• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଷ ବଳୟରେ ରାଜଧାନୀ

  • ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି

ନୂଆଦିଲ୍ଲୀ : ଅଣନିଶ୍ୱାସୀ କରୁଛି ରାଜଧାନୀ ଦିଲ୍ଲୀ । ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୀତ ଆରମ୍ଭ ହେବା ସହିତ ଧୀରେ ଧୀରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ହରିୟାଣାର ଅନେକ ସହରରେ ବାୟୁର ଗୁଣବତ୍ତା 'ନିମ୍ନ ଶ୍ରେଣୀରେ ପହଞ୍ଚିଛି । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଜମିରେ ଥିବା ନଡ଼ା ଜଳୁଥିବା ଯୋଗୁଁ ପ୍ରଦୂଷଣ ତୀବ୍ର ବେଗରେ ବଢ଼ିବାରେ ଲାଗିଛି ।

ରାଜଧାନୀ ନିକଟରେ ଥିବା ୟୁପିର ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୦୦ ଅତିକ୍ରମ କରିସାରିଛି । ଏଥି ସହିତ, ୟୁପିର ମିରଟ୍ ସହର ବାୟୁ ପ୍ରଦୂଷଣ ଦ୍ୱାରା ଅଧିକ ପ୍ରଭାବିତ ହେଉଛି ଏବଂ ଏଠାରେ AQI ୫୦୦ ଅତିକ୍ରମ କରିସାରିଛି, ଯାହା ବିପଜ୍ଜନକ ବର୍ଗରେ ଆସିଆସୁଛି । ଏଥି ସହିତ ଏନସିଆର ସହରଗୁଡ଼ିକରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଅଧିକାଂଶ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ-ଏନସିଆର ଅଧିକାଂଶ ଅଞ୍ଚଳ ସାମିଲ ଅଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ, ଗତ କିଛି ଦିନ ଧରି ସାଧାରଣ ଶ୍ରେଣୀରେ ଥିଲା ଦିଲ୍ଲୀ ବାୟୁର ଗୁଣବତ୍ତା । ହେଲେ ବର୍ତ୍ତମାନ 'ନିମ୍ନ 'ଶ୍ରେଣୀରେ ପହଞ୍ଚିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୪ ରେ ପହଞ୍ଚି ଯାଇଛି । ବର୍ତ୍ତମାନ ସମୟରେ ଫରିଦାବାଦରେ AQI ୨୫୦ ଥିବା ଜଣାପଡ଼ିଛି । ଏହା ବ୍ୟତୀତ କର୍ଣ୍ଣାଲ, ମାନସର, ଗୁରୁଗ୍ରାମ, ବୁଲନ୍ଦଶର, ଭିବାଡି, ଯମୁନାଗର, ହିସାର ଏବଂ ହାପୁରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ରେକର୍ଡ କରାଯାଇଛି । ଏଥି ସହିତ ଯଦି ନଡ଼ା ଜଳିବା ବନ୍ଦ ନହୁଏ, ତେବେ ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି ।