୍ତି ।

Sooryavanshi film song Aila Re Aila teaser out
‘ସୂର୍ଯ୍ୟବଂଶୀ’ ଟିଜର୍‌ ରିଲିଜ୍, ଆସନ୍ତା କାଲି ଗୀତ

ରୋହିତ ଶେଟ୍ଟୀଙ୍କ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର ‘ସୂର୍ଯ୍ୟବଂଶୀ’ ନଭେମ୍ବର ୫ରେ ରିଲିଜ୍ ହେବ। ଦର୍ଶକେ ଏହି ଫିଲ୍ମକୁ ବହୁତ ଉତ୍ସାହର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ ଓ ରଣବୀର ସିଂହ ଗେଷ୍ଟ୍ କଳାକାର ଭାବେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଗୀତ ‘ଆଇଲା ରେ ଆଇଲା’ ଗୁରୁବାର ରିଲିଜ୍ ହେବ।